Posted inଜାତୀୟ

ପଶ୍ଚିମବଙ୍ଗରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖ

କୋଲକାତା,୨୯।୨: ପଶ୍ଚିମବଙ୍ଗ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଦୀର୍ଘ ୫୫ ଦିନ ପରେ ଗିରଫ ହୋଇଛନ୍ତି ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଟିଏମ୍‌ସି ନେତା ଶାହଜାହାନ ଶେଖ। ତାଙ୍କୁ ବୁଧବାର ରାତି ୩ଟାରେ ମୀନାଖାନର ଏକ ଅଜ୍ଞାତ ସ୍ଥାନରୁ ଗିରଫ କରାଯାଇଛି। ତେବେ ସେ ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା।

ଶାହାଜାହାନ ଉତ୍ତର ୨୪ ପରଗାନା ଜିଲା ପରିଷଦର ମତ୍ସ୍ୟ ଓ ପଶୁ ସମ୍ପଦ ଅଧିକାରୀ ତଥା ସନ୍ଦେଶଖାଲିର ବ୍ଲକ ସଭାପତି ଅଟନ୍ତି। ସେ ମମତା ସରକାରରେ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକଙ୍କ ନିକଟତର ବୋଲି କୁହାଯାଏ। ତେବେ ତାଙ୍କ ଗିରଫଦାରୀକୁ ନେଇ ମୀନାଖାନ ଏସ୍‌ଡିପିଓ ଅମିନୁଲ ଇସଲାମ ଖାଁ କହିଛନ୍ତି ଯେ ଶାହାଜାହାନଙ୍କୁ ପଶ୍ଚିମବଙ୍ଗ ପୋଲିସ ଉତ୍ତର ୨୪ ପରଗାନାର ମିନାଖାନ ଅଞ୍ଚଳରୁ ଗିରଫ କରିଛି । ତାଙ୍କୁ ବସିରହାଟ କୋର୍ଟକୁ ନିଆଯାଇଛି। ପଶ୍ଚିମବଙ୍ଗ ପୋଲିସ ବ୍ୟତୀତ ସିବିଆଇ ଏବଂ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଶାହାଜାହାନଙ୍କୁ ଗିରଫ କରିପାରିବ ବୋଲି କୋଲକାତା ହାଇକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ସେ ଦୀର୍ଘଦିନରୁ ଫେରାର ଥିଲେ। ଏହା ପରେ ତାଙ୍କୁ ଗିରଫ କରିବା ପାଇଁ ସିବିଆଇ ଏବଂ ଇଡି ମଧ୍ୟ ମୁକ୍ତ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜାନୁଆରୀ ୫ ରେ, ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାର ସନ୍ଦେଶଖାଲିରେ ପ୍ରାୟ ଏକ ହଜାର ଲୋକଙ୍କ ଭିଡ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲା। ରାଜ୍ୟରେ ଥିବା ରାସନ ବଣ୍ଟନ ଦୁର୍ନୀତିର ତଦନ୍ତ ସଂପର୍କରେ ଇଡି ଟିମ ଶାହାଜାହାନ ଶେଖଙ୍କ ଘରକୁ ଚଢ଼ାଉ କରିବାକୁ ଯାଇଥିଲେ। ଶାହାଜାହାନଙ୍କ ଘରର ତାଲା ଭଙ୍ଗାଯିବା ସମୟରେ ଲୋକମାନେ ଆକ୍ରମଣ କରିଥିଲେ। ଏହାପୂର୍ବରୁ ଫୋନରେ ଶାହାଜାହାନଙ୍କୁ ଡାକିବାକୁ ଅନେକଥର ଚେଷ୍ଟା କରାଯାଇଥିଲା, କିନ୍ତୁ ସେ ଆସ ନ ଥିଲେ। ଜିଲ୍ଲାର ଏସପିଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେ ମଧ୍ୟ କଥାବାର୍ତ୍ତା କରି ନ ଥିଲେ। ଏହି ଘଟଣା ପରେ ଶାହାଜାହାନ ଏବଂ ତାଙ୍କ ସମର୍ଥକଙ୍କ ଉପରେ ସ୍ଥାନୀୟଲୋକେ ଜମି ହଡ଼ପ ଏବଂ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାକୁ ନେଇ ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ। ସେବେଠାରୁ ସନ୍ଦେଶଖାଲି ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri