ଶୁକ୍ରବାର ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ପୁରୀ ଅଫିସ,୭।୭: ଶୁକ୍ରବାର ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ହେଲେ ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ନ ହୋଇ ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବ ବୋଲି ପ୍ରଶାସନ ଘୋଷଣା ପକ୍ଷରୁ କରାଯାଇଛି। ତେଣୁ ଅପରାହ୍ନ ୪ଟାରୁ ଭକ୍ତ ଆଉ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ। ଶୁକ୍ରବାର ସନ୍ଧ୍ୟା ଦର୍ଶନ ପରେ ଶନିବାର ବାହୁଡ଼ା ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ତେବେ ସନ୍ଧ୍ୟା ଦର୍ଶନ ଆସନ୍ତାକାଲି ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବ ବୋଲି ପ୍ରଶାସନର ନିଷ୍ପତ୍ତିକୁ ତୀବ୍ର ବିରୋଧ କରୁଛନ୍ତି ଭକ୍ତ । ସନ୍ଧ୍ୟା ବେଳେ ହିଁ ସନ୍ଧ୍ୟା ଦର୍ଶନ କରାଯାଏ । କିନ୍ତୁ ୪ଟାରେ ଦର୍ଶନ ବନ୍ଦ ହେଲେ ହଜାର ହଜାର ଭକ୍ତ ଦର୍ଶନରୁ ବଞ୍ଚିତ ହେବେ ବୋଲି ସେବାୟତ କହିଛନ୍ତି ।