ବୁଲେଟ୍‌ ପ୍ରୁଫ୍‌ କାର୍‌ କିଣିଲେ ସଲମାନ୍‌

ବମ୍ବେ: ବଲିଉଡ୍‌ର ଦବଙ୍ଗ ଖାଁ ସଲମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଏଥିନେଇ ତାଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଆଖପାଖରେ ସୁରକ୍ଷାକର୍ମୀଙ୍କ ସହ ସଲମାନଙ୍କୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରଖିବାକୁ ଅନୁମତି ମିଳିସାରିଛି। ଏବେ କିନ୍ତୁ ଆଉ ଏକ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଯେଉଁଟି ହେଲା ସଲମାନ ନିଜର ଟୋୟୋଟା ଲ୍ୟାଣ୍ଡ କ୍ରୁଜ୍‌ରକୁ ଅପ୍‌ଡେଟ୍‌ କରିଛନ୍ତି। ଏଥିରେ ବୁଲେଟ୍‌ପ୍ରୁଫ୍‌ ସ୍କ୍ରିନ୍‌ ଲଗାଯାଇଛି। ମୁମ୍ବାଇ ବିମାନବନ୍ଦରରେ ସୋମବାର ସଲମାନଙ୍କୁ ଦେଖାଯାଇଥିଲା। ସଲମାନ ନିଜର ବୁଲେଟ୍‌ ପ୍ରୁଫ୍‌ ଗାଡ଼ିରୁ ବାହାରିଥିଲେ। ଏହି ଗାଡ଼ିର ମୂଲ୍ୟ ୧.୫ କୋଟି ବୋଲି କୁହାଯାଉଛି।

କହିରଖୁଛୁ, ଗ୍ୟାଙ୍ଗଷ୍ଟରଠାରୁ ଧମକ ମିଳିବା ପରେ ସଲମାନ ପାଖରେ ବନ୍ଧୁକ ରଖିବା ଲାଗି ଲାଇସେନ୍ସ ପାଇଁ ମୁମ୍ବାଇ ପୋଲିସ ନିକଟକୁ ଯାଇଥିଲେ। ଜୁଲାଇ ୨୨ରେ ସେ ଏଥିନେଇ କମିଶନର ବିବେକ ଫଣସାଲକରଙ୍କୁ ଭେଟିଥିଲେ। ପୂର୍ବରୁ ସଲମାନଙ୍କ ବାପାଙ୍କୁ ସକାଳ ଭ୍ରମଣ କରିବା ସମୟରେ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ସେଥିରେ ସଲମାନଙ୍କ ଅବସ୍ଥା ସିଦ୍ଧୁ ମୁସଓ୍ବୋଲା ଭଳି କରିଦିଆଯିବ ବୋଲି ଉଲ୍ଲେଖ ଥିଲା। ଚିଠି ମିଳିବା ପରେ ସଲୀମ ଖାନ ପୋଲିସ ପାଖକୁ ଯାଇ ଅଭିଯୋଗ କରିଥିଲେ। ସେବେଠାରୁ ପୋଲିସ ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri