ନିବେଶକଙ୍କୁ ଟଙ୍କା ଫେରାଇବାକୁ ଦାବି କରିଛି ସାହାରା

ନୂଆଦିଲ୍ଲୀ,୧୩।୩: ସାହାରା ଇଣ୍ଡିଆ ପରିବାର ପକ୍ଷରୁ ପାଟନା ହାଇକୋର୍ଟଙ୍କୁ ଅବଗତ କରାଯାଇଛି ଯେ ସାହାରା ଗ୍ରୁପ୍‌ କମ୍ପାନିଜ୍‌ର ନିବେଶକମାନଙ୍କୁ ଟଙ୍କା ଫେରସ୍ତ କରିବା ଲାଗି ସେବି ପାଖରେ ଜମା ରାଶି ୨୪,୦୦୦ କୋଟି ଟଙ୍କାରୁ ଅଧିକ ପଡ଼ିରହିଛି। ମାତ୍ର ନିବେଶକମାନଙ୍କୁ ସେବି ଟଙ୍କା ଫେରାଉନାହିଁ ଏବଂ ତାହା ବ୍ୟବହୃତ ନ ହୋଇ ପଡ଼ିରହିଛି। ଗତ ୯ବର୍ଷ ଭିତରେ ସେବି ପକ୍ଷରୁ ନିବେଶକମାନଙ୍କୁ ମାତ୍ର ୧୨୮କୋଟି ଟଙ୍କା ଫେରସ୍ତ କରାଯାଇଛି। ସୁପ୍ରିମକୋର୍ଟ ଜାରି କରିଥିବା ରାୟରେ ସାହାରା ଗ୍ରୁପ୍‌ କମ୍ପାନିଜ୍‌ର ନିବେଶକଙ୍କୁ ଟଙ୍କା ଫେରସ୍ତ କରିବା ଲାଗି କୌଣସି କଟକଣା ଲଗାଇ ନ ଥିଲେ। ସେହିପରି ପାଟନା ହାଇକୋର୍ଟ ସମନ ଜାରି କରିବା ପରେ ସାହାରା ପକ୍ଷରୁ ବରିଷ୍ଠ ଆଇନଜୀବୀ ଉମେଶ ପ୍ରସାଦ ସିଂହ କୋର୍ଟରେ ହାଜର ହୋଇ ଲିଖିତ ଭାବେ ଏହା ଜଣାଇଛନ୍ତି। କୋର୍ଟରେ ବିତର୍କ ବେଳେ ଏହା ମଧ୍ୟ ଅବଗତ କରାଯାଇଛି ଯେ ସାହାରାର ଯେଉଁ ଦୁଇ କମ୍ପାନୀରେ ନିବେଶ ଯୋଗୁ ତାହାର ଖାତାକୁ ସୁପ୍ରିମକୋର୍ଟ ନିଷ୍କ୍ରିୟ କରିଥିଲେ ସେହି ଦୁଇ ସଂସ୍ଥା ବ୍ୟତୀତ ସାହାରା ଗ୍ରୁପ୍‌ କମ୍ପାନିଜ୍‌ର ଅନ୍ୟ କୌଣସି ସଂସ୍ଥା କିମ୍ବା ସୋସାଇଟିର ନିବେଶକମାନଙ୍କୁ ଟଙ୍କା ଫେରସ୍ତ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କିମ୍ବା କୌଣସି ଅନ୍ୟ କୋର୍ଟ ସେବିକୁ କହିନାହାନ୍ତି। ସେ ଏହା ମଧ୍ୟ କୋର୍ଟଙ୍କୁ ଜଣାଇଛନ୍ତି ଯେ ଲକ୍ଷ୍ନୌ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ରିଟ୍‌ ପିଟିଶନରେ ସେବି ନିଜେ ପ୍ରକାଶ କରିଥିଲା ଯେ ସାହାରା କ୍ୟୁ ସପ୍‌ ସମେତ ସମସ୍ତ ନିବେଶକଙ୍କ ଟଙ୍କା ଫେରସ୍ତ କରିବାରେ ସାହାରାଠାରୁ ସଂଗ୍ରହ କରାଯାଇଥିବା ଟଙ୍କାକୁ ବ୍ୟବହାର କରାଯିବ। ଯଦି କୌଣସି ପ୍ରକାରେ ଟଙ୍କା ଫେରସ୍ତ ହୋଇ ନ ପାରିବ ତେବେ ସେହି ଟଙ୍କା ସାହାରାକୁ ଫେରାଇ ଦିଆଯିବ। ସେବିର ଏଭଳି ସତ୍ୟପାଠ ଏବଂ ୨୦୧୨ ଡିସେମ୍ବର ୫ରେ ସୁପ୍ରିମକୋର୍ଟ ଦେଇଥିବା ରାୟରେ ବଳକା ଟଙ୍କାକୁ ସେବି ପକ୍ଷରୁ ସାହାରାକୁ ଫେରସ୍ତ କରାଯିବ ବୋଲି ସ୍ପଷ୍ଟ କରାଯାଇଥିଲେ ମଧ୍ୟ ସେବି ନିବେଶକଙ୍କୁ ଟଙ୍କା ଫେରସ୍ତ କରୁନାହିଁ ଓ ସାହାରାକୁ ମଧ୍ୟ ଟଙ୍କା ଫେରାଉ ନାହିଁ। ଏବେ ସେବି ପାଖରେ ଗୋଟିଏ ବିକଳ୍ପ ରହିଛି ତାହା ହେଉଛି ନିବେଶକଙ୍କୁ ଟଙ୍କା ଫେରସ୍ତ କରୁ ଅନ୍ୟଥା ସବୁ ଟଙ୍କା ସାହାରାକୁ ଫେରାଉ। ସାହାରାର ଆଇନଜୀବୀ ବାଢ଼ିଥିବା ଯୁକ୍ତିକୁ ନେଇ ସେବିର ଆଇନଜୀବୀ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ୨୦୨୨ ମାର୍ଚ୍ଚ ୨୫ ସୁଦ୍ଧା ନିଜର ପ୍ରତିକ୍ରିୟା ରଖିବା ଲାଗି ସେବିକୁ ସୁପ୍ରିମକୋର୍ଟ କହିଛନ୍ତି। ମାନ୍ୟବର ହାଇକୋର୍ଟ ଯେଉଁସବୁ ପ୍ରଶ୍ନ କରିଛନ୍ତି ତାହାର ଉତ୍ତର ଦେବା ଲାଗି ମୁମ୍ବାଇ ସେବିର ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଜଣେ ଦାୟିତ୍ୱବାନ ଅଧିକାରୀଙ୍କୁ ୨୮ ମାର୍ଚ୍ଚରେ କୋର୍ଟରେ ଉପସ୍ଥିତ ରହିବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri