ବନ କର୍ମଚାରୀଙ୍କୁ କ୍ୱାର୍ଟର୍ସରେ ତାଲା ପକାଇ କାଟିନେଲେ ଚନ୍ଦନଗଛ 

ପାଟଣା,୮।୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା କେନ୍ଦେପଶି ରାସ୍ତା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଫିସ ସମ୍ମୁଖରେ ଥିବା ବନ ବିଭାଗ କର୍ମଚାରୀଙ୍କ ଷ୍ଟାଫ୍‌ କ୍ୱାର୍ଟର୍ସ ନିକଟରୁ ଦୁର୍ବୃତ୍ତମାନେ ଚନ୍ଦନ ଗଛ କାଟି ନେଇଛନ୍ତି।
ସୂଚନା ଅନୁଯାୟୀ, ଷ୍ଟାଫ୍‌ କ୍ୱାର୍ଟର୍ସରେ ପାରାଷ୍ଟାଫ୍‌ ଏମ୍‌ ଡି ୱାସିମ ଥିଲେ। ସେ ଭିତରେ ଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ବାହାର ପାର୍ଶ୍ୱରୁ କବାଟ ଦେଇ ଦେଇଥିଲେ। ଗଛ କଟା ଯାଉଥିବା ଶବ୍ଦ ଶୁଣି ସେ ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ ହେଁ ବାହାର ପଟୁ କବାଟ ଦିଆଯାଇଥିବାରୁ ସେ ବାହାରି ପାରି ନ ଥିଲେ। ସେ ଏନେଇ ରେଞ୍ଜର ବନ ବିହାରୀ ସର୍ଦ୍ଦାର ଓ ବନପାଳ ପିଅନ ନାଏକଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ। ବନପାଳ ପାରାଷ୍ଟାଫ୍‌ଙ୍କୁ ନେଇ ସଦଳବଳ ପହଞ୍ଚତ୍ଥିଲେ ହେଁ ସେତେବେଳକୁ ଦୁର୍ବୃତ୍ତ ଚନ୍ଦନ ଗଛ ଗଣ୍ଡି ନେଇ ଫେରାର ହୋଇଯାଇଥିଲେ। ଏନେଇ ରେଞ୍ଜର ସର୍ଦ୍ଦାର ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି।
ପ୍ରକାଶଥାଉ କି, ଗତ ନଭେମ୍ବର ୧୬ ରାତିରେ ସମାନ ଢଙ୍ଗରେ ଦୁର୍ବୃତ୍ତମାନେ ଥାନାଠାରୁ ୧୦୦ ମିଟର ବ୍ୟବଧାନରେ ଥିବା ଗୋପୀନାଥ ନାରାୟଣ ହାଇସ୍କୁଲ ପରିସରରୁ ଚନ୍ଦନ ଗଛ କାଟି ନେଇଥିଲେ। ୧୦ବର୍ଷ ତଳେ ଅନୁରୂପ ଭାବେ ପାଟଣା ଅଞ୍ଚଳରୁ ଶତାଧିକ ଚନ୍ଦନ ଗଛ କାଟି ନେଇଥିଲେ। ପୋଲିସ ଚନ୍ଦନ ତସ୍କରଙ୍କ ଉପରେ ରୋକ୍‌ ନ ଲଗାଇଲେ ପୁନର୍ବାର ଅଞ୍ଚଳ ଚନ୍ଦନ ଗଛ ଶୂନ୍ୟ ହୋଇଯିବ ବୋଲି ପରିବେଶପ୍ରେମୀମାନେ ପ୍ରକାଶ କରିଛନ୍ତି। ରାତ୍ରି ପାଟ୍ରୋଲିଂ କଡ଼ାକଡ଼ି କରାଯିବାକୁ ଦାବି ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?