ଆରମ୍ଭ ହେଲାଣି ଖରିଫ ଧାନର ଅଭାବୀ ବିକ୍ରି

କେନ୍ଦ୍ରାପଡ଼ା ଅଫିସ,୧୨ା୧୨: କେନ୍ଦ୍ରାପଡ଼ା ଜିଲାର ଖରିଫ ଧାନଚାଷୀ ମଣ୍ଡି ଅପେକ୍ଷାରେ ଅଛନ୍ତି। ଗତ ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ଅଧିକାଂଶ ଚାଷୀ ଧାନ ଅମଳ କରିଥିଲେ ମଧ୍ୟ ମଣ୍ଡି ଖୋଲି ନ ଥିବାରୁ ବିକ୍ରି କରିପାରିନାହାନ୍ତି। ଏହି ଅଭାବୀ ବିକ୍ରିର ସୁଯୋଗ ବ୍ୟବସାୟୀ ଗୋଷ୍ଠୀ ନେଉଛନ୍ତି। ସରକାରୀ ମଣ୍ଡିରୁ କୁଇଣ୍ଟାଲ ପିଛା ୧୮୬୮ ଟଙ୍କା ମିଳିବାକୁ ଥିବାବେଳେ ମାତ୍ର ୧୨୦୦ରୁ ୧୩୦୦ ଟଙ୍କାରେ ଏକ କୁଇଣ୍ଟାଲ ଧାନ ବୁଲା ବେପାରୀଙ୍କୁ ଦେବାକୁ ପଡୁଛି। ତେବେ ଚଳିତ ମାସ ୨୮ ତାରିଖରେ ମଣ୍ଡି ଖୋଲାଯିବ ବୋଲି ଯୋଗାଣ ବିଭାଗ ସୂଚନାରୁ ଜଣାପଡିଛି।
ଜମ୍ବୁର ଚାଷୀ ଜିତେନ୍ଦ୍ର ସାମଲ କହିଛନ୍ତି, ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଧାନ ବିକ୍ରି ପାଇଁ ଅପେକ୍ଷା ସମ୍ଭବ ନୁହେଁ। ହାତ ଉଧାରି ଋଣ ଶୁଝିବା ପାଇଁ ସ୍ଥାନୀୟ ମହାଜନଙ୍କ ଚାପ ବହୁତ ପଡୁଛି। ଏହା ବ୍ୟତୀତ ମହାକାଳପଡ଼ା ପାକ୍ସ ଏଠାରୁ ୧୫ କି.ମି. ଦୂର। ମାତ୍ର ୩ କୁଇଣ୍ଟାଲ ଧାନ ଏଥର ବିକ୍ରି ପାଇଁ ବଳକା ଥିଲା। ସରକାରୀ ଧାର୍ଯ୍ୟ ଦରରେ ମଣ୍ଡିରେ ବିକ୍ରି କରିଥିଲେ ଅଧିକ ଲାଭ ହୋଇଥାନ୍ତା। ତେବେ ମଣ୍ଡି ଖୋଲିବା ବିଳମ୍ବ ଯୋଗୁ ଏହି ଧାନକୁ ୪୫୦୦ ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରିଛି। ସେହିପରି ରାଜନଗର ବ୍ଲକ ବାରହାପୁର ଗଁାର ଅଶୋକ ରାଉତ କୁହନ୍ତି, ଚଳିତବର୍ଷ ଖରିଫ ଧାନ ଫସଲ ଭଲ ହୋଇଛି। ପ୍ରାୟ ୧୮ ଏକର ଜମିରେ ଚାଷ ହୋଇଥିଲା। ଏହି ଫସଲ ରଖିବାକୁ ସ୍ଥାନ ଅଭାବରୁ ପର୍ଯ୍ୟାୟକ୍ର୍ରମେ ଅମଳ କରି ବ୍ୟବସାୟୀଙ୍କୁ ବିକ୍ରି କରୁଛି। ଗ୍ରାମରେ ସରକାରୀ ଖଳା ନ ଥିବାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି। ଏହାବ୍ୟତୀତ ଖୋଲା ଆକାଶ ତଳେ ଫସଲ ସୁରକ୍ଷିତ ନୁହେଁ ବୋଲି ସେ ମତ ଦେଇଛନ୍ତି। ବତୀଘର ଗ୍ରାମର ହରିପଦ ମଣ୍ଡଳ କହିଛନ୍ତି, ମଣ୍ଡିରେ ଧାନ ଦେବା ଏତେ ସହଜକଥା ନୁହେଁ। ଗମନାଗମନ ପାଇଁ ନଦୀ ଓ ନାଳ ବାଧକ ସାଜିଛି। ନଦୀ ଆରପାଖରେ ଥିବା ମଣ୍ଡିକୁ ଚାଷୀ ଧାନ ନେବା ଅପେକ୍ଷା ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି। ଏପରି ଅସୁବିଧା ଥିବା ସ୍ଥାନରେ ସରକାରୀ ମଣ୍ଡି ଖୋଲିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ସିଏସ୍‌ଓ ପ୍ରଶାନ୍ତ ଗନ୍ତାୟତଙ୍କୁ ପଚାରିବାରେ ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ଜିଲାରୁ ୮୪ ହଜାର ଟନ ଖରିଫ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଜିଲାରେ ୧୧୮ ପାକ୍ସ ଖୋଲାଯାଇଛି। ଧାନ କ୍ରୟ ଆସନ୍ତା ଏପ୍ରିଲ ପର୍ଯ୍ୟନ୍ତ ରହିବ। ଏହି ସମୟରେ ପ୍ରାୟ ଦେଢ଼ ଲକ୍ଷ ଟନ ଧାନ କ୍ରୟ ହେବ। ଧାନ କ୍ରୟ ପାଇଁ ମୋଟ ୨୭ ଜଣ ମିଲରଙ୍କୁ ନିଯୁକ୍ତି ଦିଆଯାଇଛି। ଅଦ୍ୟାବଧି ୪୫ ହଜାରରୁ ଅଧିକ ଚାଷୀ ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଧାନ ଅମଳ ଏବେ ଆରମ୍ଭ ହୋଇଥିବା ସିଏସ୍‌ଓ ଗନ୍ତାୟତ ପ୍ରକାଶ କରିଥିବା ବେଳେ ଅଭାବୀ ବିକ୍ରିକୁ ସେ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri