Advertisement

‘ଚିକିତ୍ସା ନୁହେଁ, ମରିବାକୁ ଥିଲା ପସନ୍ଦ’

ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତା ସଞ୍ଜୟ ଦତ୍ତ ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କ୍ୟାନସର୍‌ ଭଳି ଏକ ଗୁରୁତର ରୋଗ ସହ ଲଢି ଶେଷରେ ଜିତିଥିବା ସଞ୍ଜୟ ଦତ୍ତ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏହି ରୋଗକୁ ସେ କିପରି ପରାସ୍ତ କରିଛନ୍ତି ତାହା ଲୋକମାନଙ୍କ ପାଇଁ ପ୍ରେରଣା ଯୋଗାଉଛି ଏବଂ ବର୍ତ୍ତମାନ ସେ ନିଜ ଫିଟନେସ ଉପରେ ଧ୍ୟାନ ଦେଉଛନ୍ତି। କିନ୍ତୁ ସଞ୍ଜୟ ନିଜକୁ କ୍ୟାନସର୍‌ ହେବା ଜାଣିବାପରେ ଏହାର ଚିକିତ୍ସା କରିବାକୁ ମନା କରିଦେଇଥିଲେ ଏବଂ କେମୋଥେରାପି ବଦଳରେ ମରିବାକୁ ଚାହୁଁଥିଲେ। ସଞ୍ଜୟ ଏପରି କାହିଁକି ଚାହୁଁଥିଲେ ତାହା ସେ ନିକଟରେ ଖୁଲାସା କରିଛନ୍ତି।
ଗତ ବର୍ଷ ସଞ୍ଜୟ ଦତ୍ତ ଫିଲ୍ମ ‘କେଜିଏଫ ୨’ରେ ନଜର ଆସିଥିଲେ। ଫିଲ୍ମରେ ଭିଲେନ ଭୂମିକାରେ ସଞ୍ଜୟ ଦତ୍ତ ତାଙ୍କର ଦୃଢ ଅଭିନୟ ସହିତ ସମସ୍ତଙ୍କ ହୃଦୟ ଜିତିଥିଲେ। ନିକଟରେ ଏକ କାର୍ଯ୍ୟକ୍ରମ ସମୟରେ ସଞ୍ଜୟ ତାଙ୍କ କ୍ୟାନସର ଯାତ୍ରା ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି- ଫିଲ୍ମ ‘କେଜିଏଫ ୨’ ଶୁୁଟିଂ ସମୟରେ ମୋ ପିଠିରେ ଯନ୍ତ୍ରଣା ହେଉଥିଲା। ଶୁଟିଂ ସମୟରେ ମୋତେ ଔଷଧ ଏବଂ ଗରମ ପାଣି ଆବଶ୍ୟକ ପଡୁଥିଲା। କିନ୍ତୁ ଦିନେ ମୋର ନିଃଶ୍ୱାସ ନେବାରେ ବହୁତ ଅସୁବିଧା ହେଲା ଏବଂ ତା’ପରେ ମୁଁ ହସ୍ପିଟାଲରେ ଯାଞ୍ଚ କରାଇଥିଲି। ପରେ ଜଣାପଡିଥିଲା ମୁଁ କ୍ୟାନସରରେ ରୋଗରେ ପୀଡିତ। ସେତେବେଳେ ମୁଁ କେମୋଥେରାପି ନେବାକୁ ଚାହୁଁ ନ ଥିଲି। ଔଷଧ ନୁହେଁ, କେବଳ ମରିବାକୁ ଚାହୁଁଥିଲି। ଆମ ପରିବାରରେ କ୍ୟାନସର ରୋଗର ପୁରୁଣା ଇତିହାସ ରହିଛି। କ୍ୟାନସର କାରଣରୁ ମା’ ନର୍ଗିସଙ୍କର ମୃତ୍ୟୁ ହୋଇଥିଲା। କେବଳ ଏତିକି ନୁହେଁ, ମୋର ପ୍ରଥମ ସ୍ତ୍ରୀ ରିଚା ଶର୍ମା ମଧ୍ୟ ସ୍ତନ କର୍କଟ କାରଣରୁ ଦୁନିଆକୁ ବିଦାୟ ଦେଇଥିଲେ। କିନ୍ତୁ କ୍ୟାନସର ରୋଗ ସମୟରେ ସ୍ତ୍ରୀ ମାନ୍ୟତା ଦତ୍ତ ଏବଂ ଭଉଣୀ ପ୍ରିୟା ଏବଂ ନମ୍ରତା ଦତ୍ତ ମୋତେ ବହୁତ ସମର୍ଥନ କରିଥିଲେ। ଏହି ଗୁରୁତର ରୋଗରେ ଜିତିବା ପାଇଁ ବାକି ଡାକ୍ତର ଦଳ ମୋତେ ବହୁତ ସାହାଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୀତ ପ୍ରମୋଶନ ପାଇଁ ନେହାଙ୍କ ଡ୍ରାମା

ବମ୍ବେ: ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଚର୍ଚ୍ଚାର ପରିସରକୁ ଆସିଥିଲେ ଗାୟିକା ନେହା କକ୍କଡ। ବିବାହର ଦୁଇ ମାସ ହୋଇଥିବା ବେଳେ ସେ ମା’...

ୟେଲୋ ଡ୍ରେସ୍‌ରେ ପ୍ରଶଂସକଙ୍କ ହୃଦୟ ଜିଣୁଛନ୍ତି ଏହି ଅଭିନେତ୍ରୀ

ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଖ୍ୟାତନାମା ଅଭିନେତ୍ରୀ ହେଉଛନ୍ତି ମୋନାଲିସା। ସେ ସବୁବେଳେ ତାଙ୍କର ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ମୋନାଲିସା ଯେତେବେଳେ ବି ସୋସିଆଲ ମିଡିଆରେ...

ମଲାଇକାଙ୍କ ସହ ଡେଟ୍‌ କରୁଥିବା ଅର୍ଜୁନ ଏକଦା ପଡ଼ିଥିଲେ ସଲମାନ୍‌ଙ୍କ ଭଉଣୀଙ୍କ ପ୍ରେମରେ, ଦୁଇ ବର୍ଷ ପରେ…

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ସେ ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଆଜି ତାଙ୍କର ୩୬ ତମ...

୧୭ ବର୍ଷ ବୟସରେ ପ୍ରଥମ ବିଶ୍ୱ ସୁନ୍ଦରୀ ହୋଇଥିଲେ ଏହି ଯୁବତୀ, ଆଉ ତା ପରେ..

ବମ୍ବେ: ଫିନ୍‌ଲ୍ୟାଣ୍ଡର ଆର୍ମି ହେଲେନା କୁସେଲା ୧୯୫୨ ମସିହାରେ ପ୍ରଥମ ବିଶ୍ୱସୁନ୍ଦରୀ ହେବାର ଗୌରବ ଅର୍ଜନ କରିଥିଲେ। ଅଗଷ୍ଟ ୨୦ରେ ସେ ୮୬ ବର୍ଷର ହୋଇଛନ୍ତି।...

ପୁଣି ବିଗିଡ଼ିଲା ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା: ଭେଣ୍ଟିଲେଟରକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୧।୯: ବଲିଉଡ୍‌ କମେଡିଆନ ରାଜୁ ଶ୍ରୀବାସ୍ତବ ଦିଲ୍ଲୀ ଏମ୍ସ ସ୍ଥିତ ହସ୍ପିଟାଲରେ ଭର୍ତ୍ତି ହେବାର ମାସେ ପୂରଣ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ...

ସାହସୀ ଝିଅ ଶ୍ରଦ୍ଧା

ଶ୍ରଦ୍ଧା କପୁର ଖୁବ୍‌ଶିଘ୍ର ନିଜ ଆଗାମୀ ପ୍ରୋଜେକ୍ଟ୍‌ କାମ ଆରମ୍ଭ କରିବାକୁ ଯାଉଛନ୍ତି। ସେ କରିଥିବା ସବୁ ଫିଲ୍ମ ଆପେକ୍ଷା ଏହି ଫିଲ୍ମର କାହାଣୀ ସାଙ୍ଗକୁ...

ଭବ୍ୟ ବଙ୍ଗଳା ସାଙ୍ଗକୁ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ମାଲିକ ଏହି ହ୍ୟାଣ୍ଡସମ୍‌ ଅଭିନେତା; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ହ୍ୟାଣ୍ଡସମ୍‌ ହଙ୍କ ଶାହିର ଶେଖ ଟେଲିପରଦାର ଏକ ଜଣାଶୁଣା ନାମ। ୨୦୦୯ରେ ‘କ୍ୟା ମସ୍ତ ହୈ ଲାଇଫ୍‌’ରୁ ସେ ନିଜର ଡେବ୍ୟୁ କରିଥିଲେ। ଏହା...

୩୮ ବର୍ଷରେ ପାଦ ଦେଲେ ଅଙ୍କିତା

ମୁମ୍ବାଇ: ଛୋଟପରଦାର ପ୍ରସିଦ୍ଧ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜି ଅର୍ଥାତ୍‌ ଡିସେମ୍ବର ୧୯ରେ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୪ରେ ଇନ୍ଦୋରର ଏକ...

Advertisement
Archives

Model This Week