ଏକଦା ପ୍ରେମିକାଙ୍କ ପାଇଁ ସୁନିଲ ସେଟ୍ଟୀଙ୍କୁ ହାତ ଯୋଡ଼ି କ୍ଷମା ମାଗିଥିଲେ ସଲମାନ୍‌; ଜାଣନ୍ତୁ ପୁରା ଘଟଣା

ବମ୍ବେ: ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀଙ୍କୁ ଇଣ୍ଡଷ୍ଟ୍ରୀର ଅନ୍ନା ବୋଲି କୁହାଯାଏ। ହେଲେ ଯଦି ତାଙ୍କର ବିତୃଷ୍ଣା ଭାବ ଆସେ ତେବେ ସେ କାହା ସହ କଥା ହୁଅନ୍ତି ନାହିଁ। ସୁପରଷ୍ଟାର ସଲମାନଙ୍କ ସହ ତାଙ୍କ ସମ୍ପର୍କ ବେଶ୍‌ ଭଲ। ହେଲେ ଏକ ସମୟ ଏପରି ଥିଲା ଯେ ସଲମାନ ସୁନିଲଙ୍କ ଆଗରେ ହାତ ଯୋଡ଼ି କ୍ଷମା ମାଗିଥିଲେ।

ସୁନିଲଙ୍କ ପ୍ରଥମ ଫିଲ୍ମ ’ବଲଓ୍ବାନ’ ରିଲିଜ ହୋଇଥିଲା। ଏହା ପରେ ତାଙ୍କୁ ଅନେକ ଚଳଚ୍ଚିତ୍ରର ଅଫର ମିଳିଥିଲା। ସେଥିରୁ ଗୋଟିଏ କରିବା ପାଇଁ ସୁନିଲ ହଁ କରିଥିଲେ। ଫିଲ୍ମରେ ନାୟିକା ଭାବେ ସୋମି ଅଲ୍ଲୀଙ୍କୁ ଚୟନ କରାଯାଇଥିଲା। ହେଲେ ସେ ଯେତେବେଳେ ଜାଣିଲେ ସୁନିଲ ଉକ୍ତ ଫିଲ୍ମରେ ହିରୋ ଅଛନ୍ତି, ସେ ମନା କରିଦେଇଥିଲେ। ସେ ନୂଆ ନୂଆ କାମ କରୁଥିବା ନାୟକଙ୍କ ସହ କାମ କରିବେ ନାହିଁ ବୋଲି କହିଥିଲେ। ଏହା ଜାଣିବା ପରେ ସୁନିଲଙ୍କୁ ଖରାପ ଲାଗିଥିଲା। ପରେ ସୁନିଲ ‘ବକ୍ତ ହମାରା ହେ’, ‘ଦିଲଓ୍ବାଲେ’ ଭଳି ଫିଲ୍ମରେ କାମ କରି ସଫଳତା ପାଇଥିଲେ।

ଅପରପକ୍ଷେ ସୋମିଙ୍କ ଫିଲ୍ମ ‘ବୁଲନ୍ଦ’ ଅଟକି ରହିଥିଲା। ସେତେବେଳେ ସଲ୍‌ମାନ ସୋମିଙ୍କ ପ୍ରେମିକ ଥିଲେ। ଏହାପରେ ତାଙ୍କୁ ଫିଲ୍ମ ‘ଅନ୍ତ’ର ଅଫର ମିଳିଥିଲା। ସେଥିରେ ସୁନିଲ ନାୟକ ଥିଲେ। ଏହା ଜାଣି ମଧ୍ୟ ସୋମି ଫିଲ୍ମ କରିବାକୁ ରାଜି ହୋଇଥିଲେ। ହେଲେ ସୁନିଲଙ୍କୁ ଏହା ଜଣାପଡ଼ିବା ପରେ ସେ ଫିଲ୍ମ କରିବାକୁ ମନା କରିଦେଇଥିଲେ। ଏହାପରେ ପ୍ରଯୋଜକମାନେ ସୋମିଙ୍କୁ ଏ ବିଷୟରେ ଜଣାଇଥିଲେ। ଯଦି ଫିଲ୍ମରେ ସୁନିଲ ନ ରୁହନ୍ତି ଫିଲ୍ମ ହେବ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଥିଲେ।

ଫଳରେ ଚିନ୍ତାରେ ପଡ଼ିଯାଇଥିଲେ ସୋମି। ସଲମାନଙ୍କୁ ଯେତେବେଳେ ଏହା ଜଣାପଡ଼ିଲା, ସେ ପ୍ରେମିକାଙ୍କ ପାଇଁ କଥା ହେବା ଲାଗି ସୁନିଲଙ୍କ ପାଖରେ ପହଞ୍ଚିଥିଲେ। ତାଙ୍କୁ ସୋମିଙ୍କ ସହ କାମ କରିବାକୁ ରାଜି କରାଇଥିଲେ। ଅନେକ ସମୟ ଧରି କଥା ହେବା ପରେ ସୁନିଲ କାମ କରିବାକୁ ରାଜି ହୋଇଥିଲେ। ଏବେ ସଲମାନଙ୍କ ଆଗରେ ଇଣ୍ଡଷ୍ଟ୍ରୀ ନଉଁଥିବା ବେଳେ ସେ ସୁନିଲଙ୍କୁ ହାତ ଯୋଡ଼ି ଅନୁରୋଧ କରିଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri