ସଞ୍ଜୟଙ୍କ ବିଦେଶ ଗସ୍ତକୁ ନେଇ ଉପୁଜିପାରେ ବାଧା

ମୁମ୍ବାଇ,୧୩।୮: ବଲିଉଡ୍‌ ନାୟକ ସଞ୍ଜୟ ଦତ୍ତ କ୍ୟାନସରରେ ପୀଡ଼ିତ ହେବା ଜଣାପଡିବା ପରେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ତେବେ କ୍ୟାନସର ଚିକିତ୍ସା ଲାଗି ସଞ୍ଜୟ ବିଦେଶ ଯାଇ ପାରନ୍ତି ବୋଲି କୁହାଯାଉଛି। ଚିକିତ୍ସା ପାଇଁ ଆମେରିକା ଯିବାକୁ ଚିନ୍ତା କରୁଥିବା ସଞ୍ଜୟଙ୍କ ପାଖରେ ଆମେରୀକିୟ ଭିଜା ନ ଥିବା ସୂଚନା ମିଳିଛି। ସେ ଆମେରିକାର ମେମୋରିୟଲ ସ୍ଲୋଆନ କେଟରିଂ କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେବାକୁ ଯୋଜନା କରୁଥିବା ବେଳେ ଏବେ ଆମେରିକାର ଭିଜା ପାଇଁ ପ୍ରସ୍ତୁତିରେ ଅଛନ୍ତି। ଅନ୍ୟପଟେ ଗଣମାଧ୍ୟମର ସୂଚନାରୁ ଜଣାପଡିଛି କି ସଞ୍ଜୟ ମୁମ୍ବାଇ ବ୍ଲାଷ୍ଟ ମାମଲାରେ ସମ୍ପୃକ୍ତ ଥିବାରୁ ତାଙ୍କୁ ଆମେରିକାର ଭିଜା ନ ମିଳିପାରେ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ସଞ୍ଜୟ କ୍ୟାନସରରେ ପୀଡ଼ିତ ହେବାପରେ ତାଙ୍କର ପ୍ରଶଂସକମାନେ ଆଶୁ ଆରୋଗ୍ୟ କାମନା କରିଥିବାରୁ ସଞ୍ଜୟଙ୍କ ପତ୍ନୀ ମାନ୍ୟତା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏମିତି ସମୟରେ ପ୍ରାର୍ଥନାର ଆବଶ୍ୟକତା ବୋଲି ସେ କହିଛନ୍ତି। ଗତ କିଛିବର୍ଷ ହେବ ଆମ ପରିବାର ଖରାପ ପରିସ୍ଥିତି ଦେଇ ଗତିକରୁଥିବା ବେଳେ ଏହା ଶୀଘ୍ର କଟିଯିବ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ସେ ସଞ୍ଜୟଙ୍କ ଫ୍ୟାନମାନଙ୍କୁ ଅନୁରୋଧ କରି କହିଛନ୍ତି ସଞ୍ଜୁଙ୍କ ସ୍ବାସ୍ଥ୍ୟକୁ ନେଇ କୌଣସି ଅନୁମାନ କରିବା ଅବା ମିଥ୍ୟା ପ୍ରଚାରଠାରୁ ଦୂରେଇ ରୁହନ୍ତୁ। ଭଗବାନ ପୁଣିଥରେ ଆମଠାରୁ ପରୀକ୍ଷା ନେଉଛନ୍ତି। ତେଣୁ ଆଗଥର ଭଳି ଏଥର ମଧ୍ୟ ଆମେ ବିଜୟୀ ହେବାକୁ ଚେଷ୍ଟା କରିବୁ ବୋଲି ମାନ୍ୟତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri