ଖଇରାରେ ଗଡ଼ ସୁରକ୍ଷିତ, କୁପାରୀରେ ପରିବର୍ତ୍ତନ

ଖଇରା,୨୮ା୨(ଡି.ଏନ.ଏ.) ବାଲେଶ୍ୱର ଜିଲା ୪ନଂ. ଖଇରା ଜୋନ୍‌ ଫଳାଫଳ ବିଜେଡି ସପକ୍ଷରେ ଯାଇଥିବା ବେଳେ ଗତକାଲିର କୁପାରୀ ୩ନଂ. ଜୋନର ଫଳାଫଳ ଭାଜପା ସପକ୍ଷରେ ଯାଇଛି ା ଖଇରା ଜୋନ୍‌ରେ ବିଜେଡି ଗଡ଼ ସୁରକ୍ଷିତ ରଖିବାକୁ ସକ୍ଷମ ହୋଇଛି। ବ୍ଲକ ମହିଳା ସଂଘ ସଭାପତି ରଶ୍ମିତା ମହାପାତ୍ର ତାଙ୍କର ନିକଟମ ପ୍ରତିଦ୍ୱନ୍ଦୀ ଭାଜପାର ରାଜେଶ କୁମାର ରାଉତଙ୍କୁ ୭୮୯ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ କଂଗ୍ରେସ ୬୮୩,ସିପିଏମ୍‌ ୨୯୩ ଏବଂ ବିଏସ୍‌ପି ପ୍ରାର୍ଥୀ ୨୦୨ଖଣ୍ଡ ଭୋଟ ପାଇଛନ୍ତି ା ୪୮୧ଖଣ୍ଡ ଭୋଟ ନାକଚ ହୋଇଛି ା ହେଲେ ଗତ ୨୦୧୭ ରେ ଭୋଟ ବ୍ୟବଧାନ ୪ହଜାରରୁ ଚଳିତ ନିର୍ବାଚନରେ ଭୋଟ ବ୍ୟବଧାନ ଯଥେଷ୍ଟ କମିଥିଲେ ହେଁ ଭୋଟ ହାର ୪୮ ପ୍ରତିଶତ ଧରି ରଖିବାକୁ ବିଜେଡି ସକ୍ଷମ ହୋଇଛି।
ସେହିଭଳି କୁପାରୀ ବିଜେଡି ଗଡ଼ରେ ଗଜେନ୍ଦ୍ର ପ୍ରସାଦ ଦାସ ପଦ୍ମ ଫୁଟାଇବାକୁ ସକ୍ଷମ ହୋଇଛନ୍ତି ା ସେ ବିଜେଡିର ଯୁବନେତା ତଥା ୨ଥରର ବ୍ଲକ ଉପାଧ୍ୟକ୍ଷ ଜୟନ୍ତ ରାଉତଙ୍କୁ ୪୭୩ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଖଇରାରେ ବ୍ଳକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଭାଜପାର ପଦ୍ମଲୋଚନ ପଣ୍ଡା ଓ ଠାକୁର ରଞ୍ଜିତ ଦାସ ଓ ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିବା ଜଣେ ବିଧାୟକ ପ୍ରାର୍ଥୀଙ୍କ ସମର୍ଥକଙ୍କ ମିଳିତ ଶକ୍ତି ଆଗରେ ବିଜେଡି କୁପାରୀରେ ତିଷ୍ଠି ପାରି ନ ଥିବା ବେଳେ ଖଇରାରେ କିନ୍ତୁ ଏହି ଗୋଷ୍ଠୀ ବିଜେଡିର ବିଜୟକୁ ଅଟକାଇ ପାରି ନାହାଁନ୍ତି ା ୩ନଂ ଜୋନ୍‌ରେ ଗତ ପଞ୍ଚାୟତ ନିର୍ବାଚନ ଅପେକ୍ଷା ବିଜେଡି ପ୍ରାର୍ଥୀ ୪ପ୍ରତିଶତ(୪୬-୪୨) ଅଧିକ ଭୋଟ ପାଇ ମଧ୍ୟ ପରାସ୍ତ ହୋଇଛନ୍ତି। ଏହି ଜୋନ୍‌ରେ ଭାଜପା ଗତଥର ଅପେକ୍ଷା ୧୦ପ୍ରତିଶତ(୪୮-୩୮) ଅଧିକ ଭୋଟ ପାଇଛି। କୁପାରୀରେ ୬ଜଣ ଭାଜପା ସମର୍ଥିତ, ୨ଜଣ ବିଜେଡି ସମର୍ଥୀତ ଓ ୨ଜଣ ଅସନ୍ତୁଷ୍ଟ ବିଜେଡି ସମିତିସଭ୍ୟା/ସଭ୍ୟ ବିଜୟୀ ହେବା ଭାଜପା ପାଇଁ ଖୁସି ଆଣିଦେଇଛି। ହେଲେ ରବିବାରର ଗଣତିରେ ବିଜେଡି ସମର୍ଥୀତ ୭ଜଣ ସମିତି ସଭ୍ୟାସଭ୍ୟ ବିଜୟୀ ହୋଇଥିବା ବେଳେ ୨ଜଣ ଭାଜପା ସମର୍ଥୀତ ଓ ଜଣେ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀ ବିଜୟୀ ହେବା ବିଜେଡି ଶିବିରକୁ ଉତ୍ସାହିତ କରିଛି। ଖଇରା ପଞ୍ଚାୟତରେ ବିଜେଡି ସମର୍ଥତ୍ତ ପ୍ରାର୍ଥିନୀ ନର୍ମଦା ଦେଓ ଓ ଭାଜପା ସମର୍ଥତ୍ତ ପ୍ରାର୍ଥୀ ପ୍ରଶାନ୍ତ କୁମାର ବେହେରା ଉଭୟ ସମାନ ସଂଖ୍ୟକ ୧୧୭୦ଖଣ୍ଡ ଭୋଟ ପାଇବା ପରେ ଧର୍ମଗୁଳାରେ ନର୍ମଦା ଦେଓ ବିଜୟୀ ହୋଇଥିଲେ। ସୋମବାର ୨ଟି ଜୋନ୍‌ ଓ ୧୭ଟି ପଞ୍ଚାୟତର ଫଳାଫଳ ପରେ କିଏ ବ୍ଲକ ଦଖଲ କରିବ ତାହା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri