Posted inଜାତୀୟ

ଆଜି ୫୪ କଳାକାରଙ୍କୁ ମିଳିବ ସଙ୍ଗିତ ନାଟକ ଏକାଡେମୀ ଅମୃତ ଆଓ୍ବାର୍ଡ, ଉପରାଷ୍ଟ୍ରପତି କରିବେ ସମ୍ମାନୀତ

ନୂଆଦିଲ୍ଲୀ,୧୬।୯: ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ୭୫ବର୍ଷରୁ ଅଧିକ ୮୪ କଳାକାରଙ୍କୁ ସଙ୍ଗିତ ନାଟକ ଏକାଡେମୀ ଅମୃତ ପୁରସ୍କାରରେ ସମ୍ମାନିତ କରାଯିବ। ପ୍ରଥମ ଥର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ସଂଗୀତ ନାଟକ ଏକାଡେମୀ ଦ୍ୱାରା ଏହି ଭେଟେରାନ କଳାକାରମାନଙ୍କୁ ଜାତୀୟ ସମ୍ମାନରେ ସମ୍ମାନିତ କରାଯିବ। ଉପରାଷ୍ଟ୍ରପତି ଜଗଦୀପ ଧନଖର ଆଜି ୭୦ପୁରୁଷ ଏବଂ ୧୪ ମହିଳା ବିଶିଷ୍ଟ କଳାକାରଙ୍କୁ ସମ୍ମାନିତ କରିବେ। ସେମାନଙ୍କ ମଧ୍ୟରେ ସବୁଠାରୁ ବୟସ୍କ ହେଉଛନ୍ତି ମଣିପୁରର ୧୦୧ ବର୍ଷିୟ ଯୁମନାମ ଜତ୍ର ସିଂ। ପୁରସ୍କାର ତାଲିକାରେ ୯୦ ବର୍ଷରୁ ଅଧିକ ୧୩ ଜଣ ଏବଂ ୮୦ ବର୍ଷରୁ ଅଧିକ ୩୮ଜଣ କଳାକାର ଅଛନ୍ତି । ଦୁଇ ମହିଳା କଳାକାର ଗୌରୀ କୁପସ୍ବାମୀ ଏବଂ ମହାଭାଶିମ ଚିତ୍ତରଂଜନଙ୍କୁ ଏହି ପୁରସ୍କାର ପରେ ଦିଆଯିବ।
ସଂଗୀତ ନାଟକ ଏକାଡେମୀର ସଭାପତି ଡା. ସାା ପୁରେଚା କହିଛନ୍ତି ଯେ ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟକୁ ସମ୍ମାନ କରୁଥିବା ଏହି କଳାକାରମାନେ କୌଣସି ଜାତୀୟ ସମ୍ମାନ ପାଇ ନାହାଁନ୍ତି। ଏହି ପୁରସ୍କାର ପାଇଁ ପ୍ରାୟ ୫୦୦ ଆବେଦନ ଗ୍ରହଣ କରାଯାଇଥିଲା। ଏଥିମଧ୍ୟରୁ ଏକାଡେମୀର ସାଧାରଣ ପରିଷଦ ବିଭିନ୍ନ ପାରାମିଟର ଆଧାରରେ ୮୪ ଜଣ କଳାକାରଙ୍କୁ ଚୟନ କରିଥିଲା। ଜାତୀୟ ପୁରସ୍କାର ଆକାରରେ, ତମ୍ବା ପ୍ଲେଟ, ଅଙ୍ଗବସ୍ତ୍ର ବ୍ୟତୀତ ଏହି ବରିଷ୍ଠ କଳାକାରମାନଙ୍କୁ ନଗଦ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହା ବ୍ୟତୀତ ଅସୁସ୍ଥତା ହେଲେ ୧.୫ଲକ୍ଷ ଟଙ୍କା ମଧ୍ୟ ସହାୟତା ଭାବରେ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ଶସ୍ତା କଲେ ସରକାର, ହ୍ରାସ ହେଲା ଉତ୍ପାଦ ଶୁଳ୍କ, ଜାଣନ୍ତୁ ପ୍ରତି ଲିଟର କେତେ…

ନୂଆଦିଲ୍ଲୀ,୨୭ା୩: ଆମେରିକା-ଇରାନ ଯୁଦ୍ଧ ଯୋଗୁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବୃଦ୍ଧିର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉଭୟ ଉପରେ ଅତିରିକ୍ତ ଉତ୍ପାଦ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

କାହିଁକି ପଛଘୁଞ୍ଚା ଦେଲେ ଟ୍ରମ୍ପ, କହିଦେଲେ ଏହି ବଡ଼ କାରଣ

ଓ୍ବାଶିଂଟନ,୨୭ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦ ଦିନ ପାଇଁ ଯୁଦ୍ଧ ବିରତି ଘୋଷଣା କରିଛନ୍ତି। ତେବେ ଟ୍ରମ୍ପ କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ସେନେଇ ସୋସିଆଲ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri