ଏହି ସ୍ଥାନରେ ଶୁଟିଂ ହେବ ସଲମାନଙ୍କ ‘ଟାଇଗର-୩’, ଯେଉଁଠି ଆଜିପର୍ଯ୍ୟନ୍ତ କୌଣସି ବଲିଉଡ୍‌ ଫିଲ୍ମ ହୋଇନାହିଁ

ମୁମ୍ବାଇ: ଗୋଟିଏ ଥିଲା ସୁପରହିଟ୍‌ ‘ଟାଇଗର’। ପରେ ସଲମାନଙ୍କ ଆଉ ଏକ ‘ଟାଇଗର’ ଜୀବନ୍ତ ହୋଇ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଲଗାତର ଦୁଇ ଦୁଇଟି ଫିଲ୍ମ ହିଟ୍‌ ହେବା ପରେ ନିର୍ମାତା ଆଉ ଏକ ଟାଇଗର ନିର୍ମାଣ ପାଇଁ ଆଗେଇ ଆସିଛନ୍ତି। ଏବେ ସଲମାନଙ୍କ ‘ଟାଇଗର-୩’କୁ ନେଇ ଚର୍ଚ୍ଚା ହେଉଛି। କୁହାଯାଉଛି, ସଲମାନ ଚଳିତବର୍ଷ ମାର୍ଚ୍ଚରେ ଏକ ବଡ଼ ବଜେଟରେ ଫିଲ୍ମ କାମ ଆରମ୍ଭ କରିବେ।
ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ସଲମାନଙ୍କ ଫିଲ୍ମର କିଛି ସିନ୍‌ ମୁମ୍ବାଇରେ ଶୁଟିଂ ହେବ। ଏହା ପରେ ସଲମାନ ସିଧା ମିଡିଲ ଇଷ୍ଟକୁ ଟାର୍ଗେଟ କରିଛନ୍ତି। ଦୁବାଇରେ ଏହାର ଆକ୍ସନ ସିନ୍‌ ଶୁଟିଂ କରାଯିବ। ‘ଟାଇଗର-୩’ରେ ଆକ୍ସନ ଅଧିକ ରହିବ। ଏମିତି ସ୍ଥାନରେ ଶୁଟିଂ କରାଯିବ ଯାହା ବଲିଉଡ୍‌ରେ କୌଣସି ଫିଲ୍ମ ଆଜି ପର୍ଯ୍ୟନ୍ତ ହୋଇନାହିଁ।

ମହେଶ ମଞ୍ଜରକରଙ୍କ ଫାଇନାଲର ଶୁଟିଂ ଶେଷ ହେବା ମାତ୍ରେ ସଲମାନ ତାଙ୍କର ସ୍ବତନ୍ତ୍ର ପ୍ରୋଜେକ୍ଟ ଆରମ୍ଭ କରିବେ। ଆସନ୍ତାବର୍ଷ ‘ଟାଇଗର-୩’ ରିଲିଜ୍‌ ହେବ। ପୂର୍ବ ଫିଲ୍ମ ପରି କ୍ୟାଟ୍ରିନା କୈଫ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ତୃତୀୟ ଭାଗରେ ମଧ୍ୟ ସଲମାନ ଏବଂ କ୍ୟାଟ୍ରିନାଙ୍କ ପ୍ରେମକାହାଣୀ ଦେଖିବାକୁ ମିଳିବ। ପୂର୍ବ ଭାଗ ପରି ଏଥର ମଧ୍ୟ ନିର୍ମାତା ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ‘ଟାଇଗର-୩’ର ନିର୍ଦ୍ଦେଶନା ଦେବେ ମନୀଷ ଶର। ଏହି ଫିଲ୍ମରେ ସଲମାନଙ୍କ ଆକ୍ସନ ମୁଖ୍ୟ ଆକର୍ଷଣ ପାଲଟିବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri