ଖୋର୍ଦ୍ଧା ସହରରେ ପରିମଳ ବିପର୍ଯ୍ୟସ୍ତ: ଆବର୍ଜନାରେ ପୋତିହେଲାଣି ଡ୍ରେନ୍‌

ଖୋର୍ଦ୍ଧା ଅଫିସ,୨୫ା୭: ଖୋର୍ଦ୍ଧା ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଫଳରେ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ଦୀର୍ଘଦିନ ଧରି ଅଳିଆ ସଫା ନ ହେବାରୁ ଡ୍ରେନଗୁଡିକରେ ଆବର୍ଜନା ପଡି ରହି ପୋତି ହୋଇଗଲାଣି। ଘରୁ ବାହାରୁଥିବା ଅପରିଷ୍କାର ପାଣି ଡ୍ରେନରେ ଜମିରହି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ପୌର ପ୍ରଶାସନ ପକ୍ଷରୁ ଡ୍ରେନ ସଫା କରାଯାଉ ନ ଥିବାରୁ ସହରରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

୪୬ହଜାର ଜନସଂଖ୍ୟା ବିଶିଷ୍ଟ ଖୋର୍ଦ୍ଧା ସହରରେ ୨୨ଟି ଓ୍ବାର୍ଡ ରହିଛି। ସେଥିରୁ ୨୦ଓ୍ବାର୍ଡ ଘରୋଇକରଣ କରାଯାଇଛି। ଦୈନିକ ଠିକା ସଂସ୍ଥା ଦ୍ୱାରା ଅଳିଆ ଉଠାଯାଉଛି। ଏଥିଲାଗି ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, ନୟାଗଡ଼ ରୋଡ, ମୁକୁନ୍ଦପ୍ରସାଦ ରାସ୍ତା, ଗୁରୁଜଙ୍ଗ ରାସ୍ତା, ଗୀତାଭବନ ପଡ଼ିଆ, ହାବେଳି ପଡ଼ିଆ ସମେତ ବିଭିନ୍ନ ଛକ ସ୍ଥାନ ସମେତ ସାହିଗଳିରେ ଅଳିଆ ଆର୍ବଜନା ପଡ଼ିରହିଛି। ଏନେଇ ସ୍ଥାନୀୟ ବାସିନ୍ଦା ପୌର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଶୀର୍ଷତା ସ୍ଥାନ ହାସଲ ଲାଗି ଖୋର୍ଦ୍ଧା ପରିଷଦ ପକ୍ଷରୁ ‘ସ୍ବଚ୍ଛ ଭାରତ-ସୁସ୍ଥ ଭାରତ’ ଅଭିଯାନ ଆରମ୍ଭ ହୋଇଥିଲା। ଏ ବାବଦରେ ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ରାସ୍ତାରେ ଅଳିଆ ପଡ଼ିବ ନାହିଁ। ସ୍ବଚ୍ଛ ସାଥୀମାନେ ଘର ଘର ବୁଲି ଅଳିଆ ସଂଗ୍ରହ କରିବେ। ପ୍ରତ୍ୟେକ ଘରୁ ପୃଥକ୍‌ ଭାବେ ଓଦା ଓ ଶୁଖିଲା ସଂଗ୍ରହ କରିବେ। କୌଣସି ସ୍ଥାନରେ ଅଳିଆ ରହିବାକୁ ଦିଆଯିବ ନାହିଁ। ଏଥିଲାଗି ପୌର ପ୍ରଶାସନ ପକ୍ଷରୁ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି। ଅନ୍ୟପଟେ ସହରର ବିଭିନ୍ନ ସ୍ଥାନରେ ଅଳିଆ ପଡରହି ପରିବେଶକୁ ପ୍ରଦୂଷିିତ କରୁଛି। ଅଳିଆ ଗଦାରେ ଗୋରୁ, ବୁଲା କୁକୁର ଖାଦ୍ୟ ଲାଲସାରେ ଅଳିଆ ଗୁଡିକୁ ଏଣେତେଣେ ପକାଉଛନ୍ତି। ଫଳରେ ଅଳିଆ ଜମା ହୋଇ ରହୁଥିବା ସ୍ଥାନରେ ଆବର୍ଜନାମୟ ହୋଇ ରହୁଛି। ଗନ୍ଧରେ ନାକ ଫାଟିି ପଡୁଛି। ଏଥିପ୍ରତି ପୌର ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ସ୍ବଚ୍ଛତା ଉପରେ ସରକାର ଓ ପ୍ରଶାସନ ଗୁରୁତ୍ୱ ଦେଉଥିବା ବେଳେ ଦୀପ ତଳ ଅନ୍ଧାର ଭଳି ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଖୋର୍ଦ୍ଧା ସୁରକ୍ଷା ମଞ୍ଚ ଆବାହକ ଶୋଭନ ଘୋଷ କହିଛନ୍ତି। ସେହିପରି ନଗର କଂଗ୍ରେସ ସଭାପତି ରଞ୍ଜିତ୍‌ ମହାପାତ୍ର କହିଛନ୍ତି, ପୌର କାର୍ଯ୍ୟାଳୟ ଆଗରେ ରହିଥିବା ଡ୍ରେନ ପୋତି ହୋଇଗଲାଣି। ଅପରିଷ୍କାର ପାଣି ଜମା ହୋଇ ରହିଥିବା ବେଳେ ଏହାକୁ ସଫା କରାଯାଉନାହିଁ। ଏଥିରୁ ସହରର ପରିମଳ ବ୍ୟବସ୍ଥା କିପରି ରହିଛି ତାହା ଜଣାପଡୁଛି। ଏନେଇ ବରିଷ୍ଠ ବୁଦ୍ଧିଜୀବୀ ବିମଳ ଷଡ଼ଙ୍ଗୀ କହିଛନ୍ତି, ସହରରେ ରହିଥିବା ଡ୍ରେନ କାହାକୁ କାହାର ସଂଯୋଗ ନାହିଁ। ଫଳରେ ଡ୍ରେନରୁ ପାଣି ନିଷ୍କାସନ ହୋଇପାରୁ ନାହିଁ। ପୌର ପ୍ରଶାସନର ଅବହେଳା ଯୋଗୁ ସହରର ପରିମଳ ବ୍ୟବସ୍ଥା ଠପ ହୋଇଯାଇଛି। ସିଡିଏମ୍‌ଓ ବିଶ୍ୱରଞ୍ଜନ ପତି କହିଛନ୍ତି, ଜିଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଛି। ଏହାକୁ ନିୟନ୍ତ୍ରଣ ଓ ନିରାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ସହରରେ ପରିମଳ ବ୍ୟବସ୍ଥା ସୁଧାରିବା ଲାଗି ପ୍ରଶାସନକୁ ଚିଠି ଲେଖି ଅନୁରୋଧ କରାଯିବ। ଅନ୍ୟପଟେ ଏ ସମ୍ପର୍କରେ ଉପଜିଲାପାଳ ତଥା ପୌର ପରିଷଦ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଆଇ.ଜି. ଶିବାଜୀ କହିଛନ୍ତି, ସହର ପରିମଳ ବ୍ୟବସ୍ଥା ସୁଧାରିବା ଏବଂ ଡ୍ରେନ ସଫେଇ ପ୍ରତି ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri