ଏବେବି ଅମୃତାଙ୍କୁ ମନେପକାନ୍ତି ସୈଫ

ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲି ଖାଁ ଖୁବ୍ ନିକଟରେ ପୁଣିଥରେ ପିତା ହେବାକୁ ଯାଉଛନ୍ତି । ଏହାକୁ ନେଇ ସେ ଏବେ ଚର୍ଚ୍ଚାରେ । ଇତିମଧ୍ୟରେ ନିକଟରେ ସେ ଏକ ସାକ୍ଷାତ୍‌କାରରେ ତାଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କୁ ମନେ ପକାଇଛନ୍ତି । ସେ କହିଛନ୍ତି ଯେତେବେଳେ ମାତ୍ର ୨୦ ବର୍ଷ ବୟସରେ ସେ ଘରୁ ଚାଲିଆସି ଅମୃତାଙ୍କୁ ବିବାହ କରିଥିଲେ ସେତେବେଳେ ସମୟ ଥିଲା ତାଙ୍କ ପାଇଁ ଖୁବ୍ ଜଟିଳ । ହେଲେ ଅମୃତାଙ୍କ ସହଯୋଗ ତାଙ୍କୁ କ୍ୟାରିୟରରେ ଆଗକୁ ବଢିବାରେ ବେଶ୍ ସହାୟକ ହୋଇଛି । ଅମୃତା ସବୁବେଳେ ତାଙ୍କୁ କ୍ୟାରିୟର ଉପରେ ନଜର ଦେବାକୁ କହି ଆସୁଥିବା ବେଳେ ଆଜି ସେ ଯେଉଁଠିବି ପହଞ୍ଚିଛନ୍ତି କେବଳ ଅମୃତାଙ୍କ ଯୋଗୁ ବୋଲି ସୈଫ କହିଛନ୍ତି । କାରଣ ସେତେବେଳେ ଅମୃତା ତାଙ୍କୁ କହିଥିଲେ ନିଜର କାମ ଉପରେ ସବୁବେଳେ ଧ୍ୟାନ ଦିଅ ଆଗକୁ ନିଶ୍ଚୟ ବଢିବ । ଆଉ ଆଜି ଏହା ସମ୍ଭବ ହୋଇଛି । ଅମୃତାଙ୍କୁ ବିବାହ କରିବା ପରେ ଏମାନଙ୍କର ଦୁଇଟି ସନ୍ତାନ ସାରା ଅଲି ଖାଁ ଓ ଇବ୍ରାହିମ ଜନ୍ମ ନେଇଥିଲେ । ୧୯୯୧ରେ ଏମାନେ ବିବାହ କରିଥିବା ବେଳେ ଏହା କିନ୍ତୁ ବେଶିଦିନ ତିଷ୍ଠି ପାରି ନ ଥିଲା । ୨୦୦୪ରେ ଏମାନେ ଅଲଗା ହୋଇଯାଇଥିଲେ । ପିଲା ଦୁଇଜଣ ଏବେ ଅମୃତାଙ୍କ ପାଖରେ ଥିଲା ବେଳେ ସୈଫ ପୁଣିଥରେ ମନ ଦେଇ ବସିଥିଲେ ବଲିଉଡ୍ ବେବୋ କରିନା କପୁରଙ୍କୁ । ୨୦୧୨ରେ ସେ କରିନାଙ୍କୁ ବିବାହ କରିବା ପରେ ଏବେ ତାଙ୍କର ଏକ ପୁତ୍ର ସନ୍ତାନ(ତୈମୁର) ରହିଛି ଓ କରିନା ପୁଣିଥରେ ମା’ ହେବାକୁ ଯାଉଛନ୍ତି । ସୈଫ ସିନା ବିବାହ କଲେ ହେଲେ ଅମୃତା ଆଜିବି ଏକେଲା ରହି ଯାଇଛନ୍ତି । ପିଲା ଦୁହିଁଙ୍କ ସହ ସମୟ କାଟୁଛନ୍ତି ଅମୃତା । ତେବେ ସାରା ଓ ଇବ୍ରାହିମଙ୍କୁ ଆଜିକି ସେତିକି ଶ୍ରଦ୍ଧା କରନ୍ତି ସୈଫ । ସାରା ବିଲିଉଡରେ ପାଦ ରଖି ସାରିଥିବା ବେଳେ ପାଠପଢାରେ ବ୍ୟସ୍ତ ଅଛନ୍ତି ଇବ୍ରାହିମ୍ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri