ସଲିମ ସେଖରଙ୍କୁ ବିଜେଡିର ଗୁରୁଦାୟିତ୍ବ, କୃତଜ୍ଞତା ଜଣାଇ….

ରିଷିଡା,୧୬।୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ରିଷିଡା ପଂଚାୟତର ଯୁବନେତା ସଲିମ ସେଖର ରଣା(ଲିପୁନ) ଜିଲା ଉପ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି । ସେ ପୂର୍ବରୁ କଲାମୁଣ୍ତା ବ୍ଲକ ଛାତ୍ର ବିଜେଡିର ସଭାପତି ଥିଲେ । ଉଭୟେ ଏଥିପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ, ରାଜ୍ୟ ଛାତ୍ର ସଭାପତି ଇପ୍ସିତା ସାହୁ, ଜିଲା ଯୁବ ସଭାପତି ଅବିନାଶ ଠାକୁର, ଜିଲା ଛାତ୍ର ସଭାପତି ଅଜିତ ସାହୁ, ବିଧାୟକ ମନୋରମା ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ବ୍ଲକ ଯୁବ କର୍ମୀମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

Dharitri – Odisha’s No.1 Odia Daily

Share