ରିଲାଏନ୍ସ ଡିଜିଟାଲରେ ସାସ୍‌ସଙ୍ଗ୍‌ ଏସ୍‌ ୨୩

ନୂଆଦିଲ୍ଲୀ, ୮।୨: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଡିଜିଟାଲ ରେ ପ୍ରିମିୟର ସ୍ମାର୍ଟଫୋନ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୨୩ ସିରିଜ୍‌ର ଉନ୍ମୋଚନ କରାଯାଇଛି। ବିଶେଷକରି ଗାଲାକ୍ସି ଏସ୍‌୨୩ ଅଲଟ୍ରା, ଗାଲାକ୍ସି ଏସ୍‌୨୩ପ୍ଲସ୍‌ ଏବଂ ଗାଲାକ୍ସି ଏସ୍‌୨୩ ଭଳି ମଡେଲ ସାମିଲ ରହିଛି। ଏପରିକି ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌ ୨୩ ଅଲ୍‌ଟ୍ରାରେ ଗ୍ରାହକ ୨୦୦ଏମ୍‌ପି କ୍ୟାମେରା ସହିତ ୧୦୦ ଏକ୍ସ ଜୁମ୍‌ ଏବଂ ବର୍ଦ୍ଧିତ ନାଇଟୋଗ୍ରାଫି ଭଳି କ୍ଷମତା ଲାଭ କରିପାରିବେ। ରିଲାଏନ୍ସ ଡିଜିଟାଲ ଏହାର ଗ୍ରାହକଙ୍କୁ ଫୋନ୍‌ର ଆକର୍ଷଣୀୟ ଫିଚର ସମ୍ପର୍କରେ ପରିଚିତ କରାଇବା ପାଇଁ ଆମନ୍ତ୍ରଣ କରୁଛି। ସେହିଭଳି ପାଓ୍ବାରଫୁଲ ଜୁମ୍‌ ଫିଚରକୁ ବ୍ୟବହାରକରି ମୁମ୍ବାଇର ସ୍କାଏ ଲାଇଟ ଫଟୋ ଉଠାଇବା ପାଇଁ ଗ୍ରାହକଙ୍କୁ ମଧ୍ୟ ଆବଶ୍ୟକ ସୁବିଧା ଦିଆଯାଇଛି।
ଏ ସମ୍ପର୍କରେ ରିଲାଏନ୍ସ ଡିଜିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ବ୍ରିଆନ ବେଡ୍‌ କହିଛନ୍ତି, ସାମ୍‌ସଙ୍ଗ୍‌ ସହ ବାଣିଜି୍ୟକ ସହଯୋଗିତାରେ ସାମିଲ ହୋଇ ଆମେ ବହୁତ ଖୁସି ଅଛୁ। ଏପରିକି ଗାଲାକ୍ସି ଏସ୍‌ ୨୩ ସିରିଜରେ ସଦ୍ୟତମ ଟେକ୍ନୋଲୋଜି ସୁବିଧା ଭାରତୀୟ ଗ୍ରାହକଙ୍କ ପାଇଁ ଘୋଷଣାକରି ଅତ୍ୟନ୍ତ ଖୁସି। କେବଳ ଫଟୋଗ୍ରାଫି ପ୍ରେମୀ ନୁହନ୍ତି ଗେମ୍‌ ପ୍ରେମୀମାନେ ମଧ୍ୟ ଏହାର ଆମୋଲେଡ ଡିସ୍‌ପ୍ଲେ, ଅଲ୍‌ଟ୍ରା ଫାଷ୍ଟ ମୋବାଇଲ ଗ୍ରାଫିକ୍ସ, ୨୪୦ ଏଚ୍‌ଜେଡ଼୍‌ ଟଚ୍‌ ଫିଚର ଲାଭ କରିପାରିବେ। ଏହି ସିରିଜ୍‌ ପାଇଁ ରିଲାଏନ୍ସ ଡିଜିଟାଲ ପ୍ରି-ବୁକିଂ ଅଫ୍‌ର ସମ୍ପର୍କରେ ଘୋଷଣା କରିଛି। ଗାଲାକ୍ସି ଏସ୍‌ ୨୩ ଏବଂ ଏସ୍‌ ୨୩ ପ୍ଲସ୍‌ ଗ୍ରାହକ ଗାଲାକ୍ସି ଓ୍ବାଚ୍‌ ୪ ବ୍ଲୁଟୁଥ୍‌ ୨୯୯୯ ଟଙ୍କାରେ ପାଇପାରିବେ। ଗାଲାକ୍ସି ଏସ୍‌ ୨୩ ଅଲ୍‌ଟ୍ରା ଗ୍ରାହକମାନେ ଓ୍ବାଚ୍‌ ୪ କ୍ଲାସିକ ଏଲ୍‌ଟିଆଇ ଆଣ୍ଡ ଗାଲାକ୍ସି ବଡ୍‌ସ୨ ମାତ୍ର ୪,୯୯୯ ଟଙ୍କାରେ ପାଇପାରିବେ। ସବୁ ଭାଇବ୍ରାଣ୍ଟ ଗ୍ରାହକଙ୍କୁ ସାମ୍‌ସଙ୍ଗ୍‌ ଅପ୍‌ଗ୍ରେଡ୍‌ ପ୍ଲସ୍‌ରେ ୮ ହଜାର ଟଙ୍କା ଯାଏ ଏବଂ ସାମ୍‌ସଙ୍ଗ୍‌ ଏକ୍ସିସ ବ୍ୟାଙ୍କ କ୍ରେଡିଟ୍‌ କାର୍ଡରେ ୧୦ ପ୍ରତିଶତ କ୍ୟାଶ୍‌ବ୍ୟାକ୍‌ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri