ଅବହେଳିତ ଅବସ୍ଥାରେ ସାକ୍ଷୀଗୋପାଳ ମନ୍ଦିର

ସାକ୍ଷୀଗୋପାଳ, ୬।୩(ସ୍ବ.ପ୍ର.): ବୈଷ୍ଣବ ଧର୍ମର ଅନନ୍ୟ କ୍ଷେତ୍ର ତଥା ପୁରୀ ଜିଲାର ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଏବେ ଅବହେଳିତ ହୋଇପଡ଼ିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ, ଦେବୋତ୍ତର ବିଭାଗ ଓ ପ୍ରତ୍ନତତ୍ତ୍ୱ ବିଭାଗର ଦୃଷ୍ଟି ଆଢୁଆଳରେ ଏହି ମନ୍ଦିର ରହିଯାଇଛି। ଏକ ଦଶନ୍ଧି ଧରି ମନ୍ଦିରର ଆଖିଦୃଶିଆ ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ। ଚଳିତବର୍ଷ ବଜେଟରେ ମଧ୍ୟ ସାକ୍ଷୀଗୋପାଳ ମନ୍ଦିର ପାଇଁ କୌଣସି ବ୍ୟୟବରାଦ ହୋଇନାହିଁ। ଏପରି କି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଫଳରେ ସାକ୍ଷୀଗୋପାଳ ଅଞ୍ଚଳବାସୀ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ମନ୍ଦିର ଚତୁଃପାର୍ଶ୍ୱ ଅବସ୍ଥା ଦୟନୀୟ

ସାକ୍ଷୀଗୋପାଳ ମନ୍ଦିର ସମେତ ଚତୁଃପାର୍ଶ୍ୱ ଅବସ୍ଥା ଦୟନୀୟ ହୋଇପଡ଼ିଛି। ମୁଖ୍ୟ ମନ୍ଦିରରେ ୨୦ରୁ ଊର୍ଦ୍ଧ୍ୱ ବରଗଛ ଉଠିଥିବାବେଳେ ଠାକୁରଙ୍କ ଗୋଶାଳା ନଷ୍ଟ ହୋଇଯାଇଛି। ଗୋଶାଳାରେ ୨/୩ଟି ଗାଈ ଥିବାରୁ ବଜାରରୁ କ୍ଷୀର କିଣାଯାଇ ଭୋଗ ଲାଗି ହେଉଛି। ଶୌଚାଳୟ ଦୀର୍ଘଦିନ ହେବ ବନ୍ଦ ପଡ଼ିଛି। ନିକଟସ୍ଥ ପୋଖରୀ ପଙ୍କ ଓ ଦଳରେ ଭର୍ତ୍ତି ହୋଇଛି। ମନ୍ଦିର ସମ୍ମୁଖ ବିଜେଦାଣ୍ଡର ଅବସ୍ଥା ଶୋଚନୀୟ।

ସେବାୟତ, କର୍ମଚାରୀଙ୍କ ମଜୁରି ବୃଦ୍ଧି ଦାବି
ସାକ୍ଷୀଗୋପାଳ ବସଷ୍ଟାଣ୍ଡଠାରେ ଓଭରବ୍ରିଜ୍‌ଟି ନିର୍ମାଣ ଯୋଗୁ ସାକ୍ଷୀଗୋପାଳ ସହର ଭିତରକୁ ରାଜ୍ୟ ବାହାରର ବସ୍‌ଗୁଡ଼ିକ ନ ଆସି ସିଧା ପୁରୀ ଚାଲିଯାଉଛନ୍ତି। ଯାହାର ପ୍ରଭାବ ସାକ୍ଷୀଗୋପାଳ ମନ୍ଦିରର ସେବାୟତଙ୍କ ଉପରେ ପଡୁଛି। କରୋନା ସମୟରେ ସେବାନୀତି କରି ଚଳୁଥିବା ୧୫୦ରୁ ଊର୍ଦ୍ଧ୍ୱ ପରିବାରଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଥିଲା। ପରେ ମନ୍ଦିର ପାଣ୍ଠିରୁ ସେମାନଙ୍କୁ କିଛି ଅର୍ଥ ବିଧାୟକ ଦେଇଥିଲେ ହେଁ ତାହା ଯଥେଷ୍ଟ ନ ଥିଲା। ଏଠାରେ ପୂଜାପଣ୍ଡାଙ୍କୁ ଦିନକୁ ୬୦ଟଙ୍କା, ମେକାପଙ୍କୁ ୫୦, ପାଳିଆପାତ୍ରି ୨୫, ସୁଆର ୯୦, ପ୍ରତିହାରି ୨୫ଟଙ୍କା ଲେଖାଏ ମନ୍ଦିର ପ୍ରଶାସନ ତରଫରୁ ଦିଆଯାଇଥାଏ। ଏତେ କମ୍‌ ଟଙ୍କାରେ ପରିବାର ନେଇ ଚଳିବା କଷ୍ଟକର ହୋଇପଡୁଥିବା ସେବାୟତମାନେ କହିଛନ୍ତି। ଏ ନେଇ ମନ୍ଦିର ସୁପରଭାଇଜର ତଥା ସେବାୟତ ବିଶ୍ୱନାଥ ମହାପାତ୍ରଙ୍କ ନେତୃତ୍ୱରେ ଏକ ୧୦ଦଫା ଦାବି ସମ୍ବଳିତ ଦାବିପତ୍ର ମନ୍ଦିର ପ୍ରଶାସନକୁ ଦିଆଯାଇଛି। ଠିକ୍‌ ଏହିଭଳି ଦୁର୍ଦ୍ଦଶା ଠାକୁରଙ୍କ ଭୋଇ, ଧୋବା, ବାରିକ ଓ ମନ୍ଦିର କମିଟିର କର୍ମଚାରୀଙ୍କର ମଧ୍ୟ ରହିଛି। ମନ୍ଦିର କମିଟି କର୍ମଚାରୀ ୨୧ଜଣ ଥିବାବେଳେ ସେମାନଙ୍କ ପାଇଁ ମୋଟ ଦରମା ୨୧ହଜାର ଟଙ୍କା। ଅନ୍ୟ ମନ୍ଦିର ଭଳି ଏଠାରେ ବିଶେଷ ସୁବିଧା ସୁଯୋଗ ମିଳୁ ନ ଥିବା ଠାକୁରଙ୍କ ଅମିନ ସୁବାସ ଗଜେନ୍ଦ୍ର କହିଛନ୍ତି। ସେହିପରି ମନ୍ଦିର ସେବାୟତ ସଂଘ ସମ୍ପାଦକ କିଶୋର ମହାପାତ୍ର କହିଛନ୍ତି, ମନ୍ଦିରର ଶୃଙ୍ଖଳିତ ବ୍ୟବସ୍ଥା ସାଙ୍ଗକୁ ସେବାୟତଙ୍କ ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ଜୁରରୀ। ଅନ୍ୟପକ୍ଷରେ ଏ ସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଦେବୋତ୍ତର ବିଭାଗର ନିରୀକ୍ଷକ ବସନ୍ତ କୁମାର ପ୍ରଧାନଙ୍କୁ ପଚାରିବାରେ କହିଛନ୍ତି, ମୁଁ ଏଠାରେ ନୂତନ ଭାବେ ଯୋଗଦେଇଛି। ତେଣୁ ପର୍ଯ୍ୟାୟକ୍ରମେ ସମସ୍ତଙ୍କ ସହଯୋଗ ନେଇ ସବୁ ସମସ୍ୟାର ସମାଧାନ କରିବି। ପ୍ରଥମେ ପ୍ରଶାସନିକ କର୍ମଚାରୀଙ୍କ ପାଇଁ ଏକ ଇନସ୍ୟୁରାନ୍ସ ବ୍ୟବସ୍ଥା କରାଯିବା ସହ ସେବାୟତଙ୍କ ମୁଖ୍ୟ ଦାବିକୁ ପ୍ରାଥମିକ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri