ଖଇରାରେ ଗଡ଼ ସୁରକ୍ଷିତ, କୁପାରୀରେ ପରିବର୍ତ୍ତନ

ଖଇରା,୨୮ା୨(ଡି.ଏନ.ଏ.) ବାଲେଶ୍ୱର ଜିଲା ୪ନଂ. ଖଇରା ଜୋନ୍‌ ଫଳାଫଳ ବିଜେଡି ସପକ୍ଷରେ ଯାଇଥିବା ବେଳେ ଗତକାଲିର କୁପାରୀ ୩ନଂ. ଜୋନର ଫଳାଫଳ ଭାଜପା ସପକ୍ଷରେ ଯାଇଛି ା ଖଇରା ଜୋନ୍‌ରେ ବିଜେଡି ଗଡ଼ ସୁରକ୍ଷିତ ରଖିବାକୁ ସକ୍ଷମ ହୋଇଛି। ବ୍ଲକ ମହିଳା ସଂଘ ସଭାପତି ରଶ୍ମିତା ମହାପାତ୍ର ତାଙ୍କର ନିକଟମ ପ୍ରତିଦ୍ୱନ୍ଦୀ ଭାଜପାର ରାଜେଶ କୁମାର ରାଉତଙ୍କୁ ୭୮୯ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ କଂଗ୍ରେସ ୬୮୩,ସିପିଏମ୍‌ ୨୯୩ ଏବଂ ବିଏସ୍‌ପି ପ୍ରାର୍ଥୀ ୨୦୨ଖଣ୍ଡ ଭୋଟ ପାଇଛନ୍ତି ା ୪୮୧ଖଣ୍ଡ ଭୋଟ ନାକଚ ହୋଇଛି ା ହେଲେ ଗତ ୨୦୧୭ ରେ ଭୋଟ ବ୍ୟବଧାନ ୪ହଜାରରୁ ଚଳିତ ନିର୍ବାଚନରେ ଭୋଟ ବ୍ୟବଧାନ ଯଥେଷ୍ଟ କମିଥିଲେ ହେଁ ଭୋଟ ହାର ୪୮ ପ୍ରତିଶତ ଧରି ରଖିବାକୁ ବିଜେଡି ସକ୍ଷମ ହୋଇଛି।
ସେହିଭଳି କୁପାରୀ ବିଜେଡି ଗଡ଼ରେ ଗଜେନ୍ଦ୍ର ପ୍ରସାଦ ଦାସ ପଦ୍ମ ଫୁଟାଇବାକୁ ସକ୍ଷମ ହୋଇଛନ୍ତି ା ସେ ବିଜେଡିର ଯୁବନେତା ତଥା ୨ଥରର ବ୍ଲକ ଉପାଧ୍ୟକ୍ଷ ଜୟନ୍ତ ରାଉତଙ୍କୁ ୪୭୩ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଖଇରାରେ ବ୍ଳକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଭାଜପାର ପଦ୍ମଲୋଚନ ପଣ୍ଡା ଓ ଠାକୁର ରଞ୍ଜିତ ଦାସ ଓ ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିବା ଜଣେ ବିଧାୟକ ପ୍ରାର୍ଥୀଙ୍କ ସମର୍ଥକଙ୍କ ମିଳିତ ଶକ୍ତି ଆଗରେ ବିଜେଡି କୁପାରୀରେ ତିଷ୍ଠି ପାରି ନ ଥିବା ବେଳେ ଖଇରାରେ କିନ୍ତୁ ଏହି ଗୋଷ୍ଠୀ ବିଜେଡିର ବିଜୟକୁ ଅଟକାଇ ପାରି ନାହାଁନ୍ତି ା ୩ନଂ ଜୋନ୍‌ରେ ଗତ ପଞ୍ଚାୟତ ନିର୍ବାଚନ ଅପେକ୍ଷା ବିଜେଡି ପ୍ରାର୍ଥୀ ୪ପ୍ରତିଶତ(୪୬-୪୨) ଅଧିକ ଭୋଟ ପାଇ ମଧ୍ୟ ପରାସ୍ତ ହୋଇଛନ୍ତି। ଏହି ଜୋନ୍‌ରେ ଭାଜପା ଗତଥର ଅପେକ୍ଷା ୧୦ପ୍ରତିଶତ(୪୮-୩୮) ଅଧିକ ଭୋଟ ପାଇଛି। କୁପାରୀରେ ୬ଜଣ ଭାଜପା ସମର୍ଥିତ, ୨ଜଣ ବିଜେଡି ସମର୍ଥୀତ ଓ ୨ଜଣ ଅସନ୍ତୁଷ୍ଟ ବିଜେଡି ସମିତିସଭ୍ୟା/ସଭ୍ୟ ବିଜୟୀ ହେବା ଭାଜପା ପାଇଁ ଖୁସି ଆଣିଦେଇଛି। ହେଲେ ରବିବାରର ଗଣତିରେ ବିଜେଡି ସମର୍ଥୀତ ୭ଜଣ ସମିତି ସଭ୍ୟାସଭ୍ୟ ବିଜୟୀ ହୋଇଥିବା ବେଳେ ୨ଜଣ ଭାଜପା ସମର୍ଥୀତ ଓ ଜଣେ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀ ବିଜୟୀ ହେବା ବିଜେଡି ଶିବିରକୁ ଉତ୍ସାହିତ କରିଛି। ଖଇରା ପଞ୍ଚାୟତରେ ବିଜେଡି ସମର୍ଥତ୍ତ ପ୍ରାର୍ଥିନୀ ନର୍ମଦା ଦେଓ ଓ ଭାଜପା ସମର୍ଥତ୍ତ ପ୍ରାର୍ଥୀ ପ୍ରଶାନ୍ତ କୁମାର ବେହେରା ଉଭୟ ସମାନ ସଂଖ୍ୟକ ୧୧୭୦ଖଣ୍ଡ ଭୋଟ ପାଇବା ପରେ ଧର୍ମଗୁଳାରେ ନର୍ମଦା ଦେଓ ବିଜୟୀ ହୋଇଥିଲେ। ସୋମବାର ୨ଟି ଜୋନ୍‌ ଓ ୧୭ଟି ପଞ୍ଚାୟତର ଫଳାଫଳ ପରେ କିଏ ବ୍ଲକ ଦଖଲ କରିବ ତାହା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?