ଦିବ୍ୟା ଭାରତିଙ୍କୁ ପ୍ରଥମେ ବିବାହ କରିଥିଲେ ସାଜିଦ

ମୁମ୍ବାଇ: ବଲିଉଡର ନାମୀ ନିର୍ମାତା-ନିର୍ଦ୍ଦେଶକଙ୍କ ତାଲିକାରେ ରହିଛି ସାଜିଦ ନାଡିୟାଡୱାଲାଙ୍କ ନାଁ । ୧୮ ଫେବୃୟାରୀରେ ଜନ୍ମ ନେଇଥିବା ଏହି ନିର୍ଦ୍ଦେଶକ ସଲମାନଙ୍କ କ୍ୟାରିୟରକୁ ଉପରକୁ ଉଠାଇବାରେ ବହୁ ସାହାଯ୍ୟ କରିଥିଲେ ବୋଲି କୁହାଯାଏ । ଜୁଡୱା, ହର ଦିଲ ଜୋ ପ୍ୟାର କରେଗା, ମୁଝରେ ସାଦି କରୋଗି ଭଳି ଫିଲ୍ମ ସୁପରହିଟ୍ ହେବା ଓ ସଲମାନଙ୍କ କ୍ୟାରିୟର ଆଗକୁ ବଢିବାରେ ନାଡିୟାଡୱାଲାଙ୍କର ଲମ୍ବା ହାତ ରହିଛି । ସଲମାନଙ୍କ ଅଭିନୀତ ଫିଲ୍ମ କିକ୍‌ର ନିର୍ଦ୍ଦେଶନା ବି ଦେଇଛନ୍ତି ସାଜିଦ । ସେ ଜଣେ ସଫଳ ନିର୍ଦ୍ଦେଶକ ହୋଇଥିଲେ ବି ତାଙ୍କ ପର୍ସନାଲ ଲାଇଫ କିନ୍ତୁ ବହୁ ଘାତ ପ୍ରତିଘାତ ଦେଇ ଯାଇଛି । ସେ କୁଆଡେ ପ୍ରଥମେ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କୁ ବିବାହ କରିଥିଲେ ବୋଲି କୁହାଯାଏ । ଯେଉଁଥିପାଇଁ ଦିବ୍ୟା ଧର୍ମ ପରିବର୍ତ୍ତନ କରି ମୁସଲମାନ ଧର୍ମ ଆପଣେଇଥିବା କୁହାଯାଏ ।
ଫିଲ୍ମ ସୋଲା ଔର ସବନଭ ଶୁଟିଂ ସମୟରେ ଗୋବିନ୍ଦାଙ୍କ ସହ କାମ କରୁଥିଲେ ଦିବ୍ୟା । ଏତିକି ବେଳେ ଗୋବିନ୍ଦା ନିର୍ଦ୍ଦେଶକ ସାଜିଦଙ୍କ ସହ ଦିବ୍ୟାଙ୍କର ସାକ୍ଷାତ୍ କରାଇଥିଲେ । ସେତେବେଳେକୁ ଦିବ୍ୟା ମାତ ୧୯ ବର୍ଷ ବୟସର ହୋଇଥିବା ବେଳେ ଜଣେ ସଫଳ ଅଭିନେତ୍ରୀ ହୋଇ ଯାଇଥିଲେ । ତାଙ୍କର ପ୍ରତିଭାକୁ ଦେଖି ସାଜିଦ ଦିବ୍ୟାଙ୍କୁ ଲୁଚିଛପି ବିବାହ କରିଥିବା କୁହାଯାଏ । ଏମାନେ ୧୯୯୨ରେ ବିବାହ କରିଥିଲେ । ଏହାପରେ ଦିବ୍ୟାଙ୍କ ପିତା କିନ୍ତୁ ଏହି ବିବାହରେ ଖୁସି ନ ଥିବାରୁ ଝିଅ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ । ହେଲେ ବିବାହର ବର୍ଷକ ପରେ ଦିବ୍ୟାଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଯାହା ଆଜିବି ରହସ୍ୟ ଘେରରେ ରହି ଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ଦିବ୍ୟା ଭାରତୀଙ୍କ ମୃତୁୃ ହେଲା ତାହା ଆଜିବି ଅସ୍ପଷ୍ଟ । ହେଲେ ସେତେବେଳେ ଏହି ଘଟଣାରେ ସାଜିଦଙ୍କ ଉପରକୁ ପ୍ରଶ୍ନ ଉଠିଥିଲା । ହେଲେ ଏହା ଅନ୍ଧାର ଭିତରେ ରହିଗଲା । ଏହାପରେ ସାଜିଦ ଦ୍ୱିତୀୟ ବିବାହ କଲେ । ଏବେ ପତ୍ନୀ ୱର୍ଦ୍ଧା ଖାଁଙ୍କ ସହ ସୁଭାନ ଓ ସୁଫୟାନ ନାମକ ଦୁଇ ପୁଅଙ୍କୁ ନେଇ ସାଜିଦ ନାଡିୟାଡୱାଙ୍କର ରହିଛି ଏକ ସୁନ୍ଦର ସଂସାର ।

 


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri