ରିଲାଏନ୍ସ ଡିଜିଟାଲରେ ସାସ୍‌ସଙ୍ଗ୍‌ ଏସ୍‌ ୨୩

ନୂଆଦିଲ୍ଲୀ, ୮।୨: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଡିଜିଟାଲ ରେ ପ୍ରିମିୟର ସ୍ମାର୍ଟଫୋନ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୨୩ ସିରିଜ୍‌ର ଉନ୍ମୋଚନ କରାଯାଇଛି। ବିଶେଷକରି ଗାଲାକ୍ସି ଏସ୍‌୨୩ ଅଲଟ୍ରା, ଗାଲାକ୍ସି ଏସ୍‌୨୩ପ୍ଲସ୍‌ ଏବଂ ଗାଲାକ୍ସି ଏସ୍‌୨୩ ଭଳି ମଡେଲ ସାମିଲ ରହିଛି। ଏପରିକି ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌ ୨୩ ଅଲ୍‌ଟ୍ରାରେ ଗ୍ରାହକ ୨୦୦ଏମ୍‌ପି କ୍ୟାମେରା ସହିତ ୧୦୦ ଏକ୍ସ ଜୁମ୍‌ ଏବଂ ବର୍ଦ୍ଧିତ ନାଇଟୋଗ୍ରାଫି ଭଳି କ୍ଷମତା ଲାଭ କରିପାରିବେ। ରିଲାଏନ୍ସ ଡିଜିଟାଲ ଏହାର ଗ୍ରାହକଙ୍କୁ ଫୋନ୍‌ର ଆକର୍ଷଣୀୟ ଫିଚର ସମ୍ପର୍କରେ ପରିଚିତ କରାଇବା ପାଇଁ ଆମନ୍ତ୍ରଣ କରୁଛି। ସେହିଭଳି ପାଓ୍ବାରଫୁଲ ଜୁମ୍‌ ଫିଚରକୁ ବ୍ୟବହାରକରି ମୁମ୍ବାଇର ସ୍କାଏ ଲାଇଟ ଫଟୋ ଉଠାଇବା ପାଇଁ ଗ୍ରାହକଙ୍କୁ ମଧ୍ୟ ଆବଶ୍ୟକ ସୁବିଧା ଦିଆଯାଇଛି।
ଏ ସମ୍ପର୍କରେ ରିଲାଏନ୍ସ ଡିଜିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ବ୍ରିଆନ ବେଡ୍‌ କହିଛନ୍ତି, ସାମ୍‌ସଙ୍ଗ୍‌ ସହ ବାଣିଜି୍ୟକ ସହଯୋଗିତାରେ ସାମିଲ ହୋଇ ଆମେ ବହୁତ ଖୁସି ଅଛୁ। ଏପରିକି ଗାଲାକ୍ସି ଏସ୍‌ ୨୩ ସିରିଜରେ ସଦ୍ୟତମ ଟେକ୍ନୋଲୋଜି ସୁବିଧା ଭାରତୀୟ ଗ୍ରାହକଙ୍କ ପାଇଁ ଘୋଷଣାକରି ଅତ୍ୟନ୍ତ ଖୁସି। କେବଳ ଫଟୋଗ୍ରାଫି ପ୍ରେମୀ ନୁହନ୍ତି ଗେମ୍‌ ପ୍ରେମୀମାନେ ମଧ୍ୟ ଏହାର ଆମୋଲେଡ ଡିସ୍‌ପ୍ଲେ, ଅଲ୍‌ଟ୍ରା ଫାଷ୍ଟ ମୋବାଇଲ ଗ୍ରାଫିକ୍ସ, ୨୪୦ ଏଚ୍‌ଜେଡ଼୍‌ ଟଚ୍‌ ଫିଚର ଲାଭ କରିପାରିବେ। ଏହି ସିରିଜ୍‌ ପାଇଁ ରିଲାଏନ୍ସ ଡିଜିଟାଲ ପ୍ରି-ବୁକିଂ ଅଫ୍‌ର ସମ୍ପର୍କରେ ଘୋଷଣା କରିଛି। ଗାଲାକ୍ସି ଏସ୍‌ ୨୩ ଏବଂ ଏସ୍‌ ୨୩ ପ୍ଲସ୍‌ ଗ୍ରାହକ ଗାଲାକ୍ସି ଓ୍ବାଚ୍‌ ୪ ବ୍ଲୁଟୁଥ୍‌ ୨୯୯୯ ଟଙ୍କାରେ ପାଇପାରିବେ। ଗାଲାକ୍ସି ଏସ୍‌ ୨୩ ଅଲ୍‌ଟ୍ରା ଗ୍ରାହକମାନେ ଓ୍ବାଚ୍‌ ୪ କ୍ଲାସିକ ଏଲ୍‌ଟିଆଇ ଆଣ୍ଡ ଗାଲାକ୍ସି ବଡ୍‌ସ୨ ମାତ୍ର ୪,୯୯୯ ଟଙ୍କାରେ ପାଇପାରିବେ। ସବୁ ଭାଇବ୍ରାଣ୍ଟ ଗ୍ରାହକଙ୍କୁ ସାମ୍‌ସଙ୍ଗ୍‌ ଅପ୍‌ଗ୍ରେଡ୍‌ ପ୍ଲସ୍‌ରେ ୮ ହଜାର ଟଙ୍କା ଯାଏ ଏବଂ ସାମ୍‌ସଙ୍ଗ୍‌ ଏକ୍ସିସ ବ୍ୟାଙ୍କ କ୍ରେଡିଟ୍‌ କାର୍ଡରେ ୧୦ ପ୍ରତିଶତ କ୍ୟାଶ୍‌ବ୍ୟାକ୍‌ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଭିମସାର କର୍ମଚାରୀଙ୍କ ଅଚଳାଚଳ ସମ୍ପତ୍ତି ଠାବ:୧୦ ମୂଲ୍ୟବାନ ପ୍ଲଟ ସହ ବିପୁଳ ଟଙ୍କା

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

ସଂସଦର ସବୁଠାରୁ ଧନୀ ଏମ୍ପି କିଏ? ଜାଣନ୍ତୁ କେଉଁ ଦଳ ସବୁଠାରୁ ଅଧିକ ମାଲାମାଲ୍!

ନୂଆଦିଲ୍ଲୀ,୩୦।୬: ଦେଶର ସଂସଦରେ ରାଜନୀତି ସହିତ ସମ୍ପତ୍ତିର ପରିମାଣ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୋଟିଏ ପଟେ ଲୋକ ସଭାରେ କୋଟିପତି ଏମ୍ପିଙ୍କ ସଂଖ୍ୟା କ୍ରମାଗତ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର! ଜୁଲାଇ ମାସରୁ କମିବ ବିଜୁଳି ଦର

ନୂଆଦିଲ୍ଲୀ,୩୦।୬: ଉତ୍ତର ପ୍ରଦେଶର କୋଟି କୋଟି ବିଦ୍ୟୁତ ଗ୍ରାହକଙ୍କ ପାଇଁ ଜୁଲାଇ ମାସ ବଡ଼ ଆଶ୍ୱସ୍ତି ନେଇ ଆସୁଛି। ଯଦି ଆପଣ ମଧ୍ୟ ପ୍ରତିମାସରେ ମହଙ୍ଗା ବିଜୁଳି…

ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ

ଛତ୍ରପୁର, ୩୦୬ (ଦିଲ୍ଲୀପ ସାମଲ): ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍) କାର୍ଯ୍ୟକ୍ରମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri