Categories: Home Leftଖେଳ

ସାଫ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌: କ୍ରମାଗତ ତୃତୀୟ ଥର ଚାମ୍ପିୟନ ଲକ୍ଷ୍ୟରେ ଭାରତ

ଢାକା,୧୬ା୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ସାଫ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌ ଫାଇନାଲ ମଙ୍ଗଳବାର ଖେଳାଯିବ। ଭାରତ ଓଭର ଅଲ ରେକର୍ଡ ୯ଥର ଚାମ୍ପିୟନ ହୋଇସାରିଛି। ଏଥର ଫାଇନାଲ ଜିତି କ୍ରମାଗତ ତୃତୀୟ ଥର ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି।

ଭାରତ ୧୯୯୩, ୧୯୯୭, ୧୯୯୯, ୨୦୦୫, ୨୦୦୯, ୨୦୧୧, ୨୦୧୫, ୨୦୨୧ ଓ ୨୦୨୩ରେ ଟ୍ରଫି ହାସଲ କରିସାରିଛି। ଅନ୍ୟପକ୍ଷେ ପାକିସ୍ତାନ ପୂର୍ବରୁ ୪ଥର ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ପ୍ରଥମ ଥର ସାଫ୍‌ ଚାମ୍ପିୟନଶିପ୍‌ ଫାଇନାଲକୁ ଉନ୍ନୀତ ହୋଇଛି।

ନିକଟ ଅତୀତରେ ଏହି ଦେଶ ୨୦୧୮ରେ ସେମିଫାଇନାଲରେ ଖେଳିଥିଲା। ଏଥର ଶନିବାର ଅନୁଷ୍ଠିତ ସେମିଫାଇନାଲରେ ସେମାନେ ଆୟୋଜକ ବାଂଲାଦେଶକୁ ୧-୦ ଗୋଲ୍‌ରେ ପରାସ୍ତ କରିଛନ୍ତି।

ଭାରତ ଥରେ ମାତ୍ର ୨୦୦୩ରେ ଫାଇନାଲରେ ପହଞ୍ଚି ପାରି ନ ଥିଲା। ସାଫ୍‌ ଚାମ୍ପୟନଶିପ୍‌ ପାଇଁ ଭାରତ ଏଥର ତା’ର ଦ୍ୱିତୀୟ ଶ୍ରେଣୀ ଦଳ ପଠାଇଥିଲେ ହେଁ ଟାଇଟଲ ଜିତିବା ଲକ୍ଷ୍ୟ ରଖିଛି। ୨୦୨୬ ସାଫ୍‌ ଚାମ୍ପିୟନଶିପ୍‌ ପାଇଁ ମୁଖ୍ୟ କୋଚ୍‌ ଦାୟିତ୍ୱରେ ଥିବା ନୌସାଦ ମୂଷା ଦଳର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି।

Share