ନିଶଙ୍ଖପୁର ଘାଟରୁ ବାଲି ଚୋରି ଅଣାୟତ୍ତ

କୋରେଇ,୩୦ା୬(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନରେ ଲଘୁ ଖଣିଜ ସମ୍ପଦର ପ୍ରାଚୁଯ୍ୟ ରହିଛି। ହେଲେ ଯେଉଁ ପରିମାଣରେ ରାଜସ୍ବ ଆଦାୟ ହେବା କଥା ତାହା ହେଉନାହିଁ। ଏହି ତହସିଲ ଅଧୀନ ନିଶଙ୍ଖପୁର ଘାଟରୁ ପ୍ରତିଦିନ ସ୍ଥାନୀୟ ଜଣେ ମାଫିଆ ଶହଶହ ଟ୍ରିପ ବାଲି ଚୋରାଚାଲାଣ କରୁଛନ୍ତି। ପୂର୍ବରୁ ଏହି ମାଫିଆ ଜଣକ ବାଲି ଚୋରି କରୁଥିବା ଅଭିଯୋଗ ହେବା ପରେ ତହସିଲ ପକ୍ଷରୁ ତାଙ୍କୁ ୨୬ ଲକ୍ଷ ଟଙ୍କାର ଜରିମାନା କରାଯାଇଥିଲା। ଏହାକୁ ପୈଠ ନ କରି ସମ୍ପୃକ୍ତ ମାଫିଆ ପୁନଶ୍ଚ ବାଲି ଚୋରିରେ ଲାଗିଥିବା ଜଣାପଡିଛି।
ବୈତରଣୀ ନଦୀର ନିଶଙ୍ଖପୁର ମୌଜା ଖତିୟାନା ନଂ.୧୨୨ର ପ୍ରାୟ ୧୨ ଏକର ଜମିରୁ କେତେଜଣ ମୁଷ୍ଟିମେୟ ଲୋକ ଓ ଦୁର୍ନୀତିଗ୍ରସ୍ତ ରାଜସ୍ବ କର୍ମଚାରୀଙ୍କୁ ହାତକରି ମାଫିଆ ଜଣକ ବାଲି ଉତ୍ତୋଳନ କରି ଚୋରାଚାଲାଣ କରୁଥିବା ନିଶଙ୍ଖପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନଦୀ ଗର୍ଭର ଜଳ ଯାତାୟତ ମୁଖ୍ୟ ରାସ୍ତାରେ ବନ୍ଧ ପକାଇ ବାଲି ଉତ୍ତୋଳନ କରୁଥିବାବେଳେ ସାମାନ୍ୟ ବନ୍ୟା ଆସିଲେ ନିକଟସ୍ଥ ଗ୍ରାମଗୁଡ଼ିକ ନଦୀଗର୍ଭରେ ଲୀନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପ୍ରତିଦିନ ଭାରିଯାନ ଚଳାଚଳ କରିବା ଦ୍ୱାରା ରାସ୍ତାଗୁଡ଼ିକ ବ୍ୟପର୍ଯ୍ୟସ୍ତ ହେବା ସହିତ ଜନସାଧାରଣ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ରାଜସ୍ବ କ୍ଷତି କରିବା ସହ ନଦୀକୂଳ ଗ୍ରାମବାସୀଙ୍କ ଜୀବନଚର୍ଯ୍ୟା ଉପରେ ନକରାତ୍ମକ ପ୍ରଭାବ ପକାଉଛି। ମାଫିଆମାନେ ନଦୀର ପ୍ରାକୃତିକ ସମତୁଲ ପ୍ରକ୍ରିୟାକୁ ବ୍ୟାହତ କରୁଥିବାବେଳେ ରାଜସ୍ବ ବିଭାଗ ସବୁ ଜାଣି ଅଜଣା ହେଉଥିବା ମତପ୍ରକାଶ ପାଇଛି।
ବେଆଇନ ବାଲି ଉତ୍ତୋଳନ ପାଇଁ ନଦୀବନ୍ଧ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ସାଧାରଣ ଲୋକଙ୍କ ସ୍ବାର୍ଥକୁ କୁଠାରଘାତ କରି ପ୍ରଶାସନ କିପରି ବାଲି ଚୋରିକୁ ସବୁଜ ସଙ୍କେତ ଦେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ଠାରୁ ପରିଚାଳନା ଅନୁମତି ବା କନସେଣ୍ଟ ଟୁ ଅପରେଟ(ସିଟିଓ) ଏବଂ ପରିବେଶଗତ ଅନୁମତି ଏନଭାଇରନମେଣ୍ଟ କ୍ଲିଅରାନ୍ସ (ଇସି)ନ ଥାଇ ମାଫିଆ ଦୀର୍ଘ ଦିନ ହେଲା ବେଆଇନ ଭାବେ ଏହି ଘାଟରୁ ବାଲି ଚୋରା ଚାଲାଣ କରୁଛନ୍ତି। ହେଲେ ରାଜସ୍ବ ବିଭାଗ ମାଫିଆଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।
ବଡ଼କଥା ହେଲା ଏହି ବାଲିଗାଡିଗୁଡ଼ିକ ଚଳପ୍ରଚଳ ପାଇଁ ନକଲି ଟ୍ରାନଜିଟ ପାସ(ଟିପି) ବ୍ୟବହାର ହେଉଛି। ଅନ୍ୟପକ୍ଷରେ ଗ୍ରାମବାସୀ ବ୍ୟାସନଗର ତହସିଲଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁ ନାହିଁ। ଶେଷରେ ଏହି ବେଆଇନ ବାଲି ଘାଟ ପ୍ରସଙ୍ଗରେ ସମ୍ପୃକ୍ତ ଲିଜଧାରୀ ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଗ୍ରାମବାସୀ (ଏନ୍‌ଜିଟି) ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହେବେ ବୋଲି ଗ୍ରାମର କେତେଜେଣ ବୁଦ୍ଧିଜୀବୀ କହିିଛନ୍ତି। ଏ ସମ୍ପର୍କରେ ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକଙ୍କୁ ପଚାରିବାରେ ସେ ଏହାକୁ ଅସ୍ବୀକାର କରିବା ସହିତ ଯଦି ଏପରି ହେଉଥାଏ ତେବେ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଯଦି ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ କୋରେଇ ସଂଗ୍ରାମ ସମିତି ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଭାପତି ବିଦ୍ୟାଧର ମହାନ୍ତି ବ୍ୟାସନଗର ତହସିଲଦାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri