Posted inଖେଳ

ସାଇ’ର ଅପ୍‌ଗ୍ରେଡ୍‌ ଏସ୍‌ଓପି

ନୂଆଦିଲ୍ଲୀ, ୧୬ା୯ (ପି.ଟି.): ଜାତୀୟ କ୍ୟାମ୍ପଗୁଡ଼ିକ ଆରମ୍ଭ ହେବାପୂର୍ବରୁ କୋଭିଡ୍‌-୧୯କୁ ହାତେଇବା ଲାଗି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଏହାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି)କୁ ଅପ୍‌ଗ୍ରେଡ୍‌ କରିଛନ୍ତି। ତଦନୁସାରେ କ୍ୟାମ୍ପରେ ଯୋଗଦାନ ପୂର୍ବରୁ ଆଥଲେଟ୍‌ମାନଙ୍କୁ ୧୫ ଦିନ ସେଲ୍ଫ ଆଇସୋଲେଶନରେ ରହିବାକୁ ହେବ। ସମଗ୍ର ଦେଶରେ କ୍ରୀଡ଼ା କାର୍ଯ୍ୟକଳାପ ପୁନଃ ଆରମ୍ଭ ପାଇଁ ଗତ ମେ ମାସରେ ସାଇ ସେକ୍ରେଟାରୀ ରୋହିତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଗଠିତ ୬ ଜଣିଆ କମିଟି ମୂଳ ଏସଓପି ପ୍ରସ୍ତୁତ କରିଥିଲେ। ୫ ମାସ ଶଟ୍‌ ଡାଉନ୍‌ ପରେ ବକ୍ସିଂ, ଆଥଲେଟିକ୍ସ ଏବଂ ବ୍ୟାଡମିଣ୍ଟନ ସମେତ ଅନ୍ୟ କେତେକ ଖେଳର ଜାତୀୟ କ୍ୟାମ୍ପ ଇତିମଧ୍ୟରେ ଆରମ୍ଭ ହୋଇଛି। ଟ୍ରେନିଂ କ୍ୟାମ୍ପରେ ଯୋଗଦାନ କରିବାକୁ ଥିବା ନୂଆ ଟ୍ରେନିଙ୍କ ଲାଗି ଅପ୍‌ଗ୍ରେଡ୍‌ ଏସଓପି ପ୍ରସ୍ତୁତ କରାଯାଇଛି। ଯେଉଁମାନେ ବର୍ତ୍ତମାନ କିମ୍ବା ପରେ କ୍ୟାମ୍ପରେ ଯୋଗ ଦେବେ ସେମାନଙ୍କ ଲାଗି ଏହା ଉଦ୍ଦିଷ୍ଟ। ଲୋ-ଭେଣ୍ଟିଲେଶନ ଚେଞ୍ଜ୍‌ରୁମ୍‌ର ଉଚ୍ଛେଦ, ପ୍ରତିଟି ଥର ବ୍ୟବହାର ପରେ ଟ୍ରେନିଂ ସରଞ୍ଜାମଗୁଡ଼ିକୁ ସଂକ୍ରମଣ ମୁକ୍ତ କରାଯିବା, ଜିମ୍‌ଗୁଡ଼ିକୁ ସିଫ୍ଟ ଭିତ୍ତିରେ ବ୍ୟବହାର ଆଦି ନିୟମ ସାଇ ତରଫରୁ ପୂର୍ବରୁ କାର୍ଯ୍ୟକାରୀ ହେଉଛି। ଟେଷ୍ଟିଂ ଓ ସେଲ୍‌ଫ ଆଇସୋଲେଶନ ଅପ୍‌ଗ୍ରେଡ୍‌ ଏସଓପିର ମୁଖ୍ୟାଂଶ। ଟ୍ରେନିଂ କ୍ୟାମ୍ପରେ ଯୋଗଦାନ ପୂର୍ବରୁ ଆଥଲେଟ୍ସ, କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କର ସମସ୍ତ କୋଭିଡ୍‌-୧୯ ଟେଷ୍ଟ ଖର୍ଚ୍ଚ ସାଇ ବହନ କରିବ। କ୍ୟାମ୍ପକୁ ଆସିବା ପୂର୍ବରୁ ଆଥଲେଟମାନଙ୍କୁ ୧୫ ଦିନ ସେଲ୍‌ଫ ଆଇସୋଲେଶନରେ ରହିବାକୁ ହେବ। ଏନେଇ ସେଲ୍‌ଫ ଡିକ୍ଲାରେଶନ ଉପସ୍ଥାପନ କରିବାକୁ ହେବ। ସେଣ୍ଟର ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସମସ୍ତ ଆଥଲେଟ୍‌, କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ କୋଭିଡ୍‌-୧୯ ପାଇଁ ଆରଟି-ପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ। ସେଣ୍ଟରରେ ପ୍ରବେଶ ପୂର୍ବରୁ ସେମାନଙ୍କୁ କୋଭିଡ୍‌-୧୯ ନେଗେଟିଭ୍‌ ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ ବୋଲି ସାଇ କହିଛିି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri