ଏକଦା ପ୍ରେମିକାଙ୍କ ପାଇଁ ସୁନିଲ ସେଟ୍ଟୀଙ୍କୁ ହାତ ଯୋଡ଼ି କ୍ଷମା ମାଗିଥିଲେ ସଲମାନ୍‌; ଜାଣନ୍ତୁ ପୁରା ଘଟଣା

ବମ୍ବେ: ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀଙ୍କୁ ଇଣ୍ଡଷ୍ଟ୍ରୀର ଅନ୍ନା ବୋଲି କୁହାଯାଏ। ହେଲେ ଯଦି ତାଙ୍କର ବିତୃଷ୍ଣା ଭାବ ଆସେ ତେବେ ସେ କାହା ସହ କଥା ହୁଅନ୍ତି ନାହିଁ। ସୁପରଷ୍ଟାର ସଲମାନଙ୍କ ସହ ତାଙ୍କ ସମ୍ପର୍କ ବେଶ୍‌ ଭଲ। ହେଲେ ଏକ ସମୟ ଏପରି ଥିଲା ଯେ ସଲମାନ ସୁନିଲଙ୍କ ଆଗରେ ହାତ ଯୋଡ଼ି କ୍ଷମା ମାଗିଥିଲେ।

ସୁନିଲଙ୍କ ପ୍ରଥମ ଫିଲ୍ମ ’ବଲଓ୍ବାନ’ ରିଲିଜ ହୋଇଥିଲା। ଏହା ପରେ ତାଙ୍କୁ ଅନେକ ଚଳଚ୍ଚିତ୍ରର ଅଫର ମିଳିଥିଲା। ସେଥିରୁ ଗୋଟିଏ କରିବା ପାଇଁ ସୁନିଲ ହଁ କରିଥିଲେ। ଫିଲ୍ମରେ ନାୟିକା ଭାବେ ସୋମି ଅଲ୍ଲୀଙ୍କୁ ଚୟନ କରାଯାଇଥିଲା। ହେଲେ ସେ ଯେତେବେଳେ ଜାଣିଲେ ସୁନିଲ ଉକ୍ତ ଫିଲ୍ମରେ ହିରୋ ଅଛନ୍ତି, ସେ ମନା କରିଦେଇଥିଲେ। ସେ ନୂଆ ନୂଆ କାମ କରୁଥିବା ନାୟକଙ୍କ ସହ କାମ କରିବେ ନାହିଁ ବୋଲି କହିଥିଲେ। ଏହା ଜାଣିବା ପରେ ସୁନିଲଙ୍କୁ ଖରାପ ଲାଗିଥିଲା। ପରେ ସୁନିଲ ‘ବକ୍ତ ହମାରା ହେ’, ‘ଦିଲଓ୍ବାଲେ’ ଭଳି ଫିଲ୍ମରେ କାମ କରି ସଫଳତା ପାଇଥିଲେ।

ଅପରପକ୍ଷେ ସୋମିଙ୍କ ଫିଲ୍ମ ‘ବୁଲନ୍ଦ’ ଅଟକି ରହିଥିଲା। ସେତେବେଳେ ସଲ୍‌ମାନ ସୋମିଙ୍କ ପ୍ରେମିକ ଥିଲେ। ଏହାପରେ ତାଙ୍କୁ ଫିଲ୍ମ ‘ଅନ୍ତ’ର ଅଫର ମିଳିଥିଲା। ସେଥିରେ ସୁନିଲ ନାୟକ ଥିଲେ। ଏହା ଜାଣି ମଧ୍ୟ ସୋମି ଫିଲ୍ମ କରିବାକୁ ରାଜି ହୋଇଥିଲେ। ହେଲେ ସୁନିଲଙ୍କୁ ଏହା ଜଣାପଡ଼ିବା ପରେ ସେ ଫିଲ୍ମ କରିବାକୁ ମନା କରିଦେଇଥିଲେ। ଏହାପରେ ପ୍ରଯୋଜକମାନେ ସୋମିଙ୍କୁ ଏ ବିଷୟରେ ଜଣାଇଥିଲେ। ଯଦି ଫିଲ୍ମରେ ସୁନିଲ ନ ରୁହନ୍ତି ଫିଲ୍ମ ହେବ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଥିଲେ।

ଫଳରେ ଚିନ୍ତାରେ ପଡ଼ିଯାଇଥିଲେ ସୋମି। ସଲମାନଙ୍କୁ ଯେତେବେଳେ ଏହା ଜଣାପଡ଼ିଲା, ସେ ପ୍ରେମିକାଙ୍କ ପାଇଁ କଥା ହେବା ଲାଗି ସୁନିଲଙ୍କ ପାଖରେ ପହଞ୍ଚିଥିଲେ। ତାଙ୍କୁ ସୋମିଙ୍କ ସହ କାମ କରିବାକୁ ରାଜି କରାଇଥିଲେ। ଅନେକ ସମୟ ଧରି କଥା ହେବା ପରେ ସୁନିଲ କାମ କରିବାକୁ ରାଜି ହୋଇଥିଲେ। ଏବେ ସଲମାନଙ୍କ ଆଗରେ ଇଣ୍ଡଷ୍ଟ୍ରୀ ନଉଁଥିବା ବେଳେ ସେ ସୁନିଲଙ୍କୁ ହାତ ଯୋଡ଼ି ଅନୁରୋଧ କରିଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ବଲିଉଡ୍‌କୁ ବାଏ ବାଏ କହି ଦୂରେଇ ଯାଇଥିଲେ ଏସବୁ କଳାକାର: ନିରାଶ ହୋଇଥିଲେ ପ୍ରଶଂସକ

ମାୟାନଗରି ମୁମ୍ବାଇ। ଅନେକ ନବାଗତଙ୍କ ସ୍ବପ୍ନକୁ ପୂରଣ କରିଛି ଏହି ସହର। ହେଲେ ଅଭିନେତା ହିସାବରେ ସଫଳ ହେବା ପରେ ମଧ୍ୟ ମୁମ୍ବାଇ ଛାଡ଼ି ଚାଲିଯିବାକୁ...

ବିଗ୍‌ବସ୍‌-୧୫ର ଗ୍ରାଣ୍ଡ୍‌ ପ୍ରିମିୟର ତାରିଖ ଘୋଷଣା କଲେ ସଲମାନ

ମୁମ୍ବାଇ: ରିୟାଲିଟି ଶୋ’ ବିଗ୍‌ବସ୍‌ -୧୪ ଶନିବାର ଶେଷ ହୋଇଥିବା ବେଳେ ବିଗ୍‌ବସ୍‌ -୧୫ର ଗ୍ରାଣ୍ଡ୍‌ ପ୍ରିମିୟର ପାଇଁ ପ୍ରସ୍ତୁତ ହେବାକୁ ଘୋଷଣା କରିଛନ୍ତି ସଲମାନ।...

କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କାମ ଦେବନି କନିକାଙ୍କ ପ୍ଲାଜମା !

ଲକ୍ଷ୍ନୌ,୨୮।୪: ବଲିଉଡ୍‌ ଗାୟିକା କନିକା କପୁର ନିକଟରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ବେଳେ ଏବେ ସେ ପ୍ଲାଜମା ଦାନ କରିବାକୁ ମନ ବଳାଇଥିଲେ। ଯେଉଁଥିରେ...

ବର୍ଷକ ତଳୁ ନିର୍ବନ୍ଧ ସରିଥିଲା, ଆଜି ପଡ଼ିବ ହାତଗଣ୍ଠି

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି ଗୋଟିଏ ପରେ ଗୋଟିଏ ଟେଲି କଳାକାର। ଗୋଟିଏ ପଟେ ବିଗ୍‌ବସ୍‌ ଫ୍ରେମ୍‌ ରାହୁଲ ବୈଦ୍ୟ ପ୍ରେମିକା ଦିଶା ପରମାରଙ୍କୁ...

ଓସ୍କାର ଆଓ୍ବାର୍ଡ: ଇତିହାସ ରଚିଲା ‘ପାରାସାଇଟ୍‌’

କାଲିଫର୍ନିଆ,୧୦।୨: ମନୋରଞ୍ଜନ ଜଗତର ସର୍ବଶ୍ରେଷ୍ଠ ସମ୍ମାନ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୦ ମସିହାର ୯୨ ତମ ଓସ୍କାର ଆଓ୍ବାର୍ଡ ଆମେରିକାର ଲସ୍‌ ଆଞ୍ଜେଲସ ସହରର...

ରାଗିଲେ ରିଷି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁର ଏବେ ନ୍ୟୁୟର୍କରେ ଟ୍ରିଟମେଣ୍ଟରେ ଥିବା ବେଳେ ନିକଟରେ ତାଙ୍କ ଅଭିନୀତ ଏକ ଫିଲ୍ମ ‘ଝୁଠା କହିଁକା’ ଆସନ୍ତା ସପ୍ତାହରେ...

ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଏଜାଜ ଖାଁ କରୋନା ପଜିଟିଭ୍‌

ମୁମ୍ବାଇ,୫।୪: ସାରା ଦେଶରେ ପୁଣି ଥରେ କରୋନା କାୟା ବିସ୍ତାର କରିଚାଲିଛି। କରୋନାର ଦ୍ୱିତୀୟ ଲହର ଭୟାବହ ରୂପ ଧାରଣ କରିବାରେ ଲାଗିଛି। ଏହି ନୂଆ...

ସୋନୁ ସୁଦ୍‌ଙ୍କୁ ରାଖୀ ବାନ୍ଧିଲେ ଜଣେ ମହିଳା: ଜବାବରେ ଅଭିନେତା କହିଲେ…

କରୋନାର ଦ୍ୱିତୀୟ ଲହର ସାରା ଦେଶରେ ବ୍ୟାପିଛି। ଏହି ଭୂତାଣୁ ସଂକ୍ରମଣ ଯୋଗୁ ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ସାରା ଦେଶରେ ଲୋକମାନେ...

Advertisement
Archives

Model This Week