ଖରିଫ ଧାନ ବିହନ ବିକ୍ରି ମନ୍ଥର

ଭୋଗରାଇ, ୨।୬(ଡ଼ି. ଏନ. ଏ.): ରାଜ୍ୟ ସରକାର ଚଳିତ ଖରିଫଋତୁରେ ଧାନ ବିହନର କୁଇଣ୍ଟାଲ ପିଛା ୧ଶହ ଟଙ୍କା ମୂଲ୍ୟ ବୃଦ୍ଧି କରିଥିବା ବେଳେ କୃଷିନୀତିରେ ବ୍ୟାପକ ପରିବର୍ତ୍ତନ କରିଥିବାରୁ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି। କୃଷିବିଭାଗ ଚାଷୀଙ୍କୁ ପୁରା ଦାମରେ ବିହନ ନିଗମରୁ ଡିଲରଙ୍କ ମାଧ୍ୟମରେ ବିହନ କିଣିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସବ୍‌ସିଡି ଅର୍ଥ ଦିଆଯିବାର ସୂଚନା ଦେଇଛନ୍ତି। ଯେଉଁ କୃଷକମାନେ ପଞ୍ଜୀକୃତ ହୋଇଥିବେ ସେମାନଙ୍କୁ ଧାନ ଓ ଅଣଧାନ ବିହନ ମୋବାଇଲର ଓଟିପି ନମ୍ବର ମାଧ୍ୟମରେ ବିହନ କ୍ରୟ କରିବା ପାଇଁ କୁହାଯାଇଛି। ବହୁ ଗରିବ ଓ ଭାଗଚାଷୀଙ୍କ ମୋବାଇଲ ନ ଥିବା କିମ୍ବା ଓଟିପି ସମ୍ବନ୍ଧୀୟ ଜ୍ଞାନ ନ ଥିବାରୁ ଚାଷୀମାନେ ହଇରାଣ ହରକତ ହେଉଥିବା ଖବର ମିଳୁଛି। ଏଭଳି ସ୍ଥିତିରେ କୃଷିବିଭାଗ ଚାଷୀଙ୍କୁ ଧାନ କ୍ରୟର ସବ୍‌ସିଡି ଅର୍ଥ କେବେ ବ୍ୟାଙ୍କ ଖାତାକୁ ଯିବ ତାହା ସ୍ପଷ୍ଟ ନୀତି ଘୋଷଣା କରି ନ ଥିବାରୁ ବିହନ କିଣିବାକୁ ଚାଷୀ ଆଗ୍ରହ ପ୍ରକାଶ କରୁନାହାନ୍ତି।
ଅପରପକ୍ଷରେ ବାଲେଶ୍ୱର ଜିଲାରେ ୧ଲକ୍ଷ ୯୮ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କୃଷିବିଭାଗ ଆକଳନ କରିଥିଲା। ଅଦ୍ୟାବଧି ଭୋଗରାଇ ବ୍ଲକକୁ ୩୫, ବାଲିଆପାଳ ବ୍ଲକକୁ ୨୮, ଜଳେଶ୍ୱର ବ୍ଲକକୁ ୧ଶହ, ବସ୍ତା ବ୍ଲକକୁ ୧ଶହ ୨୦ ସମଗ୍ର ଜିଲାରେ ମୋଟ ୧୧ ଶହ ୭o କୁଇଣ୍ଟାଲ ମାତ୍ର ଧାନବିହନ ବିହନ ନିଗମ ଡିଲରମାନଙ୍କୁ ବିକ୍ରି ହୋଇଥିବା ବେଳେ ଚାଷୀମାନେ ଡିଲରଙ୍କଠାରୁ ବୁଧବାର ସୁଦ୍ଧା ୧୬୨.୮ କୁଇଣ୍ଟାଲ ବିହନ କିଣିଥିବା ନିଗମର ଜୋନାଲ ମ୍ୟାନେଜର ସୁଦାମ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି। ଜିଲାର ଗଭୀର ଓ ଲୁଣି ମିଶ୍ରିତ ଜମି ପାଇଁ ବର୍ଷା, ସରଳା ଓ ଲୁଣିଶ୍ରୀ କିସମର ଧାନ ବିହନ ମିଳୁ ନ ଥିବାରୁ ଅଧିକାଂଶ ଜମି ପଡିଆ ପଡିବା ଆଶଙ୍କା ଦେଖାଦେଇଛି ବୋଲି ଚାଷୀମାନେ କ୍ଷୋଭର ସହିତ କହିଛନ୍ତି। ବିହନ ନିଗମ ଯୋଗାଇ ଦେଇଥିବା ୧୦୦୯ ସାଗୁଆନ, କଳାଚମ୍ପା, ପୂଜା ଆଦି କିସମର ଧାନ ବିହନ ନିମ୍ନମାନର ଓ ଗଜା ହେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କୃଷି ବିଭାଗର ଜଟିଳ ନୀତି ଯୋଗୁ ବିହନ ନିଗମରେ ଆଶାତୀତ ଭାବେ ବିହନ ବିକ୍ରି ହେଉ ନ ଥିବାରୁ ଗୋଦାମ ଘରେ ଗଚ୍ଛିତ ଥିବା ହଜାର ହଜାର କୁଇଣ୍ଟାଲ ଧାନ ବିକ୍ରି ନ ହୋଇ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। ଅବିଳମ୍ବେ ଓଡିଶା ସରକାର କୃଷିବିଭାଗ ନୂତନ କୃଷିନୀତି ପ୍ରତ୍ୟାହାର କରିବା ସହିତ ଚାଷୀଙ୍କୁ ପ୍ରତ୍ୟକ୍ଷ ଭାବେ ସବସିଡି ମାଧ୍ୟମରେ ବିହନ, ସାର, କୀଟନାଶକ ଔଷଧ, କୃଷି ଯନ୍ତ୍ରପାତି ଯୋଗାଇ ଦେବାକୁ ବିଭିନ୍ନ କୃଷକ ସଙ୍ଗଠନ ଦାବି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri