ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

ବଲାଙ୍ଗୀର, ୧୦ା୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସଦର ଥାନା ପୋଲିସ ସିଦ୍ଧାନ୍ତ ବଗର୍ତ୍ତୀ ହତ୍ୟାକାଣ୍ଡର ରବିବାର ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ୫ ଜଣଙ୍କୁ ପୋଲିସ ଗିରଫ କରି ସିନ୍‌ ରିକ୍ରିଏସନ୍‌ କରାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ସାଲେପାଲି ଗ୍ରାମର ମନୀଷ ସୁନା (୨୨), କୁନା ଜାଲ (୨୮), ସୁଦୀନ ଜାନୀ (୩୫), ଉଦିଲ ଖାନ୍‌ (୨୦) ଏବଂ ରାଜେଶ ଜେନା (୨୨)। ପୋଲିସ ଏସ୍‌ଡିପିଓ ତୋଫାନ୍‌ ବାଗ କହିଛନ୍ତି ଯେ, ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା। ପୁଇଁତଳା ଥାନା କେଶରକେଲା ଗ୍ରାମର ସିଦ୍ଧାନ୍ତ ବଗର୍ତ୍ତୀ(୨୫) ବଲାଙ୍ଗୀର ସୁଦପଡାଠାରେ ଥିବା ଏକ ଲୁଗା ଦୋକାନରେ ସେଲ୍ସମ୍ୟାନ୍‌ ଭାବେ କାମ କରୁଥିଲେ। ଗତ ୩ ତାରିଖ ଅପରାହ୍ନରେ ଉକ୍ତ ଦୋକାନକୁ ଦୁଇଜଣ ଯୁବକ ଏକ ସ୍କୁଟିରେ ଆସି ସିଦ୍ଧାନ୍ତଙ୍କୁ ଡାକିଥିଲେ। ମେଡିକାଲରେ କାମ ଅଛି କହିଥିଲେ। ଏହାର କିଛି ଘଣ୍ଟା ପରେ ସନ୍ଧ୍ୟାରେ ଖୁଜେନପାଲି ମଦଭାଟି ନିକଟରେ ସିଦ୍ଧାନ୍ତଙ୍କ ରକ୍ତାକ୍ତ ଶରୀର ପଡିଥିବା ଖବର ମିଳିଥିଲା।

ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡାକି ସିଦ୍ଧାନ୍ତଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ପଠାଇଥିଲେ। ତେବେ ହସ୍ପିଟାଲରେ ପହଞ୍ଚତ୍ଲା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କିଏ ଏବଂ କେଉଁ କାରଣରୁ ସିଦ୍ଧାନ୍ତଙ୍କୁ ହତ୍ୟା କରିଥିଲେ ତାହା ଅସ୍ପଷ୍ଟ ରହିଥିଲା।

ସିଦ୍ଧାନ୍ତଙ୍କ ବାପା ପୁଅକୁ ପିଟି ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ। ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସୁଦପଡା କପଡା ଦୋକାନରୁ ଯେଉଁ ଦୁଇଜଣ ଯୁବକ ସିଦ୍ଧାନ୍ତଙ୍କୁ ଡାକି ନେଇଥିଲେ ସେମାନଙ୍କ ସିସିଟିଭି ଯାଞ୍ଚ କରାଯାଇଥିଲା। ସାଇବର ବିଭାଗର ସୂଚନା ଆଧାରରେ ପୋଲିସ ଟିମ୍‌ ଏହି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଏସ୍‌ଡିପିଓ ବାଗ କହିଛନ୍ତି। ସିନ୍‌ ରିକ୍ରିଏସନ୍‌ କଲାବେଳେ କିଭଳି ଭାବେ ଦୁଇ ଅଭିଯୁକ୍ତ ମନୀଷ ଏବଂ କୁନା ଏକ ସ୍କୁଟିରେ ବସାଇ ସିଦ୍ଧାନ୍ତଙ୍କୁ ଖୁଜେନପାଲି ମଦଭାଟି ନିକଟକୁ ଆଣିଥିଲେ କହିଥିଲେ। ସେଠାରେ ପୂର୍ବରୁ ଅଭିଯୁକ୍ତ ସୁଦୀନ, ଉଦିଲ ଏବଂ ରାକେଶ ଜଗିଥିଲେ। ସମସ୍ତ ୫ଜଣ ଯାକ ମିଶି ଠେଙ୍ଗାରେ ସିଦ୍ଧାନ୍ତଙ୍କୁ ନିସ୍ତୁକ ମାଡ ମାରିଥିଲେ। ମାଡ କାରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ସିନ୍‌ ରିକ୍ରିଏସନ୍‌ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri