ବିପଦରେ ଦେଶର ସମ୍ବିଧାନ, ସୁରକ୍ଷା ପାଇଁ ରାଜନୈତିକ ଦଳ-ଜନସାଧାରଣ ଲଢ଼େଇ କରିବାର ଆବଶ୍ୟକତା ରହିଛି: ପିସିସି ସଭାପତି 

ଦେବଗଡ, ୫ା୫ (ଶଶାଙ୍କ ଶେଖର ଝାଙ୍କର): କଂଗ୍ରେସ ପକ୍ଷରୁ ଦେବଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାବାର ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲା କଂଗ୍ରେସ କମିଟି ସଭାପତି ସେମ ହେମ୍ରମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ ସମାବେଶକୁ ସମ୍ବୋଧିତ କରିଥିଲେ। ଦେଶର ସମ୍ବିଧାନ ଆଜି ସଙ୍କଟରେ ଥିବା ବେଳେ ଏହାର ସୁରକ୍ଷା ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ଏବଂ ଜନସାଧାରଣ ଲଢେଇ କରିବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିବାସହ କେନ୍ଦ୍ର ସରକାର ସାମ୍ବିଧାନିକ ଅନୁଷ୍ଠାନ ଗୁଡିକର ଦୁରୂପଯୋଗ କରୁଥିବା ଅଭିଯୋଗ କରିଥିଲେ ।
ପିସିସି ସଭାପତି କହିଥିଲେ ଯେ, ସମ୍ବିଧାନ ସଶକ୍ତ ହେଲେ ଆମ ଗଣତନ୍ତ୍ର ସଶକ୍ତ ହେବ ଓ ଆମ ଅଧିକାର ସୁରକ୍ଷିତ ରହିବ। ରାହୁଲ ଗାନ୍ଧୀ ଜାତି ଜନଗଣନା ପାଇଁ ସଂସଦରେ ଦାବି ଉପସ୍ଥାପନ କରିଥିଲେ। ହେଲେ ଏହାକୁ ଭାରତୀୟ ଜନତା ପାର୍ଟି ଉପହାସ କରିଥିଲା। ଜନଗଣନା ପାଇଁ କଂଗ୍ରେସ ଯେତେବେଳେ ଆନ୍ଦୋଳନ ଆରମ୍ଭ କଲା ସେହି ଭୟରେ ଜନଗଣନା ପାଇଁ ଭାଜପା ଘୋଷଣା କରିଥିବା ସେ କହିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତା ନଗେନ୍ଦ୍ର ପ୍ରଧାନ, ପୂର୍ବତନ ଏମ୍‌ପି ଯଶୋବନ୍ତ ସିଂ ଲାଗୁରୀ, ବାସୁଦେବପୁର ବିଧାୟକ ଅଶୋକ ଦାସ, ବରିଷ୍ଠ କଂଗ୍ରେସ ନେତା କମଳ ଲୋଚନ ତାଣ୍ଡି, ସୁଧାଂଶୁ ଦେଓ, ଦିଲ୍ଲିପ ଦୁରିଆ, ଅଭିଷେକ ସେଠ, ଦୁର୍ଗାଶଙ୍କର ପାଢୀ, କେଦାର ବରହିଆ, ଓ ପ୍ରିୟବ୍ରତ ସାହୁଙ୍କ ସମେତ ବହୁ ରାଜ୍ୟସ୍ତରୀୟ କଂଗ୍ରେସ ନେତା ମଞ୍ଚାସୀନ ରହି ଭାଜପା ସରକାରରେ ସମ୍ବିଧାନ ଅସୁରକ୍ଷିତ ହୋଇ ପଡିଥିବା ବେଳେ ଏହାର ଜବାବ ଦେବାର ସମୟ ଆସିଯାଇଛି ବୋଲି ପ୍ରକାଶ କରିଥିଲେ ।
ତେବେ ପିସିସି ସଭାପତିଙ୍କ ଦେବଗଡ ଗସ୍ତ ସମୟରେ ଜିଲା କଂଗ୍ରେସ ସଂଗଠନରେ ଥିବା କନ୍ଦଳ ସ୍ପଷ୍ଟ ଭାବେ ପଦାକୁ ବାହାରିଥିଲା । ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ ପିସିସି ସଭାପତିଙ୍କୁ ସ୍ଥାନୀୟ ଜେଲ ଛକରୁ ଶହଶହ ନେତା ଓ କର୍ମୀଙ୍କ ଗହଣରେ ସ୍ବାଗତ କରି ଏକ ବିରାଟ ଶୋଭାଯାତ୍ରାରେ ସଭାସ୍‌ସ୍ଥଳକୁ ଯାଉଥିବା ବେଳେ ବେଳେ ପୂର୍ବତନ ଜିଲା ଯୁବ କଂଗ୍ରେସ ସଭାପତି ସିଦ୍ଧେଶ୍ୱର ଗୁରୁଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଭିନ୍ନ ରାସ୍ତାରେ ଶୋଭାଯାତ୍ରାରେ ଆସି ଘରୋଇ ବସଷ୍ଟାଣ୍ଡ ଛକରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଫଳରେ ସେଠାରେ ଦୁଇଟି ଯାକ ଶୋଭାଯାତ୍ରା ଏକତ୍ରିତ ହୋଇଥିଲା । ତେବେ ସିଦ୍ଧେଶ୍ୱର ଏବଂ ତାଙ୍କ ସମର୍ଥକ ମାନେ ପିସିସି ସଭାପତିଙ୍କୁ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଦେଇ ସୱାଗତ କରୁଥିବା ବେଳେ ଉଭୟ ଗୋଷ୍ଠି ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା । ପୋଲିସ ଏହାକୁ ନିୟନ୍ତ୍ରଣ କରିଥିବା ବେଳେ ସମସ୍ତେ ପୁଣି ଏକାଠି ମିଶି ଶୋଭାଯାତ୍ରାରେ ସମାବେଶ ସ୍ଥଳକୁ ଆସିଥିଲେ । ତେବେ ଦଳରେ କନ୍ଧଳ ନେଇ ପିସିସି ସଭାପତିଙ୍କୁ ପଚାରିବାରୁ ସେ ଏହାକୁ ସ୍ବାଗତ କରିବାସହ ଦଳର ଶକ୍ତି ବୃଦ୍ଧି ହେଲେ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥାଏ ଓ ଏହା ତାହାର ପ୍ରତିଫଳନ ବୋଲି ସେ ଉତର ଦେଇଥିଲେ ।

Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: କମିଟିରେ ଯୋଡ଼ିହେଲେ ନୂତନ କର୍ମକର୍ତ୍ତା, ସ୍ବଚ୍ଛତା ପାଇଁ ୩୦ ଦିନରେ…

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ…

ବଲାଙ୍ଗୀର ଟାଉନ୍‌ ପୋଲିସ ପଞ୍ଝାରେ ଗଞ୍ଜେଇ ବେପାରୀ: ବାଇକ୍‌ରେ ଚାଲାଣ ବେଳେ ପଡ଼ିଲେ ଧରା, ୫ କିଲୋ…

ବଲାଙ୍ଗୀର,୨୨।୩ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ କାୟା ବିସ୍ତାର କରୁଥିବା ଗଞ୍ଜେଇ ମାଫିଆଙ୍କ ବିରୋଧରେ ଟାଉନ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଇକ ଯୋଗେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri