ରେଳ ଲାଇନରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଦରମା ବାଟମାରଣା

ଡେରାବିଶ ୨୮ା୧୦(ସ୍ବ.ପ୍ର.): ନିଯୁକ୍ତି ଦେଇଥିବା ଆଉଟସୋର୍ସିଂ ଠିକା ସଂସ୍ଥା ଦ୍ୱାରା ହରିଦାସପୁର-ପାରାଦୀପ ରେଳ ଲାଇନରେ କାର୍ଯ୍ୟରତ ଠିକା ଶ୍ରମକଙ୍କ ଦରମା ବାଟମାରଣା ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ଡେରାବିଶ ଅଞ୍ଚଳର କେତେଜଣ ଯୁବକ ଏଥିରେ ନିୟୋଜିତ ହୋଇଥିବାବେଳେ ଠିକାଦାରଙ୍କ ଦ୍ୱାରା ଶୋଷଣ ହେବାରୁ ଏହାକୁ ବିରୋଧ କରି ଜିଲା ଚାଷୀ ଶ୍ରମିକ ସଂଘ ରେଳ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିସହ ଏହି ଘଟଣା ବାବଦରେ ସଂଘ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି।
ହରିଦାସପୁର-ପାରାଦୀପ ରେଳ ଲାଇନରେ ୩୧ା୩ା୨୦ଠାରୁ ୨୦୦ରୁ ଅଧିକ ଶ୍ରମିକ ରାତ୍ରିକାଳୀନ ରେଳଧାରଣା ସର୍ବେକ୍ଷଣ କାର୍ଯ୍ୟରେ ନିୟୋଜିତ ରହି ନିଜର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରି ଆସୁଛନ୍ତି। ଏହି ଶ୍ରମିକମାନେ ଆଉଟସୋର୍ସିଂ ଠିକା ସଂସ୍ଥା ଦ୍ୱାରା କାର୍ଯ୍ୟରେ ନିୟୋଜିତ ହୋଇ ପୂର୍ବତଟ ରେଳବାଇ ଖୋର୍ଦ୍ଧା ଡିଭିଜନର ଜନୈକ ଅଫିସରଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରୁଛନ୍ତି। ଶ୍ରମିକମାନଙ୍କୁ ନିଯୁକ୍ତି ଦେବା ସମୟରେ ଆଇଟସୋର୍ସିଂ ଠିକାଦାର ପ୍ରତ୍ୟେହ ୫୧୯ ଟଙ୍କା ପରିବର୍ତ୍ତେ ୧୦ ହଜାର ଟଙ୍କା ମାସିକ ଦେବାକୁ କହିଥିଲେ। ଏଥିରେ ସହମତି ପ୍ରକାଶ କରି ଶ୍ରମିକମାନେ କାମ କରିଥିଲେ। ମାତ୍ର ଠିକାଦାର ପ୍ରତିଶ୍ରୁତି ପୂରଣ କରିବା ପରିବର୍ତ୍ତେ ଶ୍ରମିକମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। କାର୍ଯ୍ୟ ଆରମ୍ଭ ଦିନଠାରୁ ଶ୍ରମିକମାନେ ଦୈନିକ ପ୍ରାପ୍ୟ ପାଉନାହାନ୍ତି, ଦରମା ଦେବା ସମୟରେ ଶ୍ରମିକମାନଙ୍କଠାରୁ ଟଙ୍କା କାଟି ରଖାଯାଉଛି, ଠିକାଦାର କାର୍ଯ୍ୟ ଆରମ୍ଭରୁ ଶ୍ରମିକମାନଙ୍କ ନାମରେ ବ୍ୟାଙ୍କ ପାସ୍‌ ବହି ଖୋଲି ଏଟିଏମ୍‌ କାର୍ଡ ନିଜ ପାଖରେ ରଖିଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ ପାସ୍‌ ବହିରେ ଶ୍ରମିକମାନଙ୍କ ପିତାଙ୍କ ନାମ ଦିଆ ନ ଯାଇ ଠିକାଦାରଙ୍କ ନାମ ଲେଖାଯାଇଛି। ଠିକାଦାର ଶ୍ରମିକମାନଙ୍କଠାରୁ ସେମାନଙ୍କ ଫାଙ୍କା ଚେକ୍‌ ବହିରେ ଦସ୍ତଖତ ନେଇ ଟଙ୍କା ଉଠାଉଛନ୍ତି। ୱେଜ ସିଟ୍‌ରେ କାର୍ଯ୍ୟରତ ଶ୍ରମିକମାନେ ଦସ୍ତଖତ କରିବାବେଲେ କାମ କରୁ ନ ଥିବା କେତେଜଣ ଲୋକଙ୍କ ନାମ ସେଥିରେ ଅନ୍ତର୍ଭୁକ୍ତ ହୋଇଥିବା ଜଣାଯାଇଛି। ଉକ୍ତ ଶ୍ରମିକଙ୍କ ନାମରେ ପୂର୍ଣ୍ଣ ୨୬ ଦିନର କାର୍ଯ୍ୟ ପଡିଛି। ସେମାନଙ୍କ ନାମରେ ପୂର୍ଣ୍ଣ ମଜୁରୀ ଉଠାଯାଉଛି। ରାତ୍ରି ସମୟରେ ରେଳ ଲାଇନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ୩ ବର୍ଷ କାମ କଲା ପରେ ବି ଶ୍ରମିକ କଲ୍ୟାଣ କାର୍ଡରେ ନାମ ଦିଆଯାଇନାହିଁ। ଏହାଦ୍ୱାରା ଶ୍ରମିକମାନଙ୍କ ଜୀବନ ନିରାପତ୍ତା ପ୍ରତି ଆଶଙ୍କା ପ୍ରକାଶ ପାଇଛି। କାର୍ଯ୍ୟରତ ଶ୍ରମିକମାନଙ୍କ ଦୈନିକ ଯାତାୟାତ ପ୍ରତି ରାତିରେ ୧୨ କିମି ନିୟମ ଥିବା ବେଳେ ସେମାନଙ୍କୁ ୨୦ କିମି ପର୍ଯ୍ୟନ୍ତ ଚାଲିବାକୁ ପଡୁଛି। ଦୈନିକ ୩୮୪ ଟଙ୍କା ମଜୁରୀ ପାଉଥିବା ଶ୍ରମିକମାନଙ୍କୁ କିଛିଦିନ ତଳେ ୫୦ଟଙ୍କା କଟାଯାଇ ୩୩୪ ଟଙ୍କା ମଜୁରୀ ଦିଆଗଲା। ଏଥିରେ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିବାରୁ ସେମାନଙ୍କୁ ବାରମ୍ବାର ବାହାର କରି ଦିଆଯିବାର ଧମକ ଦିଆଯାଉଛି। ଏହାଦ୍ୱାରା ଶ୍ରମିକମାନେ ଗଭୀର ମାନସିକ ଚାପରେ ରହିବାକୁ ବାଧ୍ୟ ହେଉଛନ୍ତି। ଶ୍ରମିକମାନଙ୍କ ସମସ୍ୟାଗୁଡିକର ସମାଧାନ ପାଇଁ ଜିଲା ଚାଷୀ ଶ୍ରମିକ ସଂଘ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସମ୍ପର୍କରେ ସଂଘର ସଭାପତି ପଣ୍ଡିତ ଶରତ ମିଶ୍ର, ସମ୍ପାଦକ କୃତ୍ତିବାସ ଦାସ ଓ ତପନ କୁମାର ପଣ୍ଡାଙ୍କ ନେତୃତ୍ୱରେ ସଂଘ ସଦସ୍ୟଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗପତ୍ରକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରୀୟ ମୁଖ୍ୟ ଶ୍ରମ କମିଶନର, କେନ୍ଦ୍ରାପନା ଜିଲାପାଳ ଓ ପାରାଦୀପସ୍ଥିତ ଶ୍ରମ ଏନ୍‌ଫୋର୍ସମେଣ୍ଟ ଅଫିସରଙ୍କ ନିକଟରେ ଗୁହାରି କରାଯାଇଛି। ୧୫ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ସଂଘ ନିବେଦନ କରିଛି। ଯଦି କର୍ତ୍ତୃପକ୍ଷ ସଂଘର ନିବେଦନକୁ ପ୍ରତ୍ୟାଖ୍ୟାନ କରନ୍ତି, ସଂଘ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri