ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ ଭରି ପାରୁ ନ ଥିବା ନେଇ ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି ।
ସମ୍ବଲପୁର ଜିଲାରେ ଚାରୋଟି ଯାକ ବିଧାନସଭା ଏବଂ ଲୋକ ସଭା ଆସନରେ କଂଗ୍ରେସ ଯୁବ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି। ଏହାପରେ ଆଶା କରାଯାଉଥିଲା କଂଗ୍ରେସ ଯୁବ ଗୋଷ୍ଠୀଙ୍କୁ ଆକର୍ଷିତ କରିବାରେ ସଫଳ ହୋଇପାରିବ। ତେବେ ଜିଲାରେ ପ୍ରାର୍ଥୀ ଘୋଷଣା ହେବା ପରେ ବି କଂଗ୍ରେସର ଯୁବନେତାଙ୍କ ମଧ୍ୟରେ ସେମିତି ଉତ୍ସାହ ଦେଖିବାକୁ ମିଳି ପାରିନାହିଁ। ଅନ୍ୟପକ୍ଷରେ ଗୁରୁବାର ସମ୍ବଲପୁରର ୯ ଜଣ ଯୁବ କଂଗ୍ରେସ ପଦାଧିକାରୀ ଦଳ ଛାଡି ଏକାସାଙ୍ଗରେ ବିଜେଡିରେ ଯୋଗ ଦେଇଛନ୍ତି। ଓଡିଶା ପ୍ରଦେଶ ଓବିସି ସେଲର ଉପସଭାପତି ତଥା ଯୁବ ନେତା ଆଶୁତୋଷ ସ୍ବାଇଁ, ସମ୍ବଲପୁର ଜିଲା ଯୁବ କଂଗ୍ରେସ ସଭାପତି ପ୍ଲାବନ ବହିଦାର, ଜିଲା ଛାତ୍ର କଂଗ୍ରେସ ସଭାପତି ଗିରୀଶ ପୃଷେଠ, ସମ୍ବଲପୁର ବିଧାନସଭା କ୍ଷେତ୍ର ଯୁବ କଂଗ୍ରେସ ସଭାପତି ଶେଖ ହାସିମ, ଟାଉନ ଯୁବ କଂଗ୍ରେସ ସଭାପତି ସରୋଜ ବନଛୋର, ଜିଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବିକାଶ ବେହେରା ଏବଂ ନୀଳକଣ୍ଠ ମେସୁଆ, ଟାଉନ କଂଗ୍ରେସ ସମ୍ପାଦକ ଦିବାକର ବାଗ ତଥା ସମ୍ବଲପୁର ଲୋକ ସଭା ସାମାଜିକ ଗଣମାଧ୍ୟମ ସଂଯୋଜକ ମୁକେଶ ନାୟକ ଇଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି। ଜିଲାର ପ୍ରମୁଖ ଯୁବ କଂଗ୍ରେସ ପଦାଧିକାରୀ ଏକାସଙ୍ଗେ ଦଳ ଛାଡିବା ପରେ ଏହାର ପ୍ରଭାବ ନିର୍ବାଚନରେ ପଡିବାର ସମ୍ଭାବନା ରହିଛି। ତେବେ ଦୀର୍ଘଦିନରେ ଜିଲାରେ କଂଗ୍ରେସର ସ୍ଥିତି ଦୁର୍ବଳ ରହିଥିବା ବେଳେ ଆଗାମୀ ନିର୍ବାଚନରେ ମଧ୍ୟ ସଫଳତା ମିଳିବା ନେଇ ସ୍ଥାନୀୟ ନେତାମାନେ ଆଶା ସଞ୍ଚାର କରିପାରୁ ନ ଥିବାରୁ କଂଗ୍ରେସର ଯୁବନେତାମାନେ ଦଳ ଛାଡି ଅନ୍ୟଦଳରେ ଯୋଗ ଦେଉଥିବା ଚର୍ଚ୍ଚା ହେଉଛି। ଏନେଇ ଜିଲା କଂଗ୍ରେସର ସଭାପତି ଜୟଶଙ୍କର ମିଶ୍ର କହିଛନ୍ତି, ଯେଉଁମାନେ ଦଳ ଛାଡିଛନ୍ତି ସେମାନେ ନିଜ ସ୍ବାର୍ଥ ପାଇଁ ଯାଇଛନ୍ତି। ତେବେ ଏନେଇ ସେମାନେ ଜିଲା କଂଗ୍ରେସକୁ ଜଣାଇ ନାହାନ୍ତି। କଂଗ୍ରେସର ପ୍ରକୃତ ଯୁବକର୍ମୀମାନେ ଏବେବି ଦଳ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ମିଶ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri