ବନ କର୍ମଚାରୀଙ୍କୁ କ୍ୱାର୍ଟର୍ସରେ ତାଲା ପକାଇ କାଟିନେଲେ ଚନ୍ଦନଗଛ 

ପାଟଣା,୮।୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା କେନ୍ଦେପଶି ରାସ୍ତା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଫିସ ସମ୍ମୁଖରେ ଥିବା ବନ ବିଭାଗ କର୍ମଚାରୀଙ୍କ ଷ୍ଟାଫ୍‌ କ୍ୱାର୍ଟର୍ସ ନିକଟରୁ ଦୁର୍ବୃତ୍ତମାନେ ଚନ୍ଦନ ଗଛ କାଟି ନେଇଛନ୍ତି।
ସୂଚନା ଅନୁଯାୟୀ, ଷ୍ଟାଫ୍‌ କ୍ୱାର୍ଟର୍ସରେ ପାରାଷ୍ଟାଫ୍‌ ଏମ୍‌ ଡି ୱାସିମ ଥିଲେ। ସେ ଭିତରେ ଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ବାହାର ପାର୍ଶ୍ୱରୁ କବାଟ ଦେଇ ଦେଇଥିଲେ। ଗଛ କଟା ଯାଉଥିବା ଶବ୍ଦ ଶୁଣି ସେ ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ ହେଁ ବାହାର ପଟୁ କବାଟ ଦିଆଯାଇଥିବାରୁ ସେ ବାହାରି ପାରି ନ ଥିଲେ। ସେ ଏନେଇ ରେଞ୍ଜର ବନ ବିହାରୀ ସର୍ଦ୍ଦାର ଓ ବନପାଳ ପିଅନ ନାଏକଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ। ବନପାଳ ପାରାଷ୍ଟାଫ୍‌ଙ୍କୁ ନେଇ ସଦଳବଳ ପହଞ୍ଚତ୍ଥିଲେ ହେଁ ସେତେବେଳକୁ ଦୁର୍ବୃତ୍ତ ଚନ୍ଦନ ଗଛ ଗଣ୍ଡି ନେଇ ଫେରାର ହୋଇଯାଇଥିଲେ। ଏନେଇ ରେଞ୍ଜର ସର୍ଦ୍ଦାର ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି।
ପ୍ରକାଶଥାଉ କି, ଗତ ନଭେମ୍ବର ୧୬ ରାତିରେ ସମାନ ଢଙ୍ଗରେ ଦୁର୍ବୃତ୍ତମାନେ ଥାନାଠାରୁ ୧୦୦ ମିଟର ବ୍ୟବଧାନରେ ଥିବା ଗୋପୀନାଥ ନାରାୟଣ ହାଇସ୍କୁଲ ପରିସରରୁ ଚନ୍ଦନ ଗଛ କାଟି ନେଇଥିଲେ। ୧୦ବର୍ଷ ତଳେ ଅନୁରୂପ ଭାବେ ପାଟଣା ଅଞ୍ଚଳରୁ ଶତାଧିକ ଚନ୍ଦନ ଗଛ କାଟି ନେଇଥିଲେ। ପୋଲିସ ଚନ୍ଦନ ତସ୍କରଙ୍କ ଉପରେ ରୋକ୍‌ ନ ଲଗାଇଲେ ପୁନର୍ବାର ଅଞ୍ଚଳ ଚନ୍ଦନ ଗଛ ଶୂନ୍ୟ ହୋଇଯିବ ବୋଲି ପରିବେଶପ୍ରେମୀମାନେ ପ୍ରକାଶ କରିଛନ୍ତି। ରାତ୍ରି ପାଟ୍ରୋଲିଂ କଡ଼ାକଡ଼ି କରାଯିବାକୁ ଦାବି ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଚକା ଫାଟି ଓଭର ବ୍ରିଜ ତଳକୁ ଖସିଲା କାର: ଜଣେ ମୃତ, ୩ ଗୁରୁତର

ନିରାକାରପୁର,୧୯।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଚକା ଫାଟିଯିବାରୁ କାରଟି ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଖସି ପଡିଛି। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

ଜୟନ୍ତୀରେ ବି ମନେ ପଡ଼ିଲେ ନି ବହ୍ନିକନ୍ୟା: ଧୂଳିମୟ ପ୍ରତିମୂର୍ତ୍ତି

ବରଗଡ଼,୧୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅନେକ ମହାପୁରୁଷ, ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ରହିଛି। କିନ୍ତୁ ପ୍ରତିମୂର୍ତ୍ତିଗୁଡ଼ିକର ଯତ୍ନ କିମ୍ବା ରକ୍ଷଣାବେକ୍ଷଣ ଠିକ୍‌ଭାବେ କରାଯାଉ ନାହିଁ। ରବିବାର ସ୍ବାଧୀନତା...

ଧନୁଯାତ୍ରା ଦେଖିବାକୁ ଆସି ଯୁବତୀଙ୍କୁ ବଳାତ୍କାର ମାମଲା: ଏସ୍‌ପି ଅଫିସରେ ଆଇଜି ହିମାଂଶୁ ଲାଲ କଲେ ସମୀକ୍ଷା

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣାକୁ ୭ ଦିନ ବିତିଯାଇ ଥିଲେ ମଧ୍ୟ ପୋଲିସ...

ଟ୍ରକ ଚକା ତଳେ ପଡ଼ି ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ

ପଟ୍ଟାଙ୍ଗି,୧୯।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନ ୨୬ ନଂ ଜାତୀୟ ରାଜପଥ ରାଲେଗଡ଼ା ପଞ୍ଚାୟତ ବୋଡାପାଡୁ ଛକରେ ରବିବାର ଟ୍ରକ ଚକା...

ବଦଳିବ କଳାହାଣ୍ଡି ଆଇନ ମହାବିଦ୍ୟାଳୟର ରୂପରେଖ

ଭବାନୀପାଟଣା,୧୯ା୧ (ଉତ୍ତମ କୁମାର ଦାଶ): କଳାହାଣ୍ଡିର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇଥିବା ତଥା ଜିଲାରେ ଶତାଧିକ ଆଇନଜୀବୀ, ବିଚାରପତି ତିଆରି କରିଥିବା କଳାହାଣ୍ଡି ଆଇନ...

ସ୍ତ୍ରୀଙ୍କୁ ନିର୍ଯାତନା: ସ୍ବାମୀଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ଦିଗପହଣ୍ଡି,୧୯ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଏମ୍‌.ଲିଲି ପାତ୍ରଙ୍କୁ ତାଙ୍କ ସ୍ବାମୀ ଏମ୍‌.ଅଶୋକ ପାତ୍ର ନିସ୍ତୁକ ମାଡ଼ ମାରିବା ସହ...

ଧରାପଡ଼ିଲେ ୬ ମାଓବାଦୀ: ହିଂସାକାଣ୍ଡ ପାଇଁ ଯୋଗାଉଥିଲେ ବିସ୍ଫୋରକ

ମାଲକାନଗିରି,୧୯ା୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ସୁକ୍‌ମା ଜିଲା ପୋଲିସ ୨ ପୁରସ୍କାର ଘୋଷିତ ମାଓବାଦୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ମାଓବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା...

ମାଟି ଖୋଲିଲେ ବିଡିଓ, ବୋହିଲେ ମହିଳା ସରପଞ୍ଚ

କୁଚିଣ୍ଡା,୧୯ା୧(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅଞ୍ଚଳରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ବିଭିନ୍ନ ପ୍ରକଳ୍ପ କାମ ହେଉଛି। କୁଚିଣ୍ଡା ବ୍ଲକ ଖଣ୍ଡୋକଟା ପଞ୍ଚାୟତର ଜୁନାନୀ ଗ୍ରାମର ଚାଷଜମିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri