ଜାଲ ଚିଠିରେ ଦରମା ବୃଦ୍ଧି

କେନ୍ଦୁଝର,୫ା୭: କେନ୍ଦୁଝର ଜିଲା ଶିକ୍ଷା ବିଭାଗରେ ଜାଲ ଚିଠିରେ ଶିକ୍ଷକଙ୍କ ବେତନ ବୃଦ୍ଧି କରାଯିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା ବେଳେ ଏହାର ତଦନ୍ତ କରି ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ଜିଲାପାଳ ଓ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଦୀର୍ଘ ୭ ମାସ ହେଲା ଉକ୍ତ ଜାଲ ଚିଠିର ଯାଞ୍ଚ କରାଯାଇ ନ ଥିବା ବେଳେ ଏବେ ତରବରିଆ ଭାବେ ଦୋଷ ଲୁଚାଇବାକୁ ବିଭାଗୀୟ ତଦନ୍ତ ପାଇଁ ପ୍ରସ୍ତୁତି ଚାଲିଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ସାହାରପଡ଼ା ବ୍ଲକ ଅନ୍ତର୍ଗତ ଗଣ୍ଡବେଡ଼ା ପଞ୍ଚାନନ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ୨୦୧୫ ଅକ୍ଟୋବର ୧ତାରିଖଠାରୁ ୪୦ପ୍ରତିଶତ ଦରମା ପାଉଥିଲେ। ସରକାରଙ୍କ ନିୟମ ଅନୁସାରେ ଯେଉଁ ବ୍ଲକଗ୍ରାଣ୍ଟ ବିଦ୍ୟାଳୟ କ୍ରମାଗତ ଭାବେ ୫୦ ପ୍ରତିଶତରୁ ଅଧିକ ଫଳାଫଳ ପ୍ରଦର୍ଶନ କରିବ ସେହି ସ୍କୁଲ ଶିକ୍ଷକଙ୍କ ବେତନ ବୃଦ୍ଧି କରାଯିବା ବ୍ୟବସ୍ଥା ରହିଛି। ମାତ୍ର ଉକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଦର୍ଶନ ଗତ ୩ବର୍ଷରେ ମାଟ୍ରିକ ଫଳାଫଳ ୫୦ ପ୍ରତିଶତରୁ ଅଧିକ ହୋଇ ନ ଥିଲେ ମଧ୍ୟ ତତ୍କାଳୀନ ଜିଲା ଶିକ୍ଷା ଅଧିକାରୀଙ୍କ ସ୍ବାକ୍ଷରରେ ପତ୍ର ସଂଖ୍ୟା ୧୨୦୮୧/ ୧୩/୧୧/୨୦୨୦ରେ ଏକ ଜାଲ ଚିଠି ପ୍ରସ୍ତୁତ କରାଯାଇ ଏହି ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ଶତକଡା ୬୦ପ୍ରତିଶତ ଦରମା ଦେବା ଲାଗି ଆଦେଶ କରାଯାଇଥିଲା। ଏହି ଆଦେଶ ଫଳରେ ବିଦ୍ୟାଳୟର କର୍ମଚାରୀ ଗୋଟିଏ ମାସର ବର୍ଦ୍ଧିତ ଦରମା ପାଇଥିଲେ। ପରେ ଏହା ଜାଲ ଚିଠି ବୋଲି ଜାଣିବା ପରେ ବର୍ତ୍ତମାନର ଡିଇଓ ସଂଗ୍ରାମ ସାହୁ ତାଙ୍କ ପତ୍ର ସଂଖ୍ୟା ୧୬୭୭୭/ ୨୮/୧୨/୨୦୨୦ରେ ଏକ ପତ୍ର ଲେଖି ନଭେମ୍ବର ୧୩ ତାରିଖ ପ୍ରଦାନ କରାଯାଇଥିବା ଚିଠିଟି ଜାଲ୍‌ ନଭେମ୍ବର ମାସରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ବର୍ଦ୍ଧିତ ବେତନ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଜମା ଦେବାକୁ ଲେଖିଥିଲେ। ଏହାପରେ ଉକ୍ତ ବିଦ୍ୟାଳୟର କର୍ମଚାରୀ ବର୍ଦ୍ଧିତ ଦରମା ଫେରାଇ ନ ଥିବା ବେଳେ ଏହି କାମ ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କନିଷ୍ଠ କିରାଣୀ ୫୦ହଜାର ଟଙ୍କା ଲାଞ୍ଚ ନେଇଥିବା କଥା ସେମାନେ ଅଭିଯୋଗ କରିଥିଲେ। ମାତ୍ର ଉକ୍ତ ଜାଲ୍‌ ଦସ୍ତଖତ ଥିବା ଚିଠିର ତଦନ୍ତ କରି ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତଦନ୍ତ କରିବା କିମ୍ବା ଥାନାରେ ଏତଲା ନ ଦେବା ଖୋଦ ବିଭାଗରେ ଆଲୋଚ୍ୟ ବିଷୟ ହୋଇଛି। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଇଓ ସଂଗ୍ରାମ ସାହୁ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri