ସମ୍ବଲପୁର ଭାଜପା: ଧର୍ମେନ୍ଦ୍ରଙ୍କୁ ଭେଟିଲେ ଅସନ୍ତୁଷ୍ଟ କାର୍ଯ୍ୟକର୍ତ୍ତା

ସମ୍ବଲପୁର, ୬।୨(ଭବାନୀ ଶଙ୍କର ଭୋଇ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ସମ୍ବଲପୁରରେ ଭାଜପା ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ତେବେ ଦଳ ଏହି ଉତ୍ସାହକୁ କେତେଦୂର ଭୋଟରେ ପରିଣତ କରିପାରିବ, ତାକୁ ନେଇ ଚର୍ଚ୍ଚା ହେଉଛି। ସମ୍ବଲପୁର ବିଧାୟକ ତଥା ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଉପସ୍ଥିତ ନ ରହିବା ନେଇ ଦଳୀୟ ସ୍ତରରେ ଭିନ୍ନ ଆଲୋଚନା ହେଉଛି। ଜୟନାରାୟଣଙ୍କ ଅସୁସ୍ଥତା ଯୋଗୁଁ ସେ ସମ୍ବଲପୁର ଆସିପାରୁ ନ ଥିବାରୁ ହୁଏତ ସେ ଆଗାମୀ ସାଧାରଣ ନିର୍ବାଚନରେ ନିଜେ ପ୍ରାର୍ଥୀ ହୋଇ ନ ପାରନ୍ତି। ସମ୍ବଲପୁରରେ ଅଧିକାଂଶ ଭାଜପା କର୍ମୀ ଜୟନାରାୟଣଙ୍କ ସମର୍ଥକ ବୋଲି କୁହାଯାଉଛି। ଏବେ ଅନେକ ଯୁବ ଏବଂ ପ୍ରବୀଣ ନେତା ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଦଳରୁ ବିଧାନସଭା ପ୍ରାର୍ଥୀ ହେବା ନେଇ ଜୟନାରାୟଣଙ୍କ ବିନା ପରାମର୍ଶରେ ନିଷ୍ପତ୍ତି ହୋଇ ନ ପାରେ ବୋଲି କୁହାଯାଉଛି। ତାଙ୍କ ଝିଅ ଶୁଭଶ୍ରୀ ସମ୍ବଲପୁରରେ କିଛି ଦିନ ହେବ ଭାଜପାର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି। ତେବେ ଶୁଭଶ୍ରୀଙ୍କୁ ଭାଜପା ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବିରୋଧ କରି ନିଜ ପଦରୁ ଇସ୍ତଫା ଦେବା ଭଳି ସ୍ଥିତି କିଛିଦିନ ପୂର୍ବରୁ ଘଟି ସାରିଛି। ଏହାପରେ ଶୁଭଶ୍ରୀଙ୍କୁ ଦଳୀୟ ପ୍ରାର୍ଥୀ ଭାବରେ କର୍ମୀ କେତେଦୂର ଗ୍ରହଣ କରିବେ ତାହା ଆଉ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସମ୍ବଲପୁର ଭାଜପାର କର୍ମକର୍ତ୍ତାଙ୍କ କଥା ବିଚାର କଲେ ଦଳରେ ଜୟନାରାୟଣଙ୍କ ଏକ ବଡ଼ ସମର୍ଥକ ଗୋଷ୍ଠୀକୁ ଜିଲା ନେତୃବର୍ଗ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଏନେଇ ଜୟନାରାୟଣଙ୍କୁ ସେମାନେ ଅବଗତ କରିଥିବା ବେଳେ ସେ ସମ୍ବଲପୁର ଫେରିଲେ ସମାଧାନ କରାଯିବ ବୋଲି କହିଆସୁଛନ୍ତି। ଜୟନାରାୟଣଙ୍କ ସମ୍ବଲପୁର ଫେରିବା ଡେରି ହେଉଥିବା ବେଳେ ସାଧାରଣ ନିର୍ବାଚନ କିନ୍ତୁ ପାଖେଇ ଆସୁଛି। ଏଭଳି ସ୍ଥିତିରେ ଜୟନାରାୟଣଙ୍କ ସମର୍ଥକ ଗୋଷ୍ଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଥମେ ଦଳୀୟ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଥିବା ବେଳେ ଏକାନ୍ତରେ ଆଲୋଚନା ପାଇଁ ସମୟ ଦେବାକୁ ଅନୁରୋଧ କରିଥିଲେ। ଏହାପରେ ରବିବାର ସନ୍ଧ୍ୟାରେ ଏକ ହୋଟେଲରେ ସମ୍ପୃକ୍ତ ଗୋଷ୍ଠୀ ଧର୍ମେନ୍ଦ୍ରଙ୍କୁ ଭେଟି ଦେଢ଼ଘଣ୍ଟାରୁ ଅଧିକ ସମୟ ଆଲୋଚନା କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏପରିକି ୩୦ରୁ ଅଧିକ ବରିଷ୍ଠ ଭାଜପା କର୍ମୀ ଜିଲା ଭାଜପାରେ କିଛି ଠିକ୍‌ ଚାଲି ନ ଥିବା ଏବଂ ସେମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଉ ନ ଥିବା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଖୋଲାଖୋଲି ଅଭିଯୋଗ କରିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ଭାଜପାର ପୂର୍ବତନ ଓ ବର୍ତ୍ତମାନର ପଦାଧିକାରୀ ରହିଥିବା ଆଲୋଚନା ହେଉଛି।
ସମ୍ବଲପୁର ଲୋକ ସଭା କ୍ଷେତ୍ରରୁ ପ୍ରାର୍ଥୀ ହେବା ଶୁଣାଯାଉଛି। ଦଳକୁ ଏବେଠୁ ନ ସଜାଡ଼ିଲେ ଆଗାମୀ ଦିନରେ କ୍ଷତି ହେବାର ଆଶଙ୍କା ଥିବାରୁ ସେ ମଧ୍ୟ ଗୁରୁତ୍ୱ ଦେଇ ସମସ୍ତଙ୍କ ଅଭିଯୋଗ ଶୁଣିଥିବା ବରିଷ୍ଠ ସଦସ୍ୟମାନେ କହିଛନ୍ତି ।
ସବୁ ଶୁଣିବା ପରେ ଏଣିକି ନିଜେ ଦାୟିତ୍ୱ ନେଇ ସମସ୍ତ କାର୍ଯ୍ୟକର୍ତ୍ତା କିଭଳି ଦଳୀୟ କାର୍ଯ୍ୟକ୍ରମର ଖବର ପାଇବେ, ତାହା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଶୁଣିବାକୁ ମିଳୁଛି। ଏନେଇ ରାଜ୍ୟ ସଭାପତିଙ୍କୁ ମଧ୍ୟ କିଛି ବରିଷ୍ଠ କର୍ମକର୍ତ୍ତା ଅଭିଯୋଗ କରିଥିବା ଜଣାପଡିଛି।
ଅବର୍ତ୍ତମାନରେ ସମସ୍ତଙ୍କୁ ଏକଜୁଟ କରିବାରେ ଜିଲା ଭାଜପାର ନେତୃବର୍ଗ ବିଫଳ ହୋଇଥିବା ଅନେକ ବରିଷ୍ଠ ନେତା ଖୋଲାଖୋଲି ଅଭିଯୋଗ କରିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ରେଢ଼ାଖୋଲ ନିର୍ବାଚନମଣ୍ଡଳୀରେ ମଧ୍ୟ ଅନୁରୂପ ଅଭିଯୋଗ ହୋଇଛି। କେନ୍ଦ୍ରମନ୍ତ୍ରୀ କିମ୍ବା ଭାଜପା ପଦାଧିକାରୀ ସମ୍ବଲପୁର ଗସ୍ତରେ ଆସିଲେ ସେମାନଙ୍କୁ ଖବର ସୁଦ୍ଧା ଦିଆଯାଉ ନ ଥିବା ନେଇ ଯୁଯୋମୁରା ଅଞ୍ଚଳର ଭାଜପାର ଜଣେ ପୁରୁଖା ନେତା ଅଭିଯୋଗ କରିଛନ୍ତି।
ଏ ବାବଦରେ କେନ୍ଦ୍ରମନ୍ତ୍ରୀ ଅବଗତ ହେବା ପରେ ଏହାକୁ ସମାଧାନ କରି ଏକଜୁଟ ହୋଇ ଦଳ ପାଇଁ କାମ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା….

କଟକ,୨୪।୩: କଟକ ଲିଙ୍କ୍‌ରୋଡରେ ଥିବା LIC ଅଫିସ୍‌ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ…

ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri