Posted inଖେଳ

ଗ୍ରାଣ୍ଡସ୍ଲାମରୁ ସାନିଆଙ୍କ ବିଦାୟ

ମେଲବୋର୍ନ,୨୮ା୧(ପି.ଟି.): ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍‌ ଟୁର୍ନାମେଣ୍ଟର ମିକ୍ସଡ ଡବଲ୍ସ ବର୍ଗରେ ରନର୍ସ ଅପ୍‌ ହେବା ସହିତ ଗ୍ରାଣ୍ଡସ୍ଲାମ କ୍ୟାରିୟରକୁ ବିଦାୟ ଜଣାଇଛନ୍ତି ଭାରତୀୟ ଟେନିସ ତାରକା ସାନିଆ ମିର୍ଜା। ଅନ୍ୟତମ ଭାରତୀୟ ଖେଳାଳି ରୋହନ ବୋପାନ୍ନାଙ୍କ ସହିତ ଯୋଡି ହୋଇ ଖେଳୁଥିବା ସାନିଆ ଫାଇନାଲରେ ବ୍ରାଜିଲର ଲୁସିଆ ଷ୍ଟିଫାନି ଓ ରାଫେଲ ମାଟାଓସଙ୍କ ନିକଟରୁ ୬-୭(୨) ଓ ୨-୬ ସେଟରେ ପରାଜିତ ହୋଇଛନ୍ତି। ଶୁକ୍ରବାର ରଡ ଲାଭେର ଆରେନାରେ ଖେଳାଯାଇଥିବା ଫାଇନାଲରେ ଅଣସିଡେଡ୍‌ ସାନିଆ-ବୋପାନ୍ନା ଯୋଡି ପ୍ରଥମ ସେଟରେ କଡା ଟକ୍କର ଦେଇଥିଲେ। ଟାଇବ୍ରେକରରେ ସାନିଆ-ବୋପାନ୍ନା ପ୍ରଥମ ସେଟ୍‌ରେ ହାରିଥିବା ବେଳେ ଦ୍ୱିତୀୟ ସେଟକୁ ୨-୬ରେ ହାରି ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀରେ ଦୁବାଇ ମାଷ୍ଟର୍ସ ଟେନିସ୍‌ ଟୁର୍ନାମେଣ୍ଟ ପରେ ଅବସର ନେବା ସମ୍ପର୍କରେ ସାନିଆ ଘୋଷଣା କରିଥିଲେ। ଏହା ସାନିଆଙ୍କ କ୍ୟାରିୟରର ଅନ୍ତିମ ଗ୍ରାଣ୍ଡସ୍ଲାମ ହୋଇଥିବା ବେଳେ ମିକ୍ସଡ ଡବଲ୍ସରେ ରନର୍ସ ଅପ୍‌ ହୋଇଛନ୍ତି। ମ୍ୟାଚ ପରବର୍ତ୍ତୀ ଭାଷଣ ସମୟରେ ସାନିଆ ବେଶ୍‌ ଭାବବିହ୍ବଳ ହୋଇ ପଡିଥିଲେ। ମେଲବୋର୍ନରୁ ମୁଁ କ୍ୟାରିୟର ଆରମ୍ଭ କରିଥିବା ବେଳେ ମୋର ଗ୍ରାଣ୍ଡସ୍ଲାମ କ୍ୟାରିୟର ଏଠାରେ ଶେଷ କରିବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ସାନିଆ କହିଥିଲେ। ଏହି ଟୁର୍ନାମେଣ୍ଟଟି ଏକାଧିକ କାରଣରୁ ମୋ ପାଇଁ ସ୍ବତନ୍ତ୍ର। ପ୍ରଥମତଃ ଅଷ୍ଟ୍ରେଲିଆନ ଓପନରୁ ମୋର ଗ୍ରାଣ୍ଡସ୍ଲାମ କ୍ୟାରିୟର ଆରମ୍ଭ ହୋଇଥିଲା ଏବଂ ବୋପାନ୍ନା ମୋର ପ୍ରଥମ ମିକ୍ସଡ ଡବଲ୍ସ ପାର୍ଟନର। ତେଣୁ ଏଠାରେ ନିଜର ଗ୍ରାଣ୍ଡସ୍ଲାମ କ୍ୟାରିୟର ଶେଷ କରିବା ଅତ୍ୟନ୍ତ ଗର୍ବର ବିଷୟ। ୩୬ ବର୍ଷୀୟ ସାନିଆ ନିଜ ଟେନିସ୍‌ କ୍ୟାରିୟରରେ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ୨୦୦୯ ଅଷ୍ଟ୍ରେଲିଆନ ଓପନ ଏବଂ ୨୦୧୨ ଫ୍ରେଞ୍ଚ ଓପନ ମହେଶ ଭୂପତିଙ୍କ ସହିତ ଜିତିଥିବା ବେଳେ ବ୍ରାଜିଲର ବ୍ରୁନୋ ସୋରେସଙ୍କ ସହିତ ୨୦୧୪ରେ ୟୁଏସ ଓପନ୍‌ ମିକ୍ସଡ ଡବଲ୍ସ ଟାଇଟଲ ବିଜୟୀ ହୋଇଥିଲେ। ସେହିପରି ମହିଳା ଡବଲ୍ସରେ ୨୦୧୫ ମସିହାରେ ୟୁଏସ୍‌ ଓପନ ଓ ଓ୍ବିମ୍ବେଲଡନ୍‌ ଚାମ୍ପିୟନ ହୋଇଥିବା ବେଳେ ୨୦୧୬ରେ ଅଷ୍ଟ୍ରେଲିଆନ୍‌ ଓପନରେ ଚାମ୍ପିୟନ ହୋଇଥିଲେ। ନିଜ ଭାଷଣ ସମୟରେ ସାନିଆ କାନ୍ଦି ପକାଇଥିଲେ। ୧୮ ବର୍ଷ ତଳେ ସେରେନା ଓ୍ବିଲିୟମ୍ସଙ୍କ ବିପକ୍ଷରେ ଏଠାରୁ ନିଜର ଗ୍ରାଣ୍ଡସ୍ଲାମ ଯାତ୍ରା ଆରମ୍ଭ କରିଥିଲି। ବର୍ଷ ପରେ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଟୁର୍ନାମେଣ୍ଟ ମୋ ପାଇଁ ବେଶ୍‌ ଲକି ସାବ୍ୟସ୍ତ ହୋଇଛି ବୋଲି ସାନିଆ କହିଛନ୍ତି। ଏହି ଫାଇନାଲ ମ୍ୟାଚ ଦେଖିବା ପାଇଁ ସାନିଆଙ୍କ ୪ ବର୍ଷର ପୁଅ ଇଝାନ ଓ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ ଡବଲ୍ସ ପାର୍ଟନର କାରା ବ୍ଲାକଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri