ଓଡ଼ିଶା ପର୍ଯ୍ୟଟନକୁ ସାହା ‘ରୋଡ୍‌ ଟ୍ରିପ୍‌’

ଭୁବନେଶ୍ୱର,୪। ୮(ବ୍ୟୁରୋ): କରୋନା ସ୍ଥିତି ସୁଧୁରିବା ପରେ ଓଡ଼ିଶା ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ସଡକ ପଥେ ପର୍ଯ୍ୟଟନ’ କାର୍ଯ୍ୟକ୍ରମ ଆରମ୍ଭ ହେବ। ‘ରୋଡ୍‌ ଟ୍ରିପ୍‌ସ ଟୁ ଆଣ୍ଡ୍‌ ଥ୍ରୁ ଓଡ଼ିଶା’ ନାମକ ଏହି ଯୋଜନା ମାଧ୍ୟମରେ ସମ୍ପୂର୍ଣ୍ଣ ଠପ୍‌ ହୋଇପଡ଼ିଥିବା ପର୍ଯ୍ୟଟନ ଶିଳ୍ପକୁ ପୁନରୁଦ୍ଧାର କରାଯିବ। ସଡକ ପଥରେ ପର୍ଯ୍ୟଟନ ବା ରୋଡ୍‌ ଟ୍ରିପ୍‌ ଟୁରିଜମ୍‌ ଆରମ୍ଭ କରି ଓଡିଶା ପର୍ଯ୍ୟଟନ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାଜିବା ସହ ମଡେଲ ଭାବେ କାର୍ଯ୍ୟ କରିବ। ଏହା ମାଧ୍ୟମରେ ଆନ୍ତଃରାଜ୍ୟ ପର୍ଯ୍ୟଟନଙ୍କୁ ପ୍ରୋତ୍ସାହିତ କରାଯାଇପାରିବ। ପଡୋଶୀ ରାଜ୍ୟର ପର୍ଯ୍ୟଟକଙ୍କ ଉପରେ ଅଧିକ ଫୋକସ ରହିବ ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି।
ନୂଆ ଯୋଜନା ମାଧ୍ୟମରେ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ବିଭିନ୍ନ ସହରରୁ ପର୍ଯ୍ୟଟକମାନେ ଯେପରି ସଡ଼କ ପଥରେ ଓଡିଶା ଆସିପାରିବେ ତାହାକୁ ପ୍ରାଥମିକତା ଦିଆଯିବ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ଛତିଶଗଡର ରାୟପୁର ଓ ବିଳାସପୁର, ଝାଡଖଣ୍ଡର ରାଞ୍ଚତ୍ ଓ ଜାମସେଦପୁର, ପଶ୍ଚିମବଙ୍ଗର କୋଲକାତା ଓ ଖଗଡପୁରରେ ଏବେ ଓଡିଶା ପର୍ଯ୍ୟଟନର ପ୍ରଚାର ପ୍ରସାର କରାଯାଉଛି। ସେଠାକାର ଲୋକେ ଯେପରି ଓଡ଼ିଶାର ବିସ୍ତୀର୍ଣ୍ଣ ବେଳାଭୂମି, ପାହାଡ, ଜଙ୍ଗଲ, ଆଦିବାସୀ ଅଞ୍ଚଳ, ଦୁଃସାହସିକ ପର୍ଯ୍ୟଟନ, ଐତିହ୍ୟ ପର୍ଯ୍ୟଟନ ଏବଂ ଓଡ଼ିଶାର ଉତ୍କୃଷ୍ଠ ହସ୍ତଶିଳ୍ପ ଓ ହସ୍ତତନ୍ତର ମଜା ନେଇପାରିବେ ତାହାକୁ ଗୁରୁତ୍ୱ ଦିଆଯିବ। ସେହିଭଳି ରାଜ୍ୟର ଇକୋ-ଟୁରିଜମ୍‌ ସେଣ୍ଟରଗୁଡ଼ିକ ଧୀରେ ଧୀରେ ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ ହେଉଥିବାବେଳେ ସେଠାରେ ନିରୋଳାରେ ରହି ଜଣେ ସବୁଜିମା ପରିବେଶ ସହ ବନ୍ୟଜନ୍ତୁ ଦେଖିବାର ସୁଯୋଗ ପାଇପାରିବେ। ସାତକୋଶିଆ ସହ ଦାରିଙ୍ଗବାଡ଼ି, ଚିଲିକା ହ୍ରଦ, ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌, ଚାନ୍ଦିପୁର ଆଦି ସ୍ଥାନର ପ୍ରଚାର କରାଯିବ। ପ୍ରାକୃତିକ ସବୁଜିମାରେ ଭରପୁର କନ୍ଧମାଳ, କେନ୍ଦୁଝର, ଗଜପତି ଓ କୋରାପୁଟ ଭଳି ଜିଲା ବର୍ଷାଦିନେ ରୋଡ୍‌ ଟ୍ରିପ୍‌ ପାଇଁ ସବୁଠାରୁ ଊତ୍କୃଷ୍ଠ ସ୍ଥାନ ହୋଇଥିବାରୁ ଏହାର ଅଧିକ ପ୍ରଚାର ପ୍ରସାର କରାଯିବ। ରେଣ୍ଟାଲ୍‌ କାର୍‌ ବା ନିଜସ୍ବ ଗାଡ଼ି ମାଧ୍ୟମରେ ଯେପରି ପର୍ଯ୍ୟଟକମାନେ ଆସିପାରିବେ ସେଥିଲାଗି ସମସ୍ତ ବ୍ୟବସ୍ଥା କରାଯିବ। ଭ୍ରମଣକୁ ଭଲପାଉଥିବା ଲୋକେ କରୋନା ପାଇଁ ଲକ୍‌ଡାଉନରେ ରହିଥିବାରୁ ଏବେ ସେମାନେ ବାହାରକୁ ଯିବାକୁ ଚାହୁଁଛନ୍ତି। ମାତ୍ର ସାଧାରଣ ପରିବହନ ବ୍ୟବସ୍ଥା ଏକ ପ୍ରକାର ବନ୍ଦ ଥିବାରୁ ପର୍ଯ୍ୟଟକମାନେ ସଡକ ପଥରେ ସୁରକ୍ଷିତ ଯାତ୍ରା କରିବାକୁ ଉଚିତ୍‌ ମଣିବେ। ଏଭଳିସ୍ଥଳେ ଓଡ଼ିଶାର ଉତ୍ତମ ଓ ସୁଦୀର୍ଘ ସଡକପଥ ଓ ଏହାର ଦୁଇ ପାର୍ଶ୍ୱରେ ଥିବା ସବୁଜିମା ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ସେମାନଙ୍କୁ ଆକୃଷ୍ଟ କରିପାରିବ। ସେହିଭଳି ରାଜ୍ୟର ୨୦ଟି ଅଭୟାରଣ୍ୟ ପାର୍ଶ୍ୱରେ ଥିବା ସବୁଜିମା ପରିବେଶ ସହିତ ମହାନଦୀ, ବାହ୍ମଣୀ ଏବଂ ବୈତରଣୀର ଅବବାହିକା ପର୍ଯ୍ୟଟକଙ୍କୁ ନୂତନ ଅନୁଭୂତି ପ୍ରଦାନ କରିବ ବୋଲି ଟୁର୍‌ ଅପରେଟର୍‌ମାନେ ଆଶାବ୍ୟକ୍ତ କରିଛନ୍ତି। ଏଥିଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପର୍ଯ୍ୟାୟକ୍ରମେ ଟ୍ରାଭେଲ ବିଶେଷଜ୍ଞ, ବରିଷ୍ଠ ଅଧିକାରୀ ଓ ଟୁର୍‌ ଅପରେଟରଙ୍କ ସହିତ ଆଲୋଚନା କରୁଥିବା ଜଣାପଡ଼ିଛି। ଏହି ନୂତନ ଯୋଜନା ସମ୍ପର୍କରେ ବିଭାଗ ନିଜ ଓ୍ବେବ୍‌ସାଇଟ୍‌ ସହ ସୋସିଆଲ ମିଡ଼ିଆ ସାଇଟ୍‌ରେ ପ୍ରଚାର କରିବ। ସେହିଭଳି ବ୍ଲଗିଂ ମାଧ୍ୟମରେ ଏହାର ପ୍ରମୋଶନ କରାଯିବ। ସ୍ବତନ୍ତ୍ର ବ୍ରୋଚରରେ ରୋଡ୍‌ ସାଇଡ୍‌ ବା ଓ୍ବେ ସାଇଡ୍‌ ଆମେନିଟିଜ୍‌, ହୋଟେଲ, ରେଷ୍ଟୁରାଣ୍ଟ, ଢାବା, ପେଟ୍ରୋଲ ପମ୍ପ, ଶୌଚାଳୟ, ଗ୍ୟାରେଜ, ହସ୍ପିଟାଲ, ପୋଲିସ ଷ୍ଟେଶନ ଆଦି ସମ୍ପର୍କରେ ଉଲ୍ଲେଖ କରାଯିବ। ପର୍ଯ୍ୟଟକଙ୍କ ପାଇଁ କୋଭିଡ୍‌ ମାର୍ଗଦର୍ଶିକା ମଧ୍ୟ ଏଥିରେ ଉପଲବ୍ଧ ରହିବ। ଏହାଦ୍ୱାରା ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ କିଛିମାତ୍ରାରେ ଛିଡ଼ା କରାଯାଇପାରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri