Posted inଖେଳ

ଟିମ୍‌ ଇଣ୍ଡିଆରେ ହୋଇପାରେ ୨ ପରିବର୍ତ୍ତନ

କଲମ୍ବୋ,୨୨।୭: ଶ୍ରୀଲଙ୍କାରେ ଥିବା ଯୁବ ଭାରତୀୟ ଦଳ ଦିନିକିଆ ସିରିଜ୍‌କୁ ଆଗୁଆ ଜିତିନେଇଛି। ପ୍ରଥମ ମ୍ୟାଚ୍‌ରେ ଯୁବ ବ୍ୟାଟ୍ସମ୍ୟାନମାନେ ସେମାନଙ୍କ କ୍ଲାସ ଓ ଟେମ୍ପରାମେଣ୍ଟର ପରିଚୟ ଦେଇଥିଲେ। ଦ୍ୱିତୀୟ ଦିନିକିଆରେ ଅତ୍ୟଧିକ ଚାପରେ ଭାରତକୁ ଜିତାଇଥିଲେ ଦୀପକ ଚହର ଓ ଭୁବନେଶ୍ୱର କୁମାର। ଏକଦା ଅସମ୍ଭବ ମନେ ହେଉଥିବା ବିଜୟଲକ୍ଷ୍ୟକୁ ୫ ବଲ ପୂର୍ବରୁ ହାସଲ କରି ନେଇଥିଲା ଟିମ୍‌ ଇଣ୍ଡିଆ। ଏହି ଦୁଇ ବିଜୟ ଯୋଗୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଭାରତୀୟ ଦଳ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷରେ ୩ୟ ତଥା ଅନ୍ତିମ ଦିନିକିଆ ଖେଳିବ। ଏହାକୁ ମିଶାଇ ଟି୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଖରେ ମାତ୍ର ୪ଟି ସୀମିତ ଓଭର ମ୍ୟାଚ୍‌ ରହିଛି। ଏଣୁ କୋଚ୍‌ ରାହୁଲ ଡ୍ରାଭିଡ୍‌ ଦୁଇ ନୂଆ ଯୁବ ପ୍ରତିଭାଙ୍କୁ ଅନ୍ତିମ ଦିନିକିଆରେ ସୁଯୋଗ ଦେଇପାରନ୍ତି।

ପ୍ରଥମ ମ୍ୟାଚ୍‌ରେ ଆଟାକିଂ ବ୍ୟାଟିଂର ଦର୍ଶନ କରାଇଥିବା ପୃଥ୍ବୀ ଶ’ ଦ୍ୱିତୀୟ ମ୍ୟାଚ୍‌ରେ ସ୍ପିନରଙ୍କ ବଲରେ ଫସୁଥିବା ଦେଖିବାକୁ ମିଳିଥିଲା। ଏଣୁ ତାଙ୍କ ଯାଗରେ ଦେବଦତ୍ତ ପାଡିକଲ ଓ ରୁତୁରାଜ ଗାଏକ୍ୱାଡଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ଏହାବାଦ୍‌ ଆହତ ଜନିତ ସମସ୍ୟା କାରଣରୁ ପ୍ରଥମ ଦିନିକିଆ ଲାଗି ଉପଲବ୍ଧ ନ ଥିବା ସଞ୍ଜୁ ସାମସନ ଏବେ ପୂରା ଫିଟ୍‌। ପଦାର୍ପଣ ଅପେକ୍ଷାରେ ଥିବା ସଞ୍ଜୁ ସମ୍ଭବତଃ ମନୀଷ ପାଣ୍ଡେଙ୍କ ସ୍ଥାନ ନେଇପାରନ୍ତି। କିନ୍ତୁ ମନୀଷ ଗତ ଦୁଇଟି ଦିନିକିଆରେ ଭଲ ବ୍ୟାଟିଂ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri