ଐଶ୍ୱର୍ଯ୍ୟା-ଅଭିଷେକଙ୍କ ବିବାହରେ ଏମିତି କହିଥିଲେ ସଲମାନ, ଜିତିଥିଲେ ସମସ୍ତଙ୍କ ହୃଦୟ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ-ଅଭିନେତାଙ୍କ ନାମ ପରସ୍ପର ସହ ଯୋଡ଼ି ହୋଇଥାଏ। ଏମାନଙ୍କ ମଧ୍ୟରୁ କେତେକଙ୍କ ପ୍ରେମ ବିବାହରେ ରୂପାନ୍ତରିତ ହୋଇଥିବା ବେଳେ ଆଉ କେତେ ଜଣ ଏଥିରେ ବିଫଳ ହୋଇଛନ୍ତି। ଫିଲ୍ମରେ ଦୀର୍ଘ ସମୟ ଏକାଠି କାମ କରିବା ହେତୁ ସେମାନେ ଏକାଠି ବହୁତ ସମୟ ବିତାନ୍ତି। ଫିଲ୍ମର ଶୁଟିଂ ସମୟରେ ରୋମାନ୍ସ ଦୃଶ୍ୟ ମଧ୍ୟ ଶୁଟିଂ କରାଯାଏ, ତା’ପରେ ସେମାନେ ମଧ୍ୟ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କରନ୍ତି। ଏହା ବଡ଼ କଥା ନୁହେଁ। ସେହିଭଳି ସଲମାନ ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କରେ ଆଲୋଚନା ମଧ୍ୟ ବଜାର ଗରମ ଥିଲା। ଉଭୟଙ୍କ ଅନ୍‌-ସ୍କ୍ରିନ୍‌ କେମିଷ୍ଟ୍ରି ବହୁତ ଭଲ ଥିଲା। ପାରସ୍ପରିକ ବିବାଦ ହେତୁ ସେମାନଙ୍କ ସମ୍ପର୍କ ଅଗ୍ରଗତି କରିପାରିଲା ନାହିଁ।

ପରେ ଐଶ୍ୱର୍ଯ୍ୟା ଅଭିଷେକଙ୍କୁ ୨୦୦୭ରେ ବିବାହ କରିଥିଲେ। ଏହି ବିବାହ ରୀତିନୀତି ଅନୁଯାୟୀ ଅମିତାଭଙ୍କ ବଙ୍ଗଳା ‘ପ୍ରତୀକ୍ଷା’ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲିଉଡ୍‌ର ସମସ୍ତ ସେଲିବ୍ରିଟି ଯୋଗ ଦେଇଥିଲେ।
ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ବିଷୟରେ ସମସ୍ତେ ଅବଗତ ଥିଲେ। ତେଣୁ ତାଙ୍କର ପ୍ରତିକ୍ରିୟାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଯେତେବେଳେ ସଲମାନଙ୍କୁ ଐଶ୍ୱର୍ଯ୍ୟାଙ୍କ ବିବାହ ବିଷୟରେ ପଚରାଗଲା, ସେତେବେଳେ ତାଙ୍କର ଉତ୍ତର ସମସ୍ତଙ୍କ ହୃଦୟ ଜିତିଥିଲା। ଏକ ସାକ୍ଷାତକାରରେ ସଲମାନ କହିଥିଲେ, ସେ ଅତ୍ୟନ୍ତ ଖୁସି ଯେ, ଐଶ୍‌ ଅଭିଷେକଙ୍କ ପରି ଜଣେ ଭଲ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଯିଏକି ଏକ ଭଲ ପରିବାରରୁ ଆସିଛନ୍ତି। ଏହା ବ୍ୟତୀତ ସଲମାନ କହିଛନ୍ତି, ମୁଁ ଐଶ୍‌ଙ୍କ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ପ୍ରାର୍ଥନା କରୁଛି।

ଏକଦା ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ପ୍ରେମସମ୍ପର୍କ ଖୁବ୍‌ ଚର୍ଚ୍ଚାରେ ଥିଲା। ଏହା ପରେ ସଙ୍ଗୀତା ବିଜଲାନି, କ୍ୟାଟ୍ରିନା କୈଫଙ୍କ ସହ ସଲମାନଙ୍କ ପ୍ରେମ ସମ୍ପର୍କ ଥିଲା ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri