ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସମୀର

ଭୁବନେଶ୍ୱର,୪ା୧(ବ୍ୟୁରୋ): ରାଜ୍ୟରେ ହେବାକୁ ଥିବା ହକି ବିଶ୍ୱକପ୍‌ ୨୦୨୩ ଉପଲକ୍ଷେ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମ ଥଙ୍ଗାଙ୍କୁ ସାକ୍ଷାତ କରି ସାଦର ନିମନ୍ତ୍ରଣ ଜଣାଇଛନ୍ତି।

ସମୀର ମିଜୋରାମର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରିବା ଅବସରରେ ହକି ଇଣ୍ଡିଆ ଟି-ଶର୍ଟ ପ୍ରଦାନ କରିଥିଲେ। ନିମନ୍ତ୍ରଣ ପତ୍ର ପାଇ ଥଙ୍ଗା ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ହକି ଆୟୋଜନ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି।