ଓଡ଼ିଶା ପର୍ଯ୍ୟଟନକୁ ସାହା ‘ରୋଡ୍‌ ଟ୍ରିପ୍‌’

ଭୁବନେଶ୍ୱର,୪। ୮(ବ୍ୟୁରୋ): କରୋନା ସ୍ଥିତି ସୁଧୁରିବା ପରେ ଓଡ଼ିଶା ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ସଡକ ପଥେ ପର୍ଯ୍ୟଟନ’ କାର୍ଯ୍ୟକ୍ରମ ଆରମ୍ଭ ହେବ। ‘ରୋଡ୍‌ ଟ୍ରିପ୍‌ସ ଟୁ ଆଣ୍ଡ୍‌ ଥ୍ରୁ ଓଡ଼ିଶା’ ନାମକ ଏହି ଯୋଜନା ମାଧ୍ୟମରେ ସମ୍ପୂର୍ଣ୍ଣ ଠପ୍‌ ହୋଇପଡ଼ିଥିବା ପର୍ଯ୍ୟଟନ ଶିଳ୍ପକୁ ପୁନରୁଦ୍ଧାର କରାଯିବ। ସଡକ ପଥରେ ପର୍ଯ୍ୟଟନ ବା ରୋଡ୍‌ ଟ୍ରିପ୍‌ ଟୁରିଜମ୍‌ ଆରମ୍ଭ କରି ଓଡିଶା ପର୍ଯ୍ୟଟନ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାଜିବା ସହ ମଡେଲ ଭାବେ କାର୍ଯ୍ୟ କରିବ। ଏହା ମାଧ୍ୟମରେ ଆନ୍ତଃରାଜ୍ୟ ପର୍ଯ୍ୟଟନଙ୍କୁ ପ୍ରୋତ୍ସାହିତ କରାଯାଇପାରିବ। ପଡୋଶୀ ରାଜ୍ୟର ପର୍ଯ୍ୟଟକଙ୍କ ଉପରେ ଅଧିକ ଫୋକସ ରହିବ ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି।
ନୂଆ ଯୋଜନା ମାଧ୍ୟମରେ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ବିଭିନ୍ନ ସହରରୁ ପର୍ଯ୍ୟଟକମାନେ ଯେପରି ସଡ଼କ ପଥରେ ଓଡିଶା ଆସିପାରିବେ ତାହାକୁ ପ୍ରାଥମିକତା ଦିଆଯିବ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ଛତିଶଗଡର ରାୟପୁର ଓ ବିଳାସପୁର, ଝାଡଖଣ୍ଡର ରାଞ୍ଚତ୍ ଓ ଜାମସେଦପୁର, ପଶ୍ଚିମବଙ୍ଗର କୋଲକାତା ଓ ଖଗଡପୁରରେ ଏବେ ଓଡିଶା ପର୍ଯ୍ୟଟନର ପ୍ରଚାର ପ୍ରସାର କରାଯାଉଛି। ସେଠାକାର ଲୋକେ ଯେପରି ଓଡ଼ିଶାର ବିସ୍ତୀର୍ଣ୍ଣ ବେଳାଭୂମି, ପାହାଡ, ଜଙ୍ଗଲ, ଆଦିବାସୀ ଅଞ୍ଚଳ, ଦୁଃସାହସିକ ପର୍ଯ୍ୟଟନ, ଐତିହ୍ୟ ପର୍ଯ୍ୟଟନ ଏବଂ ଓଡ଼ିଶାର ଉତ୍କୃଷ୍ଠ ହସ୍ତଶିଳ୍ପ ଓ ହସ୍ତତନ୍ତର ମଜା ନେଇପାରିବେ ତାହାକୁ ଗୁରୁତ୍ୱ ଦିଆଯିବ। ସେହିଭଳି ରାଜ୍ୟର ଇକୋ-ଟୁରିଜମ୍‌ ସେଣ୍ଟରଗୁଡ଼ିକ ଧୀରେ ଧୀରେ ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ ହେଉଥିବାବେଳେ ସେଠାରେ ନିରୋଳାରେ ରହି ଜଣେ ସବୁଜିମା ପରିବେଶ ସହ ବନ୍ୟଜନ୍ତୁ ଦେଖିବାର ସୁଯୋଗ ପାଇପାରିବେ। ସାତକୋଶିଆ ସହ ଦାରିଙ୍ଗବାଡ଼ି, ଚିଲିକା ହ୍ରଦ, ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌, ଚାନ୍ଦିପୁର ଆଦି ସ୍ଥାନର ପ୍ରଚାର କରାଯିବ। ପ୍ରାକୃତିକ ସବୁଜିମାରେ ଭରପୁର କନ୍ଧମାଳ, କେନ୍ଦୁଝର, ଗଜପତି ଓ କୋରାପୁଟ ଭଳି ଜିଲା ବର୍ଷାଦିନେ ରୋଡ୍‌ ଟ୍ରିପ୍‌ ପାଇଁ ସବୁଠାରୁ ଊତ୍କୃଷ୍ଠ ସ୍ଥାନ ହୋଇଥିବାରୁ ଏହାର ଅଧିକ ପ୍ରଚାର ପ୍ରସାର କରାଯିବ। ରେଣ୍ଟାଲ୍‌ କାର୍‌ ବା ନିଜସ୍ବ ଗାଡ଼ି ମାଧ୍ୟମରେ ଯେପରି ପର୍ଯ୍ୟଟକମାନେ ଆସିପାରିବେ ସେଥିଲାଗି ସମସ୍ତ ବ୍ୟବସ୍ଥା କରାଯିବ। ଭ୍ରମଣକୁ ଭଲପାଉଥିବା ଲୋକେ କରୋନା ପାଇଁ ଲକ୍‌ଡାଉନରେ ରହିଥିବାରୁ ଏବେ ସେମାନେ ବାହାରକୁ ଯିବାକୁ ଚାହୁଁଛନ୍ତି। ମାତ୍ର ସାଧାରଣ ପରିବହନ ବ୍ୟବସ୍ଥା ଏକ ପ୍ରକାର ବନ୍ଦ ଥିବାରୁ ପର୍ଯ୍ୟଟକମାନେ ସଡକ ପଥରେ ସୁରକ୍ଷିତ ଯାତ୍ରା କରିବାକୁ ଉଚିତ୍‌ ମଣିବେ। ଏଭଳିସ୍ଥଳେ ଓଡ଼ିଶାର ଉତ୍ତମ ଓ ସୁଦୀର୍ଘ ସଡକପଥ ଓ ଏହାର ଦୁଇ ପାର୍ଶ୍ୱରେ ଥିବା ସବୁଜିମା ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ସେମାନଙ୍କୁ ଆକୃଷ୍ଟ କରିପାରିବ। ସେହିଭଳି ରାଜ୍ୟର ୨୦ଟି ଅଭୟାରଣ୍ୟ ପାର୍ଶ୍ୱରେ ଥିବା ସବୁଜିମା ପରିବେଶ ସହିତ ମହାନଦୀ, ବାହ୍ମଣୀ ଏବଂ ବୈତରଣୀର ଅବବାହିକା ପର୍ଯ୍ୟଟକଙ୍କୁ ନୂତନ ଅନୁଭୂତି ପ୍ରଦାନ କରିବ ବୋଲି ଟୁର୍‌ ଅପରେଟର୍‌ମାନେ ଆଶାବ୍ୟକ୍ତ କରିଛନ୍ତି। ଏଥିଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପର୍ଯ୍ୟାୟକ୍ରମେ ଟ୍ରାଭେଲ ବିଶେଷଜ୍ଞ, ବରିଷ୍ଠ ଅଧିକାରୀ ଓ ଟୁର୍‌ ଅପରେଟରଙ୍କ ସହିତ ଆଲୋଚନା କରୁଥିବା ଜଣାପଡ଼ିଛି। ଏହି ନୂତନ ଯୋଜନା ସମ୍ପର୍କରେ ବିଭାଗ ନିଜ ଓ୍ବେବ୍‌ସାଇଟ୍‌ ସହ ସୋସିଆଲ ମିଡ଼ିଆ ସାଇଟ୍‌ରେ ପ୍ରଚାର କରିବ। ସେହିଭଳି ବ୍ଲଗିଂ ମାଧ୍ୟମରେ ଏହାର ପ୍ରମୋଶନ କରାଯିବ। ସ୍ବତନ୍ତ୍ର ବ୍ରୋଚରରେ ରୋଡ୍‌ ସାଇଡ୍‌ ବା ଓ୍ବେ ସାଇଡ୍‌ ଆମେନିଟିଜ୍‌, ହୋଟେଲ, ରେଷ୍ଟୁରାଣ୍ଟ, ଢାବା, ପେଟ୍ରୋଲ ପମ୍ପ, ଶୌଚାଳୟ, ଗ୍ୟାରେଜ, ହସ୍ପିଟାଲ, ପୋଲିସ ଷ୍ଟେଶନ ଆଦି ସମ୍ପର୍କରେ ଉଲ୍ଲେଖ କରାଯିବ। ପର୍ଯ୍ୟଟକଙ୍କ ପାଇଁ କୋଭିଡ୍‌ ମାର୍ଗଦର୍ଶିକା ମଧ୍ୟ ଏଥିରେ ଉପଲବ୍ଧ ରହିବ। ଏହାଦ୍ୱାରା ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ କିଛିମାତ୍ରାରେ ଛିଡ଼ା କରାଯାଇପାରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri