Posted inଖେଳ

ଧୋନୀଙ୍କ ଛକାରେ ଝୁମିଉଠିଲେ ପତ୍ନୀ ସାକ୍ଷୀ

ଚେନ୍ନାଇ,୨।୫: ଧୋନୀଙ୍କ ଛକାରେ ଝୁମିଉଠିଲେ ପତ୍ନୀ ସାକ୍ଷୀ। ସାକ୍ଷୀଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣ ଚାଲିଛି। ଏହି ପରିପ୍ରେକ୍ଷୀରେ ବୁଧବାର ଚେନ୍ନାଇ ସୁପର କିଙ୍ଗସ୍‌ର ନିଜ ଘର ଏମ୍‌ ଏ ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ଦିଲ୍ଲୀ କ୍ୟାପିଟାଲସ୍‌ ମୁହଁମୁହିଁ ହୋଇଥିଲେ। ଚେନ୍ନାଇ ବ୍ୟାଟିଂ ସମୟରେ ଶେଷ ଓଭରରେ ଧୋନୀଙ୍କ ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଶେଷ ଓଭରର ୫ମ ବଲରେ ଧୋନୀ ବଢ଼ିଆ ଛକା ମାରିଥିଲେ। ଏହି ଛକାରେ ପୁରା ଷ୍ଟାଡିୟମ ଝୁମିଉଠିଥିବା ବେଳେ ଧୋନୀଙ୍କ ପତ୍ନୀ ସାକ୍ଷୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନଥିଲେ। ଧୋନୀଙ୍କ ଏଭଳି ପ୍ରଦର୍ଶନରେ ଷ୍ଟାଡିୟମରେ ବସିଥିବା ସାକ୍ଷୀ ନାଚି ଉଠିବା ସହ ତାଳି ମାରିବାକୁ ଲାଗିଥିଲେ। ତାଙ୍କର ଏହି ଦୃଶ୍ୟ ଏବେ ସୋସିଆଲ ମିିଡିଆରେ ଭାଇରାଲ ହେବାକୁ ଲାଗିଛି। ଧୋନୀଙ୍କ ଏହି ଶଟ୍‌ରେ ପୁରା ଷ୍ଟାଡିୟମ ଝୁମି ଉଠିଥିଲା। ଧୋନୀଙ୍କ ପ୍ରାୟ ସବୁ ମ୍ୟାଚରେ ପତ୍ନୀ ସାକ୍ଷୀ ଓ ଝିଅ ଜିଭା ତାଙ୍କୁ ଚିୟର ଅଫ୍‌ କରୁଥିବା ଦେଖିବାକୁ ମିଳିଥାଏ। ବୁଧବାର ମ୍ୟାଚର ଶେଷ ଓଭରରେ ଧୋନୀଙ୍କ ଏହି ଶଟ୍‌ ଦିଲ୍ଲୀ କ୍ୟାପିଟାଲସ୍‌କୁ  ୮୦ ରନ୍‌ରେ ପଛରେ ପକାଇଦେଇଛି। ଏହାକୁ ମାତ୍‌ ଦେବା ପରେ ୮ଟି ଟିମ୍‌ର ପଏଣ୍ଟ ଟେବୁଲରେ ଚେନ୍ନାଇ ନିଜର ପ୍ରଥମ ସ୍ଥାନ ଅକ୍ତିଆର କରିଛି। ଏହି ମ୍ୟାଚରେ ଧୋନୀ ୩ଟି ଛକା ଓ ୪ଟି ଚୌକା ମାରିବା ସହ ୨୨ ବଲ୍‌ରେ ୪୪ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖୁସି ଖବର: କ୍ରିକେଟ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ୍‌ ଆସିପାରିବେ ଦର୍ଶକ

ସିଡନୀ,୧୦।୧୧: କରୋନା ଯୋଗୁ କ୍ରିକେଟ ପ୍ରଶଂସକମାନେ ଦୀର୍ଘ ଦିନ ହେବ ଟିଭିରେ ମ୍ୟାଚ୍‌ ଉପଭୋଗ କରୁଛନ୍ତି। ତେବେ କରୋନା ଅବଧି ପରେ ପ୍ରଥମ ଥର ପାଇଁ...

ଯାହା ଚାହୁଁଥିଲି ତାହା ହାସଲ କରିସାରିଛି: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୮।୯: ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହାପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟି୨୦ ଦଳର ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା...

ଗ୍ରୀକ ରେଫରିଙ୍କ ଘର ଉପରେ ଦ୍ୱିତୀୟ ଆକ୍ରମଣ

ଏଥେନ୍ସ,୪ା୧(ଏଏଫ୍‌ପି)- ଗ୍ରୀକ ରେଫରିଙ୍କ ଘରେ ଶୁକ୍ରବାର ପୁଣି ଥରେ ଆକ୍ରମଣ ହୋଇଛି। ଦୁଇ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଏଣୁ ଫୁଟବଲ ମ୍ୟାଚ୍‌ ଅଫିସିଆଲଙ୍କ...

ମିକ୍ସଡ୍‌ ଡବଲ୍ସ: ବାରବୋରା- ରାଜୀବ ଚାମ୍ପିୟନ

ମେଲବୋର୍ନ,୨୧।୨: ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସ ଇଭେଣ୍ଟରେ ଏଥର ଚେକ୍‌ ଗଣରାଜ୍ୟର ବାରବୋରା କ୍ରେଜ୍‌ସିକୋଭା ଓ ଆମେରିକାର ରାଜୀବ ରାମ ଚାମ୍ପିୟନ ହୋଇଛନ୍ତି। ଶନିବାର ଅନୁଷ୍ଠିତ...

ମିସ୍‌ବା ପାକିସ୍ତାନ ଦଳର ମୁଖ୍ୟ କୋଚ୍‌

ଲାହୋର,୪।୯(ଏଏଫ୍‌ପି): ପାକିସ୍ତାନ ବୁଧବାର ପୂର୍ବତନ ଅଧିନାୟକ ମିସ୍‌ବା ଉଲ ହକ୍‌ଙ୍କୁ ମୁଖ୍ୟ କୋଚ୍‌ ଓ ମୁଖ୍ୟ ଚୟନକର୍ତ୍ତା ପଦରେ ନିଯୁକ୍ତ କରିଛି। କ୍ରିକେଟ ପାଗଳ ଦେଶ...

ବକ୍ସର, କୋଚ୍‌ଙ୍କ ପାଇଁ କୋଭିଡ୍‌- ୧୯ ସ୍ବାସ୍ଥ୍ୟ ବୀମା

ନୂଆଦିଲ୍ଳୀ,୨୪।୫: ଭାରତୀୟ କ୍ରୀଡ଼ାରେ ପ୍ରଥମଥର ପାଇଁ ଏକ ନୂଆ କଥା ଦେଖିବାକୁ ମଳିଛି। ଦେଶର ଆଗଧାଡିର ବକ୍ସର ଓ କୋଚ୍‌ମାନଙ୍କ ପାଇଁ ସ୍ବାସ୍ଥ୍ୟବୀମାର ବ୍ୟବସ୍ଥା କରାଯିବ...

ଇଣ୍ଡିଆନ ସୁପର ଲିଗ୍‌: ବାଗାନ ବିପକ୍ଷରେ କର ବା ମର ସ୍ଥିତିରେ ଓଡ଼ିଶା

ବାମ୍ବୋଲିମ,୬।୨(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଏବେ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛି। ହେଡ୍‌ କୋଚ୍‌ ଷ୍ଟୁଆର୍ଟ ବକ୍ସଟରଙ୍କୁ...

ଇଂଲଣ୍ଡ ଗସ୍ତ କଲେ ଅସିଫ

କରାଚୀ,୨୫।୫(ଏଏଫ୍‌ପି) – ଦୁଃଖିତ ପାକିସ୍ତାନ କ୍ରିକେଟର ଅସିଫ ଅଲି ନିଜ ଝିଅର ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ଶେଷ କରିବା ପରେ ଶନିବାର ବିଶ୍ୱକପ୍‌ ଦଳରେ ଯୋଗଦେବା ପାଇଁ...

Advertisement
Archives

Model This Week