ଖେଳୁଥିବା ବେଳେ ଧସିଲା ବାଲିକୁଦ: ପୋତିହୋଇଗଲେ ୩ ଶିଶୁ, ଜଣେ ମୃତ

ଆର.ଉଦୟଗିରି,୨୭ା୨(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ଗ୍ରାମପଞ୍ଚାୟତର ପାଟପାଣୀ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ନଦୀ ବାଲିରେ ଖେଳୁଥିବା ସମୟରେ ପାଖରେ ଥିବା ବାଲିକୁଦ ଧସିପଡ଼ିବାରୁ ୩ଜଣ ଶିଶୁ ପୋତି ହୋଇଯାଇଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ଅଛନ୍ତି। ମୃତକ ହେଲେ ରାମ ରଇତଙ୍କ ପୁଅ କିଶୋର (୮)। ଆହତମାନେ ହେଲେ ଭୀମ ଶବର, ଗୌତମ ରଇତ।
ପ୍ରକାଶ ଯେ, ପାଟପାଣୀର ୭ ଜଣ ଶିଶୁ ଗଁା ନିକଟ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ୩ ଜଣ ଗାଧୋଇବା ପରେ ଘରକୁ ଫେରିଆସିଥିବା ବେଳେ ଅନ୍ୟମାନେ ନଦୀରେ ଗଦା ହୋଇଥିବା ଏକ ବାଲିକୁଦ ତଳେ ଗାତ କରି ଖେଳୁଥିଲେ। ଏହି ସମୟରେ ହଠାତ୍‌ ସେମାନଙ୍କ ଉପରେ ବାଲିକୁଦ ଧସି ପଡ଼ିଥିଲା। ଫଳରେ କିଶୋର, ଭୀମ, ଗୌତମ ବାଲିରେ ପୋତି ହୋଇଯାଇଥିଲେ। ଏହା ଦେଖି ନିକଟରେ ଥିବା ଆଉ ଜଣେ ଶିଶୁ ଗ୍ରାମବାସୀଙ୍କୁ ଜଣାଇଥିଲେ। ସେମାନେ ଆସି ବାଲିକୁଦକୁ ଖୋଳି ଶିଶୁମାନଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ କିଶୋରଙ୍କ ମୃତ୍ୟୁ ଘଟିଥିଲା। ଆହତ ଭୀମ ଓ ଗୌତମଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ତାଙ୍କ ସମ୍ପର୍କୀୟମାନେ କହିଛନ୍ତି। ଏ ନେଇ ଆର.ଉଦୟଗିରି ଥାନାରେ ନଂ. ୩/୨୩ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ଧାରିତ ସମୟ ପୂର୍ବରୁ ଗଡିଲା ରଥ

ପୁରୀ ଅଫିସ୍‌,୧୨।୭: ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ଆରମ୍ଭ ହୋଇଛି। ରାଜବେଶରେ ଗଜପତି ମହାରାଜ ଗୋଟିଏ ପରେ ଗୋଟିଏ ରଥରେ ଛେରାପହଁରା ନୀତି...

ସମାଜ ଗଠନରେ ଗଣମାଧ୍ୟମ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବାଲୁଗଁ।, ୧ା୧୨(ଡି.ଏନ୍‌.ଏ.) ଏକ ଆଦର୍ଶ ଓ ପରିବର୍ତ୍ତନଶୀଳ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକଙ୍କ ସତ୍ୟ, ନିରପେକ୍ଷ ଏବଂ ନିର୍ଭୀକ ଲେଖନୀ ଚାଳନା ଦ୍ୱାରା...

ସ୍ବାଧୀନତା ଦିବସରେ କୋଭିଡ୍‌ ଯୋଦ୍ଧା ସମ୍ମାନିତ

ଜୟପୁର,୧୫।୮(ନି.ପ୍ର.): କରୋନା କଟକଣାରେ ଜୟପୁରରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବସ୍‌ଷ୍ଟାଣ୍ଡ ନିକଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉପଜିଲାପାଳ ହେମାକାନ୍ତ ସୟ...

ବାପଘରକୁ ନେବା ବାଟରେ ସ୍ତ୍ରୀଙ୍କୁ ମାରିଦେଲେ

ଉମରକୋଟ, ୬।୧(ସ୍ବ.ପ୍ର.): ପାରିବାରିକ କଳହକୁ କେନ୍ଦ୍ର କରି ମଙ୍ଗଳବାର ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ୟୁଭି-୫୨ ଗ୍ରାମର ବିପ୍ଳବ ବିଶ୍ବାସ ତାଙ୍କ ସ୍ତ୍ରୀ ସିପ୍ରାଙ୍କୁ ହତ୍ୟା...

ମା’ଙ୍କୁ ବଞ୍ଚାଇବା ପାଇଁ କୂଅକୁ ଡେଇଁଲେ ପୁଅ

ନୂଆପଡ଼ା ଅଫିସ୍‌,୨୩ା୧: ନୂଆପଡ଼ା ଜିଲା କୋମନା ଥାନା ସଦର ବଙ୍ଗଳାପଡ଼ାରେ ଶନିବାର କୂଅରେ ଖସିପଡ଼ିଥିଲେ ଜଣେ ବୃଦ୍ଧା। ଏହା ଦେଖି ମା’ଙ୍କୁ ଉଦ୍ଧାର କରିବା ପାଇଁ...

ଓଟିଏମ୍‌ ପୁନଃରୁଦ୍ଧାର ମାମଲା: ବକେୟା ଟଙ୍କା ନେଇ ରିପୋର୍ଟ ଦାଖଲ

କଟକ ଅଫିସ,୧୮।୧୦: ଓଟିଏମ୍‌ ପୁନଃରୁଦ୍ଧାର ସମ୍ପର୍କିତ ମାମଲାରେ ହାଇକୋର୍ଟରେ ଅଫିସିଆଲ ଲିକ୍ୟୁଡେଟର ମଙ୍ଗଳବାର ରିପୋର୍ଟ ଦାଖଲ କରିଛନ୍ତି। ଓଟିଏମ୍‌ ପୁନଃରୁଦ୍ଧାର ଏବଂ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ...

ଆରମ୍ଭରୁ ହାତ ଟେକିଲେଣି

ଯୋଡ଼ା,୩୦।୧୧(ଡି.ଏନ୍‌.ଏ.) ଚଳିତବର୍ଷ ମାର୍ଚ୍ଚରେ ଶେଷ ହୋଇଥିବା ରାଜ୍ୟର ବିଭିନ୍ନ ଖଣିମଣ୍ଡଳର ୧୭ଟି ଲୁହାପଥର ଖଣି ପାଇଁ ୨୦୧୯ ଶେଷ ଭାଗରେ ନିଲାମ ଡକାଯାଇଥିଲା। ସେଥିମଧ୍ୟରୁ ଯୋଡ଼ା...

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ ଅଫିସ,୨୨।୪ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ...

Advertisement
Archives

Model This Week