ଅନୁଦାନପ୍ରାପ୍ତ କଲେଜ ଶିକ୍ଷକଙ୍କ ଦରମା ବଢ଼ିଲା: କ୍ୟାବିନେଟ୍‌ରେ ୧୨ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ କଲେଜ, ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସଂଶୋଧିତ ସପ୍ତମ ବେତନ କମିଶନ ହାରରେ ଅନୁଦାନ ବ୍ୟବସ୍ଥା ଲାଗୁ କରିଛନ୍ତି। ଶିକ୍ଷକ ଓ କର୍ମଚାରୀମାନେ ସଂଶୋଧିତ ହାରରେ ଦରମା ପାଇବେ। ୨୦୨୨ ଜାନୁୟାରୀ ପହିଲାରୁ ଏହାକୁ ପିଛିଲା ଭାବେ ଲାଗୁ କରାଯାଇଛି। ଏଥିରେ ରାଜ୍ୟର ୧୫,୭୭୧ ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ସରକାର ବାର୍ଷିକ ୨୯୦ କୋଟି ଟଙ୍କା ବ୍ୟୟ କରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଶନିବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ କରାଯାଇଛି।
ଅନୁଦାନପ୍ରାପ୍ତ ବେସରକାରୀ କଲେଜ, କନିଷ୍ଠ ମହାବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀମାନେ ଓଡ଼ିଶା ସହାୟକ ଅନୁଦାନ ଆଦେଶ -୨୦୧୭ ଜରିଆରେ ଓଡ଼ିଶା ସଂଶୋଧିତ ବେତନ ହାର ନିୟମ-୨୦୦୮ ଅନୁଯାୟୀ ଅନୁଦାନ ପାଇଆସୁଥିଲେ। ସେମାନଙ୍କ ପାଇଁ ୨୦୧୮ ଜାନୁୟାରୀ ପହିଲାରୁ ଅନୁଦାନ (ସଂଶୋଧନ) ନୀତି-୨୦୨୨ ଦ୍ୱାରା ଓଡ଼ିଶା ସଂଶୋଧିତ ବେତନ ହାର ନିୟମ-୨୦୧୭କୁ ଲାଗୁ କରାଯାଇଥିଲା। ମାତ୍ର ଉକ୍ତ ଶିକ୍ଷକ ଓ କର୍ମଚାରୀମାନେ ୨୦୨୨ ଜାନୁୟାରୀ ପହିଲାରୁ ସଂଶୋଧିତ ହାରରେ ଦରମା ପାଉଥିଲେ। ଏହାଦ୍ୱାରା ୬୬୨ ବର୍ଗ କଲେଜ କର୍ମଚାରୀ ଓ ୪୮୮ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ କ୍ଷତିଗ୍ରସ୍ତ ହେଉଥିଲେ। ଏହାକୁ ନେଇ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ସଂଶୋଧିତ ବେତନ ହାର ନିୟମ-୨୦୧୭କୁ ଆଧାର କରି ୨୦୧୮ ଜାନୁୟାରୀ ପହିଲା ପରିବର୍ତ୍ତେ ୨୦୨୨ ଜାନୁୟାରୀ ପହିଲାରୁ ସଂଶୋଧିତ ହାରରେ ବେତନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ୨୦୧୮ ପରିବର୍ତ୍ତେ ପ୍ରକୃତ ବର୍ଦ୍ଧିତ ହାର ୨୦୨୨ ଜାନୁୟାରୀ ପହିଲାରୁ ଲାଗୁ କରାଯାଇଛି। ଏହି ସଂଶୋଧିତ ନୀତି ଲାଗୁ ହେବା ପରେ ପୂର୍ବରୁ କ୍ୟାବିନେଟରେ ନିଆଯାଇଥିବା ଓଡ଼ିଶା ଅନୁଦାନ(ସଂଶୋଧନ) ନୀତି-୨୦୨୨କୁ ବାତିଲ କରାଯାଇଛି। ଏଥିସହିତ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି।

ଏସ୍‌ଇବିସିରେ ସାମିଲ ହେବେ ୨୨ ଜାତି

ଓବିସି କମିଶନ ଆଇନରେ ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ରାଜ୍ୟର ୨୨ ଜାତିକୁ ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ(ଏସ୍‌ଇବିସି) ତାଲିକାରେ ଅନ୍ତର୍ଭୁକ୍ତ କରାଯାଇପାରିବ। ବର୍ତ୍ତମାନ ଓଡ଼ିଶାରେ ୨୨ଟି ଜାତି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଶା ପାଇଁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ(ଏସ୍‌ଇବିସି) ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିନାହାନ୍ତି। ଏସ୍‌ଇବିସିରେ ଉକ୍ତ ଜାତିଗୁଡ଼ିକୁ ସାମିଲ କରିବା ପାଇଁ ଓଡ଼ିଶା ପଛୁଆ ବର୍ଗ ଆୟୋଗ ଅଧିନିୟମ-୧୯୯୩ର ଧାରା-କ ଅଧୀନରେ ଥିବା ଉପଧାରା-୩କୁ ସଂଶୋଧନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri