Posted inଜାତୀୟ

ଟୁଇଟ୍‌ ହଟାଇବାକୁ ସାକେତଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୪ା୭: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସ୍ତ୍ରୀ ତଥା ଜାତିସଂଘର ପୂର୍ବତନ ସହକାରୀ ମହାସଚିବ ଲକ୍ଷ୍ମୀ ପୁରୀଙ୍କ ବିରୋଧରେ କରିଥିବା ଅପମାନଜନକ ଟୁଇଟ୍‌ ହଟାଇବା ପାଇଁ ସାମାଜିକ କର୍ମୀ ସାକେତ ଗୋଖଲେଙ୍କୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ମୀ ତାଙ୍କ ଆୟ ବାହାରେ ବେଆଇନ ଭାବେ ସୁଇଜରଲାଣ୍ଡରେ ଘର କିଣିଥିବା ନେଇ ସାକେତ ଗତ ମାସରେ ଏକ ଟୁଇଟ କରିଥିଲେ। ଉକ୍ତ ଟୁଇଟ୍‌ ମିଥ୍ୟା ତଥ୍ୟ ଉପରେ ଆଧାରିତ ଏବଂ ଏହା ତାଙ୍କ ମାନହାନି କରୁଥିବା ଅଭିଯୋଗ ଆଣି ଲକ୍ଷ୍ମୀ ପୁରୀ ଲ’ ଫାର୍ମ କରଞ୍ଜାଓ୍ବାଲା ଆଣ୍ଡ୍‌ କୋ ଜରିଆରେ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ସାକେତ ତୁରନ୍ତ ଉକ୍ତ ଟୁଇଟ ହଟାଇବା ସହ କ୍ଷତିପୂରଣ ବାବଦକୁ ୫ କୋଟି ଟଙ୍କା ଦିଅନ୍ତୁ ବୋଲି ଲକ୍ଷ୍ମୀ ଦାବି କରିଥିଲେ। ସାକେତ ୨୪ ଘଣ୍ଟା ମଧ୍ୟରେ ଟୁଇଟ ନ ହଟାଇଲେ ଟୁଇଟର ତାହାକୁ ନିଜ ଆଡ଼ୁ ଡିଲିଟ କରିବାକୁ ଜଷ୍ଟିସ୍‌ ସି. ହରି ଶଙ୍କର ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ମୀ ଓ ତାଙ୍କ ସ୍ବାମୀଙ୍କ ବିରୋଧରେ ଅନ୍ୟ କୌଣସି ପ୍ଲାଟଫର୍ମରେ ମଧ୍ୟ ମାନହାନି ହେଉଥିବା ଭଳି ପୋଷ୍ଟ କରିବାକୁ କୋର୍ଟ ସାକେତଙ୍କୁ ବାରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

ଟାରିଫ୍‌ ହ୍ରାସ ଦ୍ୱାରା ଉଭୟ ଦେଶ କ’ଣ ଫାଇଦା ପାଇବେ? ବୁଝନ୍ତୁ ପୂରା ଗଣିତ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ରୁଷିଆ ତେଲ କ୍ରୟ ଉପରେ ହଟିଲା ଟାରିଫ, ଭାରତ -ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାରି

ନୂଆଦିଲ୍ଲୀ,୭।୨: ଆମେରିକା ଏବଂ ଭାରତ ଏକ ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତିନାମା ପାଇଁ ଶୁକ୍ରବାର ଢାଞ୍ଚା ପ୍ରକାଶ କରିଛନ୍ତି। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଏକ ବ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri