ମାମୁଘରକୁ ବୁଲି ଆସିଥିଲେ,ହାତୀର ଜଳକ୍ରୀଡ଼ା ଦେଖିବା ହେଲା କାଳ; ପାଣିରେ ଖସିପଡ଼ି ୬ ବର୍ଷର ନାବାଳକଙ୍କ ମୃତ୍ୟୁ

ଦେବଗଡ଼,୧୨|୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନାଚଂଳର ଦନ୍ତାରିବାହାଳ ଗ୍ରାମର ମତୁଆଳି ନାଳ‌ରେ ପାଣିରେ ବୁଡି ମଙ୍ଗଳବାର ଜଣେ ନାବାଳାକର ମୃତ୍ୟୁ ଘଟିଛି। ମୃତକ ନାବାଳକ ହେଲେ ବେତ୍ରା ବେହେରାଙ୍କ ପୁଅ ଆଦିତ୍ୟ(୬)। ନାବାଳକର ଘର ସମ୍ବଲପୁର ଜିଲାର ରେଢାଖୋଲ ଅଂଚଳରେ ବୋଲି ଜଣାପଡିଛି।ସୂଚନା ଅନୁଯାୟୀ, ଆଦିତ୍ୟ ତାଙ୍କ ମାମୁ ଘର ଦେବଗଡ ଜିଲାର ଦନ୍ତାରିବାହାଳ ଗ୍ରାମକୁ ଆସିଥିଲେ। ତେବେ ଆଜି ମତୁଆଳୀ ନାଳରେ ଏକ ହାତୀ ଜଳକ୍ରୀଡା କରୁଥିବା‌ବେଳେ ଆଦିତ୍ୟ ଦେଖିବାକୁ ଯାଇଥିଲା।କିନ୍ତୁ ଅସାବଧନତାବଶତଃ ସେ ପାଣିରେ ଖସିପଡିଥିଲେ। ସଂଧ୍ୟାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଆଦିତ୍ୟକୁ ମୃତ ଘୋଷଣା କରିଥିଲେ। ସୂଚନାପାଇ ଦେବଗଡ ଥାନା ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily

Share