ସମଲିଙ୍ଗୀ ବିବାହ ଓ ଆସନ୍ନ ବିଭ୍ରାଟ

ଛାୟାକାନ୍ତ ଷଡ଼ଙ୍ଗୀ

 

ଦିନ ଥିଲା, କେହି ‘ବିଧବା’ ବା ‘ବିପନତ୍ିକା’ ଶବ୍ଦ ବ୍ୟବହାର କଲେ ବ୍ୟାକରଣ ଦୃଷ୍ଟିରୁ ଆମେ ତାକୁ ଭୁଲ୍‌ କହୁଥିଲୁ। ବ୍ୟାକରଣ ନିୟମ ଅନୁସାରେ ଯାହାର ଧବ (ସ୍ବାମୀ) ନାହିଁ ସେ ବିଧବା। ସ୍ବାମୀ ନ ଥିବା ଲୋକଟି ନିଶ୍ଚୟ ସ୍ତ୍ରୀଲୋକ ହୋଇଥିବାରୁ ବ୍ୟାକରଣ ନିୟମ ଅନୁସାରେ ସ୍ତ୍ରୀଲିଙ୍ଗବାଚକ ଶବ୍ଦ ଭାବରେ ଆକାରନ୍ତ ‘ବିଧବା’ ଶବ୍ଦ ହୁଏ। ଠିକ୍‌ ସେପରି ଯାହାର ପତ୍ନୀ ନାହିଁ ସେ ବିପନତ୍ିକ। ଏହା ପୁଂଲିଙ୍ଗ ବାଚକ ଶବ୍ଦ। ଜଣେ ନାରୀର ସ୍ତ୍ରୀ ସମ୍ଭବ ହେଉ ନ ଥିବାରୁ ବ୍ୟାକରଣ ନିୟମ ଦୃଷ୍ଟିରୁ ‘ବିପନତ୍ିକା’ ଶବ୍ଦ ହେଉ ନ ଥିଲା ଠିକ୍‌ ଯେପରି ପୁରୁଷର ଧବ (ସ୍ବାମୀ) ସମ୍ଭବ ହେଉନଥିବାରୁ ‘ବିଧବ’ ବ୍ୟବହାର ହେଉ ନ ଥିଲା। ଏବେ ମାନ୍ୟବର ଉଚ୍ଚନ୍ୟାୟାଳୟ ସମ୍ମତି ସହ ହେଉଥିବା ସମଲିଙ୍ଗୀ ସମ୍ପର୍କକୁ ବୈଧତା ପ୍ରଦାନ କଲେଣି। ତେଣୁ ୪୦୦ରୁ ଊର୍ଦ୍ଧ୍ୱ ସମଲିଙ୍ଗୀଙ୍କ ମାତାପିତାଙ୍କ ସଂଗଠନ ‘ସ୍ବୀକାର’ ତାଙ୍କ ପିଲାମାନଙ୍କ ଏକତ୍ରବାସକୁ ବିବାହ ଭାବରେ ସ୍ବୀକୃତି ଦେବା ପାଇଁ ଦାବି କରୁଛନ୍ତି। ଯଦି ଉଚ୍ଚନ୍ୟାୟାଳୟ ଏହାକୁ ଆଇନଗତ ସ୍ବୀକୃତି ଦିଅନ୍ତି, ଏଣିକି ଜଣେ ପୁରୁଷ ଆଉ ଜଣେ ପୁରୁଷକୁ ବିବାହ କରିପାରିବ ଓ ପତ୍ନୀହରା ହେଲେ ଆମେ ତାକୁ ‘ବିଧବ’ କହିପାରିବା। ଠିକ୍‌ ସେପରି ଜଣେ ନାରୀ ଆଉ ଜଣେ ନାରୀକୁ ବିବାହ କରିପାରିବ ଓ ପନତ୍ୀହରା ହେଲେ ଆମେ ତାକୁ ‘ବିପନତ୍ିକା’ କହିପାରିବା। ଖବରକାଗଜ ସମଲିଙ୍ଗୀମାନଙ୍କ ଏହି ଦାବି ସମ୍ପର୍କରେ ଖବର ପ୍ରସାରଣ କଲାବେଳେ ‘ସମଲିଙ୍ଗୀ ଦମ୍ପତି’ ଶବ୍ଦ ବ୍ୟବହାର କଲେଣି। ଜାୟା ଓ ପତି ଦୁଇଟି ଶବ୍ଦ ମିଶି ଦମ୍ପତି ଶବ୍ଦଟି ସୃଷ୍ଟି ହୁଏ। ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦିଆଗଲେ ଦୁଇଜଣଙ୍କ ମଧ୍ୟରେ ଜାୟା କିଏ ଓ ପତ୍ନୀ କିଏ ତାହା ବୁଝିବା ଆଉ ଏକ ସମସ୍ୟା ସୃଷ୍ଟି କରିବ। ଦେଖିବାକୁ ବାକି ରହିଲା ଏହି ନିର୍ଦ୍ଧାରଣ ସେମାନେ ନିଜେ କରିବେ ନା ଏଥିପାଇଁ ମାନ୍ୟବର ଉଚ୍ଚନ୍ୟାୟାଳୟକୁ ଯିବାକୁ ପଡ଼ିବ।
ସମଲିଙ୍ଗୀ ସମ୍ପର୍କ ପୃଥିବୀର ବହୁ ଦେଶରେ ପରିଲକ୍ଷିତ ହେଉଥିବା ସତ୍ତ୍ୱେ ପ୍ରଥମେ ଏହାକୁ ଏକ ରୋଗ ଭାବରେ ବିବେଚନା କରାଯାଉଥିଲା। ଡ. ଉମେଶ ପତ୍ରୀଙ୍କ ମତରେ, ଜର୍ମାନୀର ଚିକିତ୍ସକ ଓ ଗବେଷକଗଣ ଉନ୍ନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏ ସମ୍ପର୍କରେ ପ୍ରଥମେ ଲେଖନୀ ଚାଳନା କରିଥିଲେ। କାର୍ଲ ହେନ୍‌ରିଚ୍‌ ଅନରିଚ୍‌ (୧୮୨୫-୧୮୯୫) ବୋଧହୁଏ ଏ ସମ୍ପର୍କରେ ପ୍ରଥମ ଗବେଷକ। ସେ ଏ ବିଷୟରେ ବାରଟି ପୁସ୍ତିକା ଲେଖିଥିଲେ। ତାଙ୍କ ପରି କାର୍ଲ ୱେଷ୍ଟହେଲ (୧୮୩୩-୧୮୯୦) ନିଜେ ଚିକିତ୍ସକ ଭାବରେ ସମଲିଙ୍ଗୀମାନଙ୍କ ଯୌନ ବ୍ୟବହାର ଉପରେ କିଛି ବୈଜ୍ଞାନିକ ତଥ୍ୟ ଦେଇଥିଲେ। ସେ ସମୟରେ ସମଲିଙ୍ଗୀମାନଙ୍କୁ ଚିକିତ୍ସାର ସାହାରା ନେବାକୁ ପଡ଼ୁଥିଲା। ଏହା ଏକ ବିଶ୍ୱବ୍ୟାପୀ ସ୍ବାଭାବିକ ପ୍ରବୃତ୍ତି ହୋଇଥିଲେ ମଧ୍ୟ ଅତୀତରେ ଏହିପରି ସମ୍ପର୍କରେ ଲିପ୍ତ ଥିବା ଲୋକେ ଲଜ୍ଜା ଅନୁଭବ କରୁଥିଲେ ଓ ତାକୁ ଲୁଚାଉଥିଲେ। ବୋଧହୁଏ ସେମାନେ ନିଜେ ଅନୁଭବ କରୁଥିଲେ ଯେ ସେମାନଙ୍କ ପ୍ରବୃତ୍ତି ଅଶ୍ଳୀଳ ଓ ବର୍ବର। ମାତ୍ର ସମ୍ପ୍ରତି ସମଲଙ୍ଗୀମାନଙ୍କ ପ୍ରତି ଦୃଷ୍ଟିକୋଣ ବଦଳିଛି। ଅନ୍ୟମାନଙ୍କ ଭଳି ସେମାନେ ବି ମଣିଷ। ଏଣୁ ସେମାନେ ସମାନ ମାନବିକ ଅଧିକାର ଦାବି କରୁଛନ୍ତି ଓ ମର୍ଯ୍ୟାଦାର ସହ ବଞ୍ଚତ୍ବାକୁ ଚାହୁଁଛନ୍ତି। ମାତ୍ର ସମସ୍ୟା ହେଉଛି ସେମାନଙ୍କ ବିବାହକୁ ଆଇନଗତ ସ୍ବୀକୃତି ଦାବି। ପୃଥିବୀର ବହୁ ଦେଶରେ ଏହି ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଆଯାଇଛି। ଯୁକ୍ତି କରି ଭାରତ ମଧ୍ୟ ଏହାକୁ ସ୍ବୀକୃତି ଦେଉ ବୋଲି କହିବା ଯଥାର୍ଥ ନୁହେଁ। ପ୍ରତ୍ୟେକ ଦେଶର ନିଜସ୍ବ ସଂସ୍କୃତି, ପରମ୍ପରା ଓ ଦୃଷ୍ଟିଭଙ୍ଗୀ ଅଛି। ଏହି ବିଶାଳ ପୃଥିବୀରେ ସବୁ ଦେଶର, ସବୁ ଲୋକଙ୍କଠାରୁ ଗୋଟିଏ ସଂସ୍କୃତି ବା ଦୃଷ୍ଟିଭଙ୍ଗୀ ଆଶା କରିବା ସମ୍ଭବ ନୁହେଁ। ଏଣୁ ଭାରତ ପରିପ୍ରେକ୍ଷୀରେ ସମଲିଙ୍ଗୀ ବିବାହର ଯଥାର୍ଥ କେତେ ତାହା ଅନୁଶୀଳନଯୋଗ୍ୟ। ବିଭିନ୍ନ ଧର୍ମରେ ସମଲିଙ୍ଗୀ ସମ୍ପର୍କ ପ୍ରତି ଉଭୟ ସକାରାତ୍ମକ ଓ ନକାରାତ୍ମକ ଦୃଷ୍ଟିଭଙ୍ଗୀ ରହିଛି। ଏଣୁ ଧାର୍ମିକ ଦୃଷ୍ଟିକୋଣରୁ ଏହି ସମସ୍ୟାର ବିଚାର ନ କରି ମାନବିକ ଦୃଷ୍ଟିକୋଣରୁ ଏହାର ବିଚାର ବେଶି ଗ୍ରହଣଯୋଗ୍ୟ।
ପଶୁପକ୍ଷୀଠୁ ଆରମ୍ଭକରି ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କର ଯୌନପ୍ରବୃତ୍ତି ପ୍ରକୃତିଦତ୍ତ। ଏହି ସମିଲଙ୍ଗୀ ଯୌନ ପ୍ରବୃତ୍ତି ବହୁ ପଶୁ ଓ ପକ୍ଷୀଙ୍କଠାରେ ମଧ୍ୟ ପରିଲକ୍ଷିତ ହୁଏ। କେହି କେହି ଯୁକ୍ତି କରନ୍ତି ମଣିଷକୁ ଯଦି ମାଙ୍କଡ଼ର ବଂଶଧର ବୋଲି ଧରି ନିଆଯାଏ ତା’ହେଲେ ପଶୁର ସ୍ବଭାବ ମଣିଷ ପାଖକୁ ସଂକ୍ରମିତ ହୋଇଛି। ମାତ୍ର ମଣିଷ ହେଉଛି ମାଙ୍କଡ଼ର ବିବର୍ତ୍ତିତ ସଭ୍ୟ ରୂପ। ସେ ମାଙ୍କଡ଼ଠାରୁ ଅଧିକ ମାର୍ଜିତ ହୋଇଥିବାରୁ ସେ ପଶୁ ପଦବାଚ୍ୟ ନ ହୋଇ ମଣିଷ ହୋଇଛି। ଏଣୁ ମଣିଷଠାରୁ ସଭ୍ୟ ଶ୍ଳୀଳ ଓ ମାର୍ଜିତ ଆଚରଣ ଆଶା କରାଯାଏ। ପଶୁମାନଙ୍କଠାରେ ଯୌନପ୍ରବୃତ୍ତି କେବେ ବିବାହରେ ରୂପାନ୍ତରିତ ହୁଏନାହିଁ। ସେମାନଙ୍କ ଯୌନ ସମ୍ପର୍କରେ କୌଣସି ଶୃଙ୍ଖଳା ନ ଥାଏ। ଯୌନ ସମ୍ପର୍କକୁ ଶୃଙ୍ଖଳିତ କରିବା ପାଇଁ ମଣିଷ ସମାଜରେ ବିବାହର ପରିକଳ୍ପନା କରାଯାଇଛି। ଏହି ବିବାହର ଲକ୍ଷ୍ୟ ଉଭୟ ଯୌନସୁଖପ୍ରାପ୍ତି ଓ ସନ୍ତାନ ସୃଷ୍ଟି। ଦୁଇଟି ବିପରୀତ ଲିଙ୍ଗ ମଧ୍ୟରେ ଯୌନ ସମ୍ପର୍କ ଯେଭଳି ପ୍ରାକୃତିକ, ସମଲିଙ୍ଗୀ ସମ୍ପର୍କ ଏକ ପ୍ରବୃତ୍ତି ହେଲେ ମଧ୍ୟ ଏହା ଏକ ବିକୃତି, କାରଣ ଅତି ନଗଣ୍ୟ ଅନୁପାତରେ ଲୋକଙ୍କ ମଧ୍ୟରେ ଏହା ପରିଲକ୍ଷିତ ହୁଏ। ପ୍ରାକୃତିକ ନିୟମର ମଧ୍ୟ ବ୍ୟତିକ୍ରମ ଅଛି। ସମଲିଙ୍ଗୀ ସମ୍ପର୍କ ମଧ୍ୟ ଏକ ବ୍ୟତିକ୍ରମ। ଏହି ବ୍ୟତିକ୍ରମାତ୍ମକ ପ୍ରବୃତ୍ତିକୁ ସ୍ବାଭାବିକ କହି ସମଲିଙ୍ଗୀ ବିବାହକୁ ଆଇନସିଦ୍ଧ କରାଗଲେ ସମାଜରେ ଏକ ଅସୁସ୍ଥ ବାତାବରଣ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହି ଆଇନର ସୁଯୋଗ ନେଇ ବହୁ ନରନାରୀ ଏଭଳି ବିବାହ କରିବାକୁ ଅଗ୍ରସର ହେବେ। ଫଳରେ ସାମାଜିକ ଶୃଙ୍ଖଳା ଭୁଶୁଡ଼ି ପଡ଼ିବ।
ଭାରତୀୟ ପରମ୍ପରାରେ ବିବାହ ଷୋଡ଼ଶ ସଂସ୍କାର ମଧ୍ୟରେ ଅନ୍ୟତମ। ବିବାହ ହେଉଛି ଏକ ଯଜ୍ଞ। ଦୁଇଟି ଶରୀର, ଦୁଇଟି ଆତ୍ମା ନିଜର ଅସ୍ତିତ୍ୱ ହରାଇ ପରସ୍ପରଠାରେ ବିଲୀନ ହୁଅନ୍ତି। ସ୍ମୃତିରେ ଅଛି ”ବିବାହୋ ଗଦ୍ୟତେ ଲୋକେ ଶକ୍ତି ଶକ୍ତିମତୋରିବ। ଏକୀକରଣମୁଭୟୋରାମତ୍ନୋରିତି ଚ ଶ୍ରୁତିଃ। ଦ୍ୱୟସ୍ୟ ଧୀନ୍ଦ୍ରିୟହୃଦାଂ ଦ୍ୱୟୋଃ ପ୍ରାଣ-ଶରୀରୟୋଃ। ଉଭୟରାମତ୍ନୋଶ୍ଚୈଷ ପ୍ରେମବ୍ରତ-ସମନ୍ବୟଃ।“ ଅର୍ଥାତ ଶକ୍ତି ଓ ଶକ୍ତିମାନ ଏକ ହେବାପରି ବିବାହ ହେଉଛି ଦୁଇଟି ଆମତ୍ାର ଏକୀକରଣ। ଦୁଇଟି ଶରୀର, ଦୁଇଟି ମନ, ଦୁଇଟି ହୃଦୟ, ଦୁଇଟି ପ୍ରାଣ, ଦୁଇଟି ଆତ୍ମାର ସମନ୍ବୟ କରି ପତିପତ୍ନୀ ପ୍ରେମବ୍ରତ ନିର୍ବାହ କରନ୍ତି। ବିବାହ ପରବର୍ତ୍ତୀ ମିଳନରୁ ସ୍ତ୍ରୀ ଗର୍ଭଧାରଣ କରନ୍ତି। ସ୍ତ୍ରୀ ଦଶମାସ ସନ୍ତାନକୁ ଗର୍ଭରେ ଧରି ଅନେକ କଷ୍ଟ ବରଣ କରି ଯେଉଁ ସନ୍ତାନକୁ ଜନ୍ମଦିଅନ୍ତି ତା’ ପ୍ରତି ତାଙ୍କ ଅନାବିଳ ସ୍ନେହ ପ୍ରକାଶ ପାଏ। ସେହି ସ୍ନେହ ପୂରା ପରିବାରକୁ ପବିତ୍ର ପ୍ରେମବନ୍ଧନରେ ବାନ୍ଧିରଖେ। ଦୁଇଜଣ ସମଲିଙ୍ଗୀଙ୍କ ପ୍ରାକୃତିକ ଜୈବିକ ମିଳନ ସମ୍ଭବ ନୁହେଁ। ସେମାନେ ଏକତ୍ର ରହି ଯଦି ପୋଷ୍ୟସନ୍ତାନ ଗ୍ରହଣ କରନ୍ତି ତାହା ପୂର୍ବୋକ୍ତ ବାତାବରଣ ସୃଷ୍ଟି କରିପାରିବ ନାହିଁ।
ସମଲିଙ୍ଗୀ ସମ୍ପର୍କ ବ୍ୟତିକ୍ରମାତ୍ମକ ପ୍ରବୃତ୍ତିଗତ ସମ୍ପର୍କ ଭାବରେ ଆତ୍ମପ୍ରକାଶ କରିପାରେ, ମାତ୍ର ଅଧିକାଂଶ ଧାର୍ମୀୟ ସମ୍ପ୍ରଦାୟ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଅନ୍ତିନାହିଁ। ଆଜିର ଗଣତାନ୍ତ୍ରିକ ମୂଲ୍ୟବୋଧର ଯୁଗରେ ସମଲିଙ୍ଗୀଙ୍କ ମଧ୍ୟ ମଣିଷ ଭାବରେ ବଞ୍ଚତ୍ବା ପାଇଁ ଅଧିକାର ଅଛି। ସହମତିଭିତ୍ତିକ ସମଲିଙ୍ଗୀ ସମ୍ପର୍କକୁ ମଧ୍ୟ ଆଇନଗତ ସ୍ବୀକୃତି ଦିଆସରିଛି। ମାତ୍ର ସେମାନଙ୍କ ‘ବିବାହ’ ଗ୍ରହଣଯୋଗ୍ୟ ମନେହେଉନି। ଜୈବିକ ବିଚାର ଦୃଷ୍ଟିରୁ ‘ସମଲିଙ୍ଗୀ ବିବାହ’ ଶବ୍ଦର ପ୍ରୟୋଗ ଏକ ଭାଷିକ ବିଡ଼ମ୍ବନା।
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri