ଭଞ୍ଜନଗର,୨୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବ କ୍ଷେତ୍ର ଶାରୀରିକ ଓ ଖେଳକୁଦ ସଂଯୋଜକ ବଳରାମ ସାହୁ, ଦକ୍ଷିଣ -ପୂର୍ବ ସମ୍ଭାଗ ସଂଯୋଜକ ବିଭୁତି ଭୂଷଣ ପାଇକରାୟ ,ବିଭାଗ ନିରୀକ୍ଷକ ସନ୍ତୋଷ କୁମାର ପାଢୀ, ସହ ଜିଲା ପ୍ରମୁଖ ତ୍ରିନାଥ ଗୌଡ଼, ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଜ୍ୟୋତି ରଞ୍ଜନ ବିଷୋୟୀ, ଅବସର ପ୍ରାପ୍ତ ଶିକ୍ଷକ ବନମାଳୀ ଗୌଡ଼ ପ୍ରମୁଖ ଯୋଗଦେଇଥିଲେ ।
ଦକ୍ଷିଣ ପୂର୍ବ ସମ୍ଭାଗ ଅନ୍ତର୍ଗତ ଗଞ୍ଜାମ, କନ୍ଧମାଳ ଜିଲାରୁ ୧୦୬ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଶିଶୁ ବର୍ଗ ବାଲ ବର୍ଗ, କିଶୋର ଵର୍ଗ, ତଋଣ ବର୍ଗ ପ୍ରତିଯୋଗୀଙ୍କ ମଧ୍ୟରେ ସଂସ୍କୃତି ଜ୍ଞାନ ପ୍ରଶ୍ନ ମଞ୍ଚ, କଥା କଥନ, ଆଶୁ ଭାଷଣ, ପତ୍ର ବାଚନ, ମୂର୍ତ୍ତି କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବରେ ସଂସ୍କୃତି ରତ୍ନ ନାରାୟଣ ମହାରଣା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ମହାନ୍ତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନେତାଜୀ ବିଷୋୟୀ, ଅବସର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ଜେନା , ପ୍ରଧାନ ଶିକ୍ଷକ ଉମାକାନ୍ତ ମିଶ୍ର, ନମିତା ଷଡଙ୍ଗୀ, ହୃଷିକେଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା କାର୍ଯ୍ଯକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁମା ଗୁରୁଜୀ ସହଯୋଗ କରିଥିଲେ।