Posted inଖେଳ

ଭାବପ୍ରବଣ ପୋଷ୍ଟ ଲେଖିଲେ ଧୋନୀଙ୍କ ସ୍ତ୍ରୀ

ଆଇପିଏଲ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଉପରେ ରାଜସ୍ଥାନ ରୟାଲ୍ସ ବିଜୟ ସହିତ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ‘ପ୍ଲେ ଅଫ’କୁ ଯିବାର ସମ୍ଭାବନା ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। ଏଥିରେ ଭାଙ୍ଗିପଡିଛନ୍ତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଧୋନୀ। ସୋସିଆଲ ମଡିଆରେ ସେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ଏହା କେବଳ ଏକ ଖେଳ। ତୁମେ ସବୁବେଳେ ଆମ ମନରେ ସୁପର କିଙ୍ଗ ହେବ। ଚେନ୍ନାଇ ଏବେ ସୁଦ୍ଧା୧୨ଟି ମ୍ୟାଚରୁ ୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶେଷରେ ଅଛି॥ ଚେନ୍ନାଇ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ପ୍ଲେ ଅଫରୁ ବାଦ୍‌ ପଡିଛି।
ଆଇପିଏଲ ୨୦୨୦ରୁ ଚେନ୍ନାଇର ବାହାରିବା ନିଶ୍ଚିତ ହେବା ପରେ ସାକ୍ଷୀ ତିନିଥର ଚାମ୍ପିୟନ ଦଳ ପାଇଁ ଏକ ଉତ୍ସାହୀ ପୋଷ୍ଟ ଶେୟାର କରିଛନ୍ତି। ପୋଷ୍ଟ ମାଧ୍ୟମରେ ପ୍ରଶଂସକ ନିରାଶ ନ ହେବାକୁ ସେ ଅନୁରୋଧ କରିଛନ୍ତି। ଏହା କେବଳ ଏକ ଖେଳ। କେହି ହାରିବାକୁ ଚାହାଁନ୍ତି ନାହିଁ, କିନ୍ତୁ ସମସ୍ତେ ଜିତିପାରିବେ ନାହିଁ। କିଛି ଲୋକ ଜିତନ୍ତି, କିଛି ଲୋକ ହାରନ୍ତି। ଖେଳରେ ଗୋଟିଏ ହୃଦୟ ବିଜୟ ଉତ୍ସବ ପାଳନ କରୁଥିବାବେଳେ ଅନ୍ୟଟି ଭାଙ୍ଗୁଛି। ଏତେ ବର୍ଷ ବିତିଗଲାଣି ଏବଂ ତୁମେ କିଛି ବଡ ବିଜୟ ଏବଂ କ୍ଷତି ଦେଖିଛ। ତୁମେ ବିଜେତା ଥିଲ, ତୁମେ ଆଜି ବି ବିଜେତା। ପ୍ରକୃତ ଯୋଦ୍ଧାମାନେ ଯୁଦ୍ଧ କରିବା ପାଇଁ ଜନ୍ମ ହୁଅନ୍ତି। ସେମାନେ ସର୍ବଦା ଆମ ମନ ଏବଂ ହୃଦୟରେ ସୁପରକିଙ୍ଗ ହୋଇ ରହିବେ ବୋଲି ସେ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନାମ୍ବିଆକୁ ଟି୨୦ ବିଶ୍ୱକପ୍‌ ଯୋଗ୍ୟତା

ଦୁବାଇ, ୩୦।୧୦(ଏଏଫ୍‌ପି)- ଅଷ୍ଟ୍ରେଲିଆରେ ଆଗାମୀ ବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ନାମ୍ବିଆ ଭାଗନେବ। ଦୁବାଇଠାରେ ଚାଲିଥିବା ଯୋଗ୍ୟତା ପର୍ଯ୍ୟାୟର ସେମିଫାଇନାଲରେ ଦୁଇ ଦଳ ଜାଗା...

ଟି୨୦ ସିରିଜ ଅମୀମାଂସିତ

ବେଙ୍ଗାଲୁରୁ,୨୨।୯(ପି.ଟି.)- ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଓ ଅଧିନାୟକ କ୍ୱିଣ୍ଟନ ଡିକକ୍‌ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ...

ଭାରତୀୟ ପେସରଙ୍କ ନାମରେ ପ୍ରଥମ ସେସନ

ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲର ୫ମ ଦିନରେ ପ୍ରଥମ ସେସନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ପେସରଙ୍କ ନାମରେ ରହିଛି। ଖେଳ ଆରମ୍ଭ ହେବାର...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ସ୍ମିଥ୍‌-କୋହଲି ବ୍ୟବଧାନ କମିଲା

ଦୁବାଇ, ୨୧ା୧୨ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଓପନରରେ ଭାରତ ହୁଏତ ଲଜ୍ଜାଜନକ ପରାଜୟ ବରଣ କରିଥାଇପାରେ ହେଲେ ଆଡିଲେଡ୍‌ଠାରେ ପ୍ରଥମ ଇନିଂସରେ ୭୪ରନ ସ୍କୋର କରିଥିବାରୁ...

ଇଂଲଣ୍ଡ ବିପକ୍ଷରେ କେମିତି ଜିତିବ ଭାରତ: କୋହଲି କଲେ ଖୁଲାସା

ଲଣ୍ଡନ,୩।୮: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିନାୟକ ବିରାଟ କୋହଲି ଏହି ସିରିଜକୁ ଦଳ ପାଇଁ ଏକ ବଡ଼...

୭୦ ବର୍ଷରେ ବିଶ୍ୱରେ ଡ୍ରାଭିଡ୍‌ ହିଁ ଏହି ବିରଳ ରେକର୍ଡର ହୋଇଥିଲେ ନିକଟତର

ନୂଆଦିଲ୍ଲୀ, ୨।୭- ବିଶ୍ୱ କ୍ରିକେଟ୍‌ରେ ଗତ ୭୦ ବର୍ଷ ମଧ୍ୟରେ ଭିଭିଆନ ରିଚାଡର୍‌ସଙ୍କଠାରୁ ଆରମ୍ଭ କରି ସଚିନ ତେନ୍ଦୁଲକର, ବିରାଟ କୋହଲିଙ୍କ ପରି ଅନେକ ମହାନ...

କୋଭିଡ-୧୯ ମହାମାରୀ: ବାତିଲ ହେଲା ଦିଲ୍ଲୀ ଶୁଟିଂ ବିଶ୍ୱକପ୍‌

ନୂଆଦିଲ୍ଲୀ,୭।୪(ପି.ଟି.)- କୋଭିଡ-୧୯ ଦେଶ ତଥା ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଏହାର ପ୍ରଭାବ କ୍ରୀଡ଼ାରେ ପଡିଛି। ଏହି ମହାମାରୀ କାରଣରୁ ଦିଲ୍ଲୀରେ ଆସନ୍ତା ମେ’ରେ...

ନିର୍ବାଚନ ଡ୍ୟୁଟି କରୁଛନ୍ତି କି ଧୋନୀ? ଲୋକଙ୍କ ଭିଡ ପରେ ଜଣାପଡିଲା ପ୍ରକୃତ ରହସ୍ୟ

ରାଞ୍ଚି,୨୪।୫:ଆଇପିଏଲ୍‌ ୨୦୨୨ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ(ସିଏସ୍‌କେ)ର ଯାତ୍ରା ସମାପ୍ତ ହୋଇଛି। ଚଳିତ ସିଜିନ୍‌ରେ ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ସିଏସ୍‌କେ ପଏଣ୍ଟ ଟେବୁଲରେ ନବମ ସ୍ଥାନ ଅଧିକାର...

Advertisement
Archives

Model This Week