ବାପାଙ୍କ ମାସକ ଦରମା ଟଙ୍କାକୁ ପୋଡି ଦେଇଥିଲେ ସଲମାନ, ଜଣାପଡିବା ପରେ…

ବଲିଉଡର ପ୍ରସିଦ୍ଧ ସ୍କ୍ରିପ୍ଟ ଲେଖକ ତଥା ସଲମାନ ଖାନଙ୍କ ପିତା ସଲିମ ଖାନ ଅନେକ କଳାକାରଙ୍କୁ ସୁପରଷ୍ଟାର କରିଛନ୍ତି। ସେ କଳାକାରଙ୍କ ପାଇଁ ସର୍ବଦା ସ୍ମରଣୀୟ ରହିବେ। ସେ ଭଲ ପିତା ଭାବରେ ମଧ୍ୟ ଜଣାଶୁଣା। ସେ ତାଙ୍କର ତିନିପୁଅଙ୍କ ପ୍ରତିପୋଷଣରେ କୌଣସି ହେଳା କରି ନ ଥିଲେ। ଆଜି ତାଙ୍କ ପିଲାମାନେ ବଲିଉଡର ଜଣାଶୁଣା ନାମ। ଥରେ ସଲମାନ ଏବଂ ତାଙ୍କ ଭାଇମାନେ ଏକାଠି ହୋଇ ପିତା ସଲିମଙ୍କ ମାସିକ ଦରମା ଟଙ୍କାକୁ ନିଆଁ ଲଗାଇଦେଇଥିଲେ। ଯାହା ପରେ ତାଙ୍କ ପିତା ଏପରି କିଛି କରିଥିଲେ ତାହା ପ୍ରତ୍ୟେକ ପିତାଙ୍କ ପାଇଁ ଏକ ଶିକ୍ଷା ଅଟେ।
ସଞ୍ଜୁକ୍ତା ନନ୍ଦୀଙ୍କ ପୁସ୍ତକ ‘ଖାଣ୍ଟାଷ୍ଟିକ: ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍‌ ବଲିଉଡ୍‌ ଟ୍ରାୟୋ’ରେ ସଲମାନ ଏବଂ ତାଙ୍କ ପରିବାର ସହ ଜଡିତ ଅନେକ ଅଜଣା ତଥ୍ୟ ଉଲ୍ଲେଖ କରାଯାଇଛି। ଏପରି ଏକ ତଥ୍ୟ ହେଉଛି ସଲମାନ ଏବଂ ତାଙ୍କ ଭାଇମାନେ ଅର୍ଥର ମହତ୍ତ୍ୱ ନ ବୁଝି ତାଙ୍କ ପିତାଙ୍କ ସମ୍ପୂର୍ଣ୍ଣ ଦରମା ଟଙ୍କାକୁ ପୋଡି ଦେଇଥିଲେ। ସେତେବେଳେ ସଲମାନ ଏବଂ ତାଙ୍କ ପରିବାର ଇନ୍ଦୋରରେ ଥିଲେ। ଦିପାବଳୀ ସଲମାନ ନିଜ ଭଉଣୀଭାଇଙ୍କ ସହ କାଗଜ ଜାଳୁଥିଲେ। କାଗଜ ସରିଯିବା ପରେ ସଲମାନ କିଛି ଜାଳିବା ପାଇଁ ଚାରିପାଖକୁ ଚାହିଁଲେ, କିନ୍ତୁ କିଛି ନ ପାଇବା ପରେ ସେ ଘର ଭିତରକୁ ଯାଇ ଖୋଜାଖୋଜି ଆରମ୍ଭ କଲେ। ସଲମାନ ତାଙ୍କ ପିତାଙ୍କ ରୁମ୍‌କୁ ଯାଇ ସେଠାରୁ ଏକ ଟଙ୍କା ବିଡା ଉଠାଇଥିଲେ। ସେହି ବିଡାରେ ସଲିମଙ୍କ ମାସର ଦରମା ଥିଲା। କିଛି ସମୟ ମଧ୍ୟରେ ଟଙ୍କା ବିଡା ପୋଡି ପାଉଁଶ ହୋଇଯାଇଥିଲା।
ସଲିମ ଏହା ଜାଣିବା ମାତ୍ରେ ପିଲାମାନଙ୍କ ଉପରେ ନ ରାଗି ସେ ଶାନ୍ତ ଭାବରେ ସମସ୍ତଙ୍କୁ ଅର୍ଥର ମହତ୍ତ୍ୱ ବିଷୟରେ ବୁଝାଇଲେ। ଏହା ସଲମାନ ଏବଂ ତାଙ୍କ ଭାଇଭଉଣୀଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ପରେ ପିଲାମାନେ ପିତାଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ସାରା ଜୀବନ ଅର୍ଥର ମହତ୍ତ୍ୱକୁ ଭୁଲିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri