ନିବେଶକଙ୍କୁ ଟଙ୍କା ଫେରାଇବାକୁ ଦାବି କରିଛି ସାହାରା

ନୂଆଦିଲ୍ଲୀ,୧୩।୩: ସାହାରା ଇଣ୍ଡିଆ ପରିବାର ପକ୍ଷରୁ ପାଟନା ହାଇକୋର୍ଟଙ୍କୁ ଅବଗତ କରାଯାଇଛି ଯେ ସାହାରା ଗ୍ରୁପ୍‌ କମ୍ପାନିଜ୍‌ର ନିବେଶକମାନଙ୍କୁ ଟଙ୍କା ଫେରସ୍ତ କରିବା ଲାଗି ସେବି ପାଖରେ ଜମା ରାଶି ୨୪,୦୦୦ କୋଟି ଟଙ୍କାରୁ ଅଧିକ ପଡ଼ିରହିଛି। ମାତ୍ର ନିବେଶକମାନଙ୍କୁ ସେବି ଟଙ୍କା ଫେରାଉନାହିଁ ଏବଂ ତାହା ବ୍ୟବହୃତ ନ ହୋଇ ପଡ଼ିରହିଛି। ଗତ ୯ବର୍ଷ ଭିତରେ ସେବି ପକ୍ଷରୁ ନିବେଶକମାନଙ୍କୁ ମାତ୍ର ୧୨୮କୋଟି ଟଙ୍କା ଫେରସ୍ତ କରାଯାଇଛି। ସୁପ୍ରିମକୋର୍ଟ ଜାରି କରିଥିବା ରାୟରେ ସାହାରା ଗ୍ରୁପ୍‌ କମ୍ପାନିଜ୍‌ର ନିବେଶକଙ୍କୁ ଟଙ୍କା ଫେରସ୍ତ କରିବା ଲାଗି କୌଣସି କଟକଣା ଲଗାଇ ନ ଥିଲେ। ସେହିପରି ପାଟନା ହାଇକୋର୍ଟ ସମନ ଜାରି କରିବା ପରେ ସାହାରା ପକ୍ଷରୁ ବରିଷ୍ଠ ଆଇନଜୀବୀ ଉମେଶ ପ୍ରସାଦ ସିଂହ କୋର୍ଟରେ ହାଜର ହୋଇ ଲିଖିତ ଭାବେ ଏହା ଜଣାଇଛନ୍ତି। କୋର୍ଟରେ ବିତର୍କ ବେଳେ ଏହା ମଧ୍ୟ ଅବଗତ କରାଯାଇଛି ଯେ ସାହାରାର ଯେଉଁ ଦୁଇ କମ୍ପାନୀରେ ନିବେଶ ଯୋଗୁ ତାହାର ଖାତାକୁ ସୁପ୍ରିମକୋର୍ଟ ନିଷ୍କ୍ରିୟ କରିଥିଲେ ସେହି ଦୁଇ ସଂସ୍ଥା ବ୍ୟତୀତ ସାହାରା ଗ୍ରୁପ୍‌ କମ୍ପାନିଜ୍‌ର ଅନ୍ୟ କୌଣସି ସଂସ୍ଥା କିମ୍ବା ସୋସାଇଟିର ନିବେଶକମାନଙ୍କୁ ଟଙ୍କା ଫେରସ୍ତ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କିମ୍ବା କୌଣସି ଅନ୍ୟ କୋର୍ଟ ସେବିକୁ କହିନାହାନ୍ତି। ସେ ଏହା ମଧ୍ୟ କୋର୍ଟଙ୍କୁ ଜଣାଇଛନ୍ତି ଯେ ଲକ୍ଷ୍ନୌ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ରିଟ୍‌ ପିଟିଶନରେ ସେବି ନିଜେ ପ୍ରକାଶ କରିଥିଲା ଯେ ସାହାରା କ୍ୟୁ ସପ୍‌ ସମେତ ସମସ୍ତ ନିବେଶକଙ୍କ ଟଙ୍କା ଫେରସ୍ତ କରିବାରେ ସାହାରାଠାରୁ ସଂଗ୍ରହ କରାଯାଇଥିବା ଟଙ୍କାକୁ ବ୍ୟବହାର କରାଯିବ। ଯଦି କୌଣସି ପ୍ରକାରେ ଟଙ୍କା ଫେରସ୍ତ ହୋଇ ନ ପାରିବ ତେବେ ସେହି ଟଙ୍କା ସାହାରାକୁ ଫେରାଇ ଦିଆଯିବ। ସେବିର ଏଭଳି ସତ୍ୟପାଠ ଏବଂ ୨୦୧୨ ଡିସେମ୍ବର ୫ରେ ସୁପ୍ରିମକୋର୍ଟ ଦେଇଥିବା ରାୟରେ ବଳକା ଟଙ୍କାକୁ ସେବି ପକ୍ଷରୁ ସାହାରାକୁ ଫେରସ୍ତ କରାଯିବ ବୋଲି ସ୍ପଷ୍ଟ କରାଯାଇଥିଲେ ମଧ୍ୟ ସେବି ନିବେଶକଙ୍କୁ ଟଙ୍କା ଫେରସ୍ତ କରୁନାହିଁ ଓ ସାହାରାକୁ ମଧ୍ୟ ଟଙ୍କା ଫେରାଉ ନାହିଁ। ଏବେ ସେବି ପାଖରେ ଗୋଟିଏ ବିକଳ୍ପ ରହିଛି ତାହା ହେଉଛି ନିବେଶକଙ୍କୁ ଟଙ୍କା ଫେରସ୍ତ କରୁ ଅନ୍ୟଥା ସବୁ ଟଙ୍କା ସାହାରାକୁ ଫେରାଉ। ସାହାରାର ଆଇନଜୀବୀ ବାଢ଼ିଥିବା ଯୁକ୍ତିକୁ ନେଇ ସେବିର ଆଇନଜୀବୀ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ୨୦୨୨ ମାର୍ଚ୍ଚ ୨୫ ସୁଦ୍ଧା ନିଜର ପ୍ରତିକ୍ରିୟା ରଖିବା ଲାଗି ସେବିକୁ ସୁପ୍ରିମକୋର୍ଟ କହିଛନ୍ତି। ମାନ୍ୟବର ହାଇକୋର୍ଟ ଯେଉଁସବୁ ପ୍ରଶ୍ନ କରିଛନ୍ତି ତାହାର ଉତ୍ତର ଦେବା ଲାଗି ମୁମ୍ବାଇ ସେବିର ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଜଣେ ଦାୟିତ୍ୱବାନ ଅଧିକାରୀଙ୍କୁ ୨୮ ମାର୍ଚ୍ଚରେ କୋର୍ଟରେ ଉପସ୍ଥିତ ରହିବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri