ସର୍ବସମ୍ମୁଖରେ କଟ୍ରିନାଙ୍କୁ ଲୋକହସା କରାଇଦେଇଥିଲେ ସଲମାନ୍‌: କହିଥିଲେ ‘କଟ୍ରିନା କପୁର, ଷ୍ଟେଜ୍‌କୁ ଆସ’; ପୁରା ଘଟଣା କିଛି…

ବମ୍ବେ: ଏକଦା କଟ୍ରିନା କୈଫ-ସଲମାନ ଖାନଙ୍କୁ ବଲିଉଡର ଲୋକପ୍ରିୟ ଯୋଡ଼ି ମଧ୍ୟରେ ଗଣାଯାଉଥିଲା। ‘ମୈନେ ପ୍ୟାର କ୍ୟୁ କିୟା’ରେ ସଲମାନଙ୍କ ସହ ଅଭିନୟ କରିବା ପରେ ଅଭିନେତ୍ରୀ ବେଶ ନାମ କମାଇଥିଲେ। କଥିତ ଭାବେ ଏହି ସମୟରୁ ହିଁ ଉଭୟ ଡେଟ୍‌ କରିବା ଆରମ୍ଭ କରିଥିବା କୁହାଯାଏ। ସଲମାନ ନିଜ ପ୍ରେମକୁ ଖୁଲମ୍‌ଖୁଲା ପ୍ରକାଶ କରୁଥିଲେ। ସାର୍ବଜନିକ ସ୍ଥାନରେ ମଧ୍ୟ ସେ କଟ୍ରିନାଙ୍କୁ ‘ବେବି’ କହି ଡାକୁଥିଲେ। ହେଲେ ଏ ସମ୍ପର୍କ ବେଶି ଦିନ ଚାଲି ନ ଥିଲା। ଉଭୟ ଭିନ୍ନ ରାସ୍ତା ବାଛିଥିଲେ। ପରସ୍ପରଠାରୁ ଅଲଗା ହୋଇଥିଲେ ହେଁ ଫିଲ୍ମରେ କାମ କରିବା ସହ ବନ୍ଧୁତାର ସମ୍ପର୍କ ଉଭୟଙ୍କ ମଧ୍ୟରେ ରହିଆସିଛି।

୨୦୧୪ରେ ସଲମାନଙ୍କ ଭଉଣୀ ଅର୍ପିତାଙ୍କ ବିବାହ ସମୟରେ ଏକ ଚକିତ କଲା ଭଳି ଘଟଣା ଘଟିଥିଲା। କାରଣ ସଲମାନ ଏହି ସମୟରେ କଟ୍ରିନାଙ୍କୁ ଲୋକହସା କରିଦେଇଥିଲେ। ଲାଜରେ ମୁହଁ ଲୁଚାଇବାକୁ ବାଟ ପାଇ ନ ଥିଲେ ସେ।

କଟ୍ରିନା ସଲମାନଙ୍କଠାରୁ ଅଲଗା ହେବା ପରେ ରଣବୀର କପୁରଙ୍କୁ ହୃଦୟ ଦେଇ ବସିଥିଲେ। ଅର୍ପିତାଙ୍କ ବିବାହ ସେହି ସମୟରେ ହୋଇଥିଲା। ବିବାହ ଷ୍ଟେଜ୍‌ ଉପରେ ସଲମାନ ହୋଷ୍ଟ କରୁଥିବା ବେଳେ ‘ଚିକିନି ଚମେଲି’ ଗୀତ ବାଜିଥିଲା। ଏହାକୁ ନେଇ ଦବଙ୍ଗ ଖାନ ତଳେ ଛିଡ଼ା ହୋଇଥିବା କଟ୍ରିନାଙ୍କୁ ଷ୍ଟେଜ୍‌ ଉପରକୁ ଆସିବାକୁ କହିଥିଲେ। ହେଲେ କଟ୍ରିନା କରନ୍‌ ଜୋହରଙ୍କ ପଛରେ ଲୁଚିଯାଇଥିଲେ। ଏହାପରେ ମାଇକରେ ସମସ୍ତଙ୍କ ସାମ୍ନାରେ ସଲମାନ ‘ହଉ ଠିକ୍‌ ଅଛି। କଟ୍ରିନା କୈଫ ନହେଲା ନାହିଁ। କଟ୍ରିନା କପୁର, ଦୟାକରି ଷ୍ଟେଜ୍‌ ଉପରକୁ ଆସନ୍ତୁ ’ ବୋଲି କହିଥିଲେ। ପରେ କଟ୍ରିନା ଷ୍ଟେଜ୍‌ ଉପରକୁ ଆସିଥିଲେ। ସଲମାନ ତାଙ୍କୁ ସେଠାରେ ଆଉ ଏକ କମେଣ୍ଟ କରିଥିଲେ। ‘ମୁଁ କ’ଣ କରିବି… ମୁଁ ତୁମକୁ କଟ୍ରିନା ଖାନ ହେବାର ସୁଯୋଗ ଦେଲି, ହେଲେ ତୁମେ କଟ୍ରିନା କପୁର ହେବାକୁ ଚାହିଁଲ ବୋଲି ସେ କହିଥିଲେ।

ବର୍ତ୍ତମାନର କାହାଣୀକୁ ଦେଖିଲେ କଟ୍ରିନା ଏବେ ଅଭିନେତା ବିକ୍କି କୌଶଲଙ୍କୁ ଡେଟ୍‌ କରୁଥିବା ବେଳେ ସଲମାନ ଏବେ ବି ସିଙ୍ଗଲ। ସେ ରୋମାନିଆ ଆଙ୍କର ତଥା ଅଭିନେତ୍ରୀ ୟୁଲିୟା ବନ୍ତୁରଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri