Posted inଜାତୀୟ

ବର୍ଷିଲେ ସଞ୍ଜୟ: କହିଲେ…ଅଟଳ ବିହାରୀ ବି PM ହୋଇଥିଲେ ଏମରଜେନ୍ସିଂ ଲଗାଇଥାନ୍ତେ, RSS ଦେଇଥିଲା ସମର୍ଥନ

ନୂଆଦିଲ୍ଲୀ,୧୩।୭: କେନ୍ଦ୍ର ସରକାର ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହି ମାମଲାକୁ ନେଇ ରାଜନୀତି ସରଗରମ ରହିଛି। ଶିବସେନା ନେତା ସଞ୍ଜୟ ରାଉତ ଭାଜପା ପାଖରେ ଆଉ କୌଣସି କାମ ନାହିଁ। ୫୦ ବର୍ଷ ବିତି ସାରିଛି, ଲୋକେ ଜରୁରୀକାଳୀନ ପରିସ୍ଥିତିକୁ ଭୁଲି ସାରିଛନ୍ତି ବୋଲି କଟାକ୍ଷ କରିଛନ୍ତି।

କେବଳ ଏତିକି ନୁହେଁ ସେ କହିଛନ୍ତି ଯେ, ଭାରତରେ ଜରୁରୀକାଳୀନ ପରିସ୍ଥିତି‘ଏମରଜେନ୍ସିଂ’ କାହିଁକି ଲଗାଯାଇଥିଲା? କିଛି ଲୋକ ଦେଶରେ ଅରାଜକତା ବଢ଼ାଇବାକୁ ଚାହୁଁଥିଲେ। ରାମଲୀଳା ମଇଦାନରେ ଆମ ଯବାନଙ୍କୁ ସରକାରଙ୍କ ଆଦେଶ ପାଳନ ନ କରିବାକୁ ଖୋଲାଖୋଲି ଭାବେ ଘୋଷଣା କରାଯାଇଥିଲା। ପୋଲିସ ଫୋର୍ସକୁ ସରକାରୀ ଆଦେଶ ପାଳନ ନ କରିବାକୁ କୁହାଯାଉଥିଲା। ଏଭଳି ସ୍ଥିତିରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ ବି ଏମରଜେନ୍ସିଂ ଲଗାଇଥାନ୍ତେ। ଏହା ଜାତୀୟ ସୁରକ୍ଷା ବିଷୟ ଥିଲା, କିଛି ଲୋକ ଦେଶରେ ବୋମା ପ୍ରସ୍ତୁତ କରୁଥିଲେ। ସ୍ଥାନେ ସ୍ଥାନେ ବୋମା ବିସ୍ଫୋରଣ ହେଉଥିଲା। ଏକଥା ସମସ୍ତେ ଜାଣନ୍ତି। ଅମିତ ଶାହାଙ୍କୁ ଏମରଜେନ୍ସିଂ କ’ଣ ଜଣାନାହିଁ। ନକଲି ଶିବସେନା ସହ ମିଶି ସେମାନେ ଯେଉଁ ବାଲାସାହେବଙ୍କ ଗୁଣଗାନ କରୁଛନ୍ତି, ସେ ମଧ୍ୟ ସେତେବେଳେ ଏହାକୁ ଖୋଲାଖୋଲି ସମର୍ଥନ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କୁ ସମର୍ଥନ ଦେଇ ସେ ମୁମ୍ବାଇରେ ସ୍ବାଗତ କରିଥିଲେ। ଆର୍‌ଏସ୍‌ଏସ୍‌ ମଧ୍ୟ ଜରୁରୀକାଳୀନ ପରିସ୍ଥିତିର ସମର୍ଥନ କରିଥିଲା ବୋଲି ସେ କହିଛନ୍ତି।

ଏହାଛଡ଼ା ଲୋକଙ୍କ ଧ୍ୟାନ ହଟାଇବାକୁ ଏଭଳି ପ୍ରଚେଷ୍ଟା ଚାଲିଛି। ୧୦ ବର୍ଷର ପ୍ରତ୍ୟେକ ଦିନ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ଏମିତି ଗୋଟିଏ ବି ଦିନ ନାହିଁ ଯେତେବେଳେ ଗଣତନ୍ତ୍ରର ରକ୍ଷା ହୋଇଛି। ଯେଉଁଭଳି ଭାବେ ଆଇନବ୍ୟବସ୍ଥାର ପ୍ରହସନ, ଦୁର୍ନୀତି, ଅରାଜକତା ଏହି ଦେଶରେ ବଢ଼ିଛି, ତେବେ ପ୍ରତି ଦିନ ସମ୍ବିଧାନର ହତ୍ୟା ହୋଇଛି। ଏହି କାରଣରୁ ଦେଶ ତାଙ୍କୁ ବହୁମତ ଦେଇନାହିଁ ବୋଲି ସଞ୍ଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri