କ୍ଷମା ମାଗିଲେ ସୈଫ୍‌

ବଲିଉଡ ଅଭିନେତା ସୈଫ ଅଲୀ ଖାନ ଆଜିକାଲି ତାଙ୍କ ନୂଆ ଫିଲ୍ମକୁ ନେଇ ବିବାଦ ଘେରକୁ ଆସିଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ଆପତ୍ତି ଉଠିଛି। ଏହି ଫିଲ୍ମରେ ରାବଣର ଭଲ ଦିଗ ଦେଖାଯିବା ସହରାମଙ୍କ ଭାବମୂର୍ତ୍ତିକୁ ଅପମାନିତ କରିବାକୁ ଚେଷ୍ଟା କରାଯାଇଛି। ଭାଜପା ନେତା ରାମ କଦାମ କହିଛନ୍ତି ଯେ, ଫିଲ୍ମରେ ହିନ୍ଦୁ ଭାବନାକୁ ଆଘାତ ଦେଇଥିବା କୌଣସି ଦୃଶ୍ୟ ନହେବା ଉଚିତ୍‌ ଏଥି ସହିତ ରାମ କଦମ ମଧ୍ୟ ହିନ୍ଦୁ ଧର୍ମ ପ୍ରତି ଅପମାନକୁ ବରଦାସ୍ତ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏହାର ଜବାବରେ ସୈଫ କହିଛନ୍ତି, ଯଦି ମୁଁ କାହାକୁ ଆଘାତ ଦେଇଛି ତେବେ କ୍ଷମା ମାଗୁଛି। ମୋ ପାଇଁ ପ୍ରଭୁ ରାମ ସର୍ବଦା ଜଣେ ହିରୋଙ୍କ ପ୍ରତିଛବି ଭାବେ ରହିଆସିଛି। ଆଦିପୁରୁଷ ହେଉଛି ମନ୍ଦ ଉପରେ ଭଲର ବିଜୟ ଉତ୍ସବ। ଏହି ମହାନ କାହାଣୀକୁ ପରଦାରେ ରଖିବା ପାଇଁ ଆମର ପୁରା ଟିମ କାର୍ଯ୍ୟ କରୁଛି। ଆଦିପୁରୁଷ ଫିଲ୍ମରେ ବାହୁବଳୀ ସୁପରଷ୍ଟାର ପ୍ରଭାସ୍‌ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ସୈଫ୍‌ ଲଙ୍କେଶ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ପ୍ରଭାସଙ୍କୁ ରାମ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମଟି ୨୦୨୨ ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବ।

 

 

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବଡ଼ ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶା କଲେ ଏହି ଫେମସ୍‌ ସିଙ୍ଗର୍‌, ସଙ୍ଗୀତରୁ…

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri