ମାନବ ସେବା ପାଇଁ ବଲିଉଡ୍‌ ଛାଡିଥିବା ଅଭିନେତ୍ରୀ ଗଲେ ହନିମୁନ୍‌

ଅଭିନେତ୍ରୀ ଜାୟରା ୱାସିମଙ୍କ ପରେ ବିଗ ବସ ପ୍ରତିଯୋଗୀ ତଥା ବଲିଉଡ ଅଭିନେତ୍ରୀ ସନା ଖାନ ଅଭିନୟ ବଲିଉଡ୍‌ ଛାଡିଥିଲେ। ମାନବ ସେବା କରିବା ପାଇଁ ସନା ବଲିଉଡ ଛାଡିବାକୁ ଘୋଷଣା କରିଥିଲେ। ଏହା ପରେ ହଠାତ୍‌ ସନା ଖାନ ସୁରତରେ ମୁଫତି ଅନାସଙ୍କୁ ବିବାହ କରିଛନ୍ତି। ଅନାସ ଜଣେ ମୌଲାନା ଭାବେ କାର୍ଯ୍ୟ କରନ୍ତି। ବିବାହ ପରେ ସନା ଇନ୍‌ଷ୍ଟାଗ୍ରମାରେ ସ୍ବାମୀଙ୍କ ସହ ଏକ ଫଟୋ ଶେୟାର କରି କହିଥିଲେି ଆଲାହଙ୍କ ଯୋଗୁ ଆମେ ବିବାହ କରିପାରିଲୁ। ବିବାହ ପରେ ସନା ଏବେ ସ୍ବାମୀଙ୍କୁ ଧରି କଶ୍ମୀର ହନିମୁନ୍‌ ପାଇଁ ଯାଇଛନ୍ତି। ହନିମୁନ୍‌ ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ବଲିଉଡ ଛାଡିବା ପୂର୍ବରୁ ସନା ଇନଷ୍ଟାଗ୍ରାମରେ ଏକ ବାର୍ତ୍ତା ଲେଖିଥିଲେ। ବାର୍ତ୍ତାରେ ସେ ବଲିଉଡ୍‌ ଛାଡିବାର କାରଣ କହିଥିଲେ। ଏହି ଖବରକୁ ଶେୟାର କରି ସନା ଖାନ ତାଙ୍କ ନିଷ୍ପତ୍ତିକୁ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଥିଲେ। କିଛି ଦିନ ହେଲା ମୋର ଅନୁଭବ ଅଛି ଯେ ଦୁନିଆକୁ ଆସିବାର ଉଦ୍ଦେଶ୍ୟ କେବଳ ଧନ ଏବଂ ଖ୍ୟାତି ଅର୍ଜନ କରିବା? ଜୀବନରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା କର୍ତ୍ତବ୍ୟ ନୁହେଁ କି? ଏହା ଭାବିବା ଉଚିତ ନୁହେଁ ଯେ ମୃତ୍ୟୁ ଯେକୌଣସି ସମୟରେ ଆସିପାରେ ଏବଂ ମୃତ୍ୟୁ ପରେ ତାଙ୍କ ସହିତ କ’ଣ ହେବ? ମୁଁ ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜୁଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri