ସାଲିଆସାହି ଦେଶୀମଦ ଭାଟି ଭାଙ୍ଗିଲା

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ଦେଶୀମଦ ପ୍ରସ୍ତୁତିର ପେଣ୍ଠସ୍ଥଳୀ ପାଲଟିଛି। ବିଭିନ୍ନ ସମୟରେ ଅବକାରୀ ଟିମ୍‌ ଓ କମିଶନରେଟ ପୋଲିସ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇ ବହୁ ପରିମାଣର ଦେଶୀମଦ ଜବତ କରାଯାଉଛି। ଭାଟି ଭଙ୍ଗାଯିବା ସହ ବିପୁଳ ପରିମାଣର ପୋଚ ନଷ୍ଟ କରାଯାଉଛି। ଏହି ବେଆଇନ୍‌ ମଦ କାରବାର ମାମଲାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ପୋଲିସକୁ ଚ୍ୟାଲେଞ୍ଜ ଦେଇ ପୁଣି ମଦ ପ୍ରସ୍ତୁତ ହେଉଛି। ଏପରି ସ୍ଥିତିରେ ପାର୍ବଣ ପାଇଁ ବିପୁଳ ପରିମାଣର ଦେଶୀମଦ ପ୍ରସ୍ତୁତ ହେଉଥିବା ଜଣାପଡ଼ିବା ପରେ ମଙ୍ଗଳବାର କମିଶନରେଟ ପୋଲିସ ସାଲିଆସାହି ଇଡ୍‌କୋ ବସ୍ତିରେ ଚଢ଼ାଉ କରିଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ୨ଜଣ ଏସିପି, ୪ଜଣ ଇନ୍ସପେକ୍ଟର, ୧୨ଜଣ ଏସ୍‌ଆଇ/ଏଏସ୍‌ଆଇ ଏବଂ ୪ ପ୍ଲାଟୁନ୍‌ ଫୋର୍ସ ପୂର୍ବାହ୍ନ ପ୍ରାୟ ୧୦ଟାରେ ଇଡ୍‌କୋ ବସ୍ତିରେ ଚଢ଼ାଉ କରିଥିଲେ। ମଦ ପ୍ରସ୍ତୁତିରେ ସମ୍ପୃକ୍ତ ଥିବା ପୁରୁଷମାନେ ଚଢ଼ାଉ ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ ଫେରାର ହୋଇଯାଇଥିଲେ। ପୋଲିସ ଯାଞ୍ଚ କରି ମଦଭାଟି ଖୋଜିଥିଲା। ପୋଲିସ ଟିମ୍‌ ଗୋଟିଏ ପରେ ଗୋଟିଏ ମୋଟ ୧୦ଟି ଘରେ ଚଢ଼ାଉ କରିଥିଲା। ସେଠାରେ ମଦଭାଟି ଭାଙ୍ଗିବା ସହ ଏକାଧିକ ହାଣ୍ଡିରେ ଥିବା ରନ୍ଧାମଦକୁ ଆଣି ବାହାରେ ଢ଼ାଳି ଦେଇଥିଲା। ପୋଲିସ ୪୨୦ ଲିଟର ଦେଶୀ ମଦ ଜବତ କରିବା ସହ ୧୪ ହଜାର ଲିଟର ପୋଚ ନଷ୍ଟ କରିଛି। ଏଥିସହ ବହୁ ମଦ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି। ଏହାପରେ ପୋଲିସ ୬ଜଣ ମହିଳାଙ୍କୁ ସେଠାରୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏନେଇ ନୟାପଲ୍ଲୀ ଥାନାରେ ଓଡ଼ିଶା ଅବକାରୀ ଆକ୍ଟର ଦଫା ୫୨ (ଏ) (ଆଇ)ରେ ଏକ ମାମଲା (ନଂ. ୬୧୬/୨୦୨୨) ରୁଜୁ କରି ତଦନ୍ତ ଜାରି ରଖିଛି। ଆଗାମୀ ଦିନରେ ଏପରି ଚଢ଼ାଉ ଜାରି ରହିବ ବୋଲି ଡିସିପି ସିଂ କହିଛନ୍ତି। ସାଲିଆ ସାହିରେ ମଦ ଗ୍ଲାସ୍‌କୁ ୧୦ ଟଙ୍କା ବିକ୍ରି କରାଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri