ସ୍ମାର୍ଟସିଟି ରାସ୍ତାରେ ବାଲି ଡିପୋ, ବିଏମ୍‌ସି ଚୁପ୍‌

ଭୁବନେଶ୍ୱର,୬।୧୧(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରରେ ଯଦି କେହି ଘର ତିଆରିବେଳେ ରାସ୍ତା ଉପରେ ସାମୟିକ ଭାବେ କିଛି ସାମଗ୍ରୀ ରଖି ଦେଉଛି ବିଏମ୍‌ସି ଜରିମାନା ଆଦାୟ କରୁଛି। ହେଲେ ସହରର ବିଭିନ୍ନ ରାସ୍ତାକୁ ଜବରଦଖଲ କରାଯାଇ ବାଲି, ଗୋଡ଼ି ଡିପୋ ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ ବିଏମ୍‌ସି ଆଖିକୁ ଦିଶୁନି। ରାଜଧାନୀର କେନ୍ଦ୍ରସ୍ଥଳ ୟୁନିଟ-୪ ଅଞ୍ଚଳ ତଥା ଓ୍ବାର୍ଡ ନଂ.୩୬ର ପ୍ରମୁଖ ଅଞ୍ଚଳ ମଧୁସୂଦନ ନଗର, ଭୌମନଗର, ଓଲ୍ଡ ଏଜି କଲୋନୀ, ଏମ୍‌ଏଲ୍‌ଏ କଲୋନୀ, ଲୋକସେବା ଭବନ ପଛ ରାସ୍ତା, କମିଶନରେଟ ପୋଲିସ ସେବା ଭବନ, ୯ ତାଲା ଅଞ୍ଚଳ ସହିତ ନିକୋ ପାର୍କ, ରବୀନ୍ଦ୍ର ମଣ୍ଡପ ଓ କର କ୍ଲିନିକ୍‌ ସଂଲଗ୍ନ ପ୍ରମୁଖ ରାସ୍ତା ଧୀରେ ଧୀରେ କେତେଜଣ ଦଲାଲ ଓ ମୁଷ୍ଟିମେୟ ଲୋକଙ୍କ କବ୍‌ଜାଙ୍କୁ ଚାଲିଯାଉଛି। ସେମାନେ ବାଲି, ଗୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବେପାର ଚଳାଇଛନ୍ତି। ଏଥିସହ ବେଆଇନ ଭାବେ ଟ୍ରକ୍‌, ଟ୍ରାକ୍ଟର ଆଦି ବଡ଼ ଗାଡ଼ି ପାର୍କିଂ କରିବା ଯୋଗୁ ଯାତାୟାତରେ ସମସ୍ୟା ଉପୁଜୁଛି। ଫଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏ ନେଇ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉଭୟ ବିଏମ୍‌ସି ଓ ଖାରବେଳନଗର ଥାନାକୁ ବାରମ୍ବାର ଜଣାଉଥିଲେ ମଧ୍ୟ କିଛି ସୁଫଳ ମିଳୁନି। ଓଲଟା ଜବରଦଖଲକାରୀ ନାଲି ଆଖି ଦେଖାଇ ପାଟି ଚୁପ୍‌ କରାଉଛନ୍ତି।
ସ୍ଥାନୀୟ ବାସିନ୍ଦା ବୀରେନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି ଯେ, ବିଏମ୍‌ସିର ଅଣଦେଖା ଯୋଗୁ ଜବରଦଖଲ ବୃଦ୍ଧି ପାଇବା ସହ ବେଆଇନ ବାଲି ଡିପୋ ସଂଖ୍ୟା ୪ରୁ ୨୦ରେ ପହଞ୍ଚତ୍ଛି। ବେଆଇନ ପାର୍କିଂ ସଂକୀର୍ଣ୍ଣ କରିଦେଉଛି। ଏଥିଯୋଗୁ ଦୁର୍ଘଟଣା ଘଟିବା ସହ ବାଲି ଉପରେ ଶୋଇବା ପାଇଁ ଆସୁଥିବା ଷଣ୍ଢ, କୁକୁରଙ୍କ ଉତ୍ପାତ ଲୋକଙ୍କୁ ଅଣନିଃଶ୍ୱାସୀ କରିପକାଉଛି। ଅଭିଯୋଗ ସତ୍ତ୍ୱେ ଖାରବେଳ ନଗର ଥାନା ଏହା ଟ୍ରାଫିକ୍‌ ଓ ବିଏମ୍‌ସିର କାର୍ଯ୍ୟ ବୋଲି କହି ଏଡ଼ାଇ ଦିଆଯାଉଛି। ବିଏମ୍‌ସି ଅତିରିକ୍ତ କମିଶନର ସୁରଥ ମଲ୍ଲିକ କହିଛନ୍ତି, ଅଭିଯୋଗ ସଂକ୍ରାନ୍ତରେ ୩୬ ନଂ.ଓ୍ବାର୍ଡ ଅଫିସରଙ୍କୁ ରିପୋର୍ଟ ମଗାଯାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓ୍ବାର୍ଡ ଅଫିସର ମାନସ ମିଶ୍ର କୁହନ୍ତି, ମୁଁ ନୂଆକରି ଆସିଥିବାରୁ ଓ୍ବାର୍ଡ ବିଷୟରେ ଭଲ ଭାବରେ ଜାଣି ନାହିଁ। ଛୁଟିରେ ରହିଛି। ଉଚ୍ଚ ଅଧିକାରୀଙ୍କୁ ଜଣାଇ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri